ଜାଣନ୍ତୁ କେଉଁ ବିଲିୟନେଆରଙ୍କର କେତେ କ୍ଷତି କଲା କୋରୋନା



ଜାଣନ୍ତୁ କେଉଁ ବିଲିୟନେଆରଙ୍କର କେତେ କ୍ଷତି କଲା କୋରୋନା
କୋରୋନା ଯୋଗୁ ସାରା ବିଶ୍ୱ ଅକଳନୀୟ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଥିବା ବେଳେ ପରବର୍ତ୍ତୀ ସମୟରେ କଟକଣା କୋହଳ ହେବା ପରେ ବି ଏହା ସମ୍ପୂର୍ଣ୍ଣ ରୂପେ ଟ୍ରାକକୁ ଫେରି ପାରୁନାହିଁ। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ ବିଶ୍ବର ଟପ୍‌ ବିଲିୟନେଆରଙ୍କ ସମ୍ପତ୍ତି ହ୍ରାସ ପାଇଥିବା ଜଣାପଡ଼ିଛି। ଜାଣନ୍ତୁ କେଉଁ ବିଲିୟନେଆର କେତେ କ୍ଷତି ସହିଛନ୍ତି।

ଜେଫ ବେଜୋସ

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସମ୍ପତ୍ତି ବର୍ତ୍ତମାନ ୧୦୫ ବିଲିୟନ ଡଲାରକୁ ହ୍ରାସ ଘଟିଛି। କୋରୋନା ପାଇଁ ବେଜୋସଙ୍କ ସମ୍ପତ୍ତିରେ ୮.୧୪ ବିଲିୟନ ଡଲାର ହ୍ରାସ ଘଟିଛି।

ବିଲ ଗେଟ୍‌ସ

ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସଙ୍କ ସମ୍ପତ୍ତିର ପରିମାଣ ବର୍ତ୍ତମାନ ୯୮ ବିଲିୟନ ଡଲାର ରହିଛି। ତାଙ୍କୁ ୬.୯୮ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି।

ମାର୍କ ଜୁକରବର୍ଗ
ଫେସବୁକର ସହ ପ୍ରତିଷ୍ଟାତା ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିର ପରିମାଣ ୫୯.୫ ବିଲିୟନ ଡଲାର ରହିଛି। କୋରୋନା ପାଇଁ ତାଙ୍କ ସମ୍ପତ୍ତିରେ ୫.୮୯ ବିଲିୟନ ଡଲାର ହ୍ରାସ ଘଟିଛି।

ଲେରୀ ପେଜ୍‌
ଗୁଗଲର ସହ ପ୍ରତିଷ୍ଠାତା ଲେରୀ ପେଜ୍‌ ୪.୩୪ ବିଲିୟନ ଡଲାର କ୍ଷତି ସହିବା ସହ ସମ୍ପତ୍ତି ୫୪.୬ ବିଲିୟନ ଡଲାରକୁ ଖସି ଆସିଛି।

ସର୍ଗି ବ୍ରେନ
ଗୁଗଲର ଅନ୍ୟ ଜଣେ ସହ ପ୍ରତିଷ୍ଠାତା ସର୍ଗୀ ବ୍ରେନଙ୍କ ସମ୍ପତ୍ତି ୪.୨୨ ବିଲିୟନ ଡଲାର ହ୍ରାସ ଘଟି ୫୩ ବିଲିୟନ ଡଲାର ରହିଛି।

ଜ୍ୟାକ ମା
ଆଲିବାବାର ପ୍ରତିଷ୍ଠାତା ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି ରହି ଆସିଥିବା ଜ୍ୟାକ ମା ୧.୯୪ ବିଲିୟନ ଡଲାର କ୍ଷତି ସହିଛନ୍ତି। ବର୍ତ୍ତମାନ ତାଙ୍କର ସମ୍ପତ୍ତି ୪୨.୭ ବିଲିୟନ ଡଲାର ରହିଛି।

ମୁକେଶ ଅମ୍ବାନୀ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩.୩୫ ବିଲିୟନ ଡଲାର କ୍ଷତି ହୋଇଥିଲା। ବର୍ତ୍ତମାନ ରିଲାଏନ୍ସରେ ନିବେଶ ବଢିବାରୁ ସେ ବିଶ୍ୱର ଶୀର୍ଷ ୧୦ ଧନୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତାଙ୍କ ସ୍ଥାନ ୯ ନମ୍ବର ରହିଛି।

ଏଲନ ମସ୍କ
ଟେସଲା ଇ-କାରର ମାଲିକ ଏଲନ ମସ୍କ କୋରୋନା ଯୋଗୁ ୨.୮୫ ବିଲିୟନ ଡଲାର କ୍ଷତି ସହିଛନ୍ତି। ତାଙ୍କ ସମ୍ପତ୍ତି ୩୨.୨ ବିଲିୟନ ଡଲାରକୁ ଖସିଛି।

ଅଜୀମ ପ୍ରେମଜୀ
ଓ୍ପିପ୍ରୋର ଅଜୀମ ପ୍ରେମଜୀ ୮୭୦ ନିୟୁତ ଡଲାର କ୍ଷତି ସହିଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ୧୫.୧ ବିଲିୟନ ଡଲାରକୁ ଖସିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ