ଲଭମ୍ୟାରେଜ ବିରୋଧୀ ବାପାମାଆଙ୍କୁ ଏମିତି ମନାନ୍ତୁ


ବିବାହକୁ ନେଇ ଭାରତୀୟ ସମାଜରେ ସମୟ ସହିତ ବହୁତ ପରିବର୍ତ୍ତନ ଆସିଯାଇଛି। ଏବେ ଲଭ୍ ମ୍ୟାରେଜ, ଆରେଞ୍ଜଡ ମ୍ୟାରେଜ୍ ଭଳି ସାଧାରଣ କଥା ପାଲଟିବାରେ ଲାଗିଛି। ଏବେ ବି ଅନେକ ପରିବାର ରହିଛି ଯେଉଁଠି ଲଭ୍ ମ୍ୟାରେଜକୁ ଅନୁମତି ମିଳୁ ନାହିଁ। ଯଦି ଆପଣଙ୍କ ପରିବାର ମଧ୍ୟ ସେହିଭଳି ଏକ ପରିବାର ମଧ୍ୟରେ ଗୋଟିଏ, ତେବେ ସେମାନଙ୍କୁ ମନାଇବା ଲାଗି ଏଠାରେ କେତେକ ଟିପ୍ସ ଦିଆଯାଇଛି।

ଉପଯୁକ୍ତ ସମୟ ଚୟନ କରନ୍ତୁ
ଯଦି ଆପଣ ପୂର୍ବରୁ ଜାଣିଛନ୍ତି ଆପଣଙ୍କ ମାତାପିତା ଆପଣଙ୍କ ଲଭ୍ ମ୍ୟାରେଜ୍ ନିଷ୍ପତ୍ତିକୁ ନେଇ ବିରୋଧ କରିପାରନ୍ତି, ତେବେ ସେମାନଙ୍କୁ ଏ ବିଷୟରେ ଜଣାଇବା ଲାଗି ଉପଯୁକ୍ତ ସମୟ ଚୟନ କରାନ୍ତୁ। ଏଭଳି ପରିସ୍ଥିତିରେ ଆପଣଙ୍କ ପ୍ୟାରେଣ୍ଟ ଭଲ ମୁଡରେ ଥିବାବେଳେ ଅପେକ୍ଷା କରନ୍ତୁ। ଘରର ପରିସ୍ଥିତିକୁ ମଧ୍ୟ କୌଣସି ପ୍ରକାରର ଟେନସନ ହେବାକୁ ଦିଅନ୍ତୁ ନାହିଁ। ଉପଯୁକ୍ତ ସମୟରେ କଥା କଥାରେ ସେମାନଙ୍କୁ କହନ୍ତୁ ଯେ ଆପଣଙ୍କ ଜୀବନରେ କେହି ଜଣେ ସ୍ବତନ୍ତ୍ର ଅଛନ୍ତି।

ସାହାଯ୍ୟ ନିଅନ୍ତୁ
ବାପା ମା’ଙ୍କୁ କହିବା ପୂର୍ବରୁ ସମ୍ପର୍କୀୟଙ୍କ ସାହାଯ୍ୟ ନିଅନ୍ତୁ। ଆପଣଙ୍କ ବାପା ମା’ଙ୍କୁ ବହୁତ ସମ୍ମାନ କରୁଥିବା କିମ୍ବା ଭଲ ପାଉଥିବା ସମ୍ପର୍କୀୟଙ୍କ ସାହାଯ୍ୟ ନିଅନ୍ତୁ। ତାଙ୍କ ସହିତ ମିଶି ସ୍ଥିର କରନ୍ତୁ ଯେ ଆପଣ କେମିତି ଏ ସମ୍ପର୍କରେ ନିଜ ପରିବାରକୁ ସୂଚନା ଦେବେ ଓ କିଭଳି ବାପା ମା’ଙ୍କୁ ମନାଇବେ।। କଥା ହେବାକୁ ଗଲାବେଳେ ସମ୍ପର୍କୀୟଙ୍କୁ ମଧ୍ୟ ସାଙ୍ଗରେ ନେଇ ଯାଆନ୍ତୁ। ଯାହାଫଳରେ ସ୍ଥିତି ବିଗିଡ଼ିବା ସମୟରେ ସେମାନେ ଏହାକୁ ସମ୍ଭାଳି ନେବେ।

ନିଜ ପରିପକ୍ବତାର ପ୍ରମାଣ ଦିଅନ୍ତୁ
ଏହି ଦିଗରେ ସବୁଠାରୁ ଗୁରୁ୍ତ୍ବପୂର୍ଣ୍ଣ ହେଉଛି ଯଦି ବାପା ମା’ଙ୍କୁ ବିଶ୍ବାସ ହେବନି ଯେ ତାଙ୍କ ପୁଅ କିମ୍ବା ଝିଅ ନିଜ ପାଇଁ ସଠିକ୍ ନିଷ୍ପତ୍ତି ନେଇପାରିବେ, ତେବେ ସେ କେବେ ବି ନିଜ ପସନ୍ଦ ପାଇଁ ରାଜି ହେବେ ନାହିଁ। ତେଣୁ ଆପଣ ନିଜ ପିତାମାତାଙ୍କ ବିଶ୍ବାସ ଜିତିବାକୁ ଚେଷ୍ଟା କରନ୍ତୁ। ଆପଣ ଜଣେ ପରିପକ୍ବ ବ୍ୟକ୍ତି ବୋଲି ପ୍ରମାଣ କରନ୍ତୁ। ସେମାନେ ଭାବିବେ ତାଙ୍କ ପିଲା ବାହାଘର ଭଳି ସମ୍ପର୍କକୁ ନିଭାଇବା ଲାଗି ପ୍ରସ୍ତୁତ ଅଛି। ଏହା ଦ୍ବାରା ଆପଣଙ୍କ ମାତାପିତାଙ୍କ ଆଗରେ ଆପଣଙ୍କ କଥାର କିଛି ମାତ୍ରାରେ ଓଜନ ରହିବ।

ସ୍ବତନ୍ତ୍ର କହନ୍ତୁ
ଆପଣ ଯାହାକୁ ଜୀବନସାଥୀ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତାଙ୍କ ସମ୍ପର୍କରେ ନିଜ ବାପାମା’ଙ୍କୁ ଜଣାନ୍ତୁ। ଆପଣଙ୍କ ପରିବାର ପାଇଁ କାହିଁକି ସେ ଉତ୍ତମ ପସନ୍ଦ ବୁଝାନ୍ତୁ। ତାଙ୍କର ବିଶେଷତା ମଧ୍ୟ ମା’ ବାପାଙ୍କୁ କହନ୍ତୁ। ଯଦି ଅତୀତରେ କୌଣସି ସମୟରେ ସେ ଆପଣଙ୍କ ସାଥ ଦେଇଛନ୍ତି, ତାହା ମଧ୍ୟ ଜଣାନ୍ତୁ।

ଧୈର୍ଯ୍ୟ ରଖନ୍ତୁ
ଆପଣ ଭାବନ୍ତୁନି ଯେ ଆପଣ କହିବା ମାତ୍ରେ ପିତାମାତା ଆପଣଙ୍କ କଥାରେ ରାଜି ହୋଇଯିବେ। ଏଭଳି ପରସ୍ଥିତିରେ ଧୈର୍ଯ୍ୟ ରଖିବା ନିହାତି ଜରୁରୀ। ଯଦି ସେ ମନାକରନ୍ତି, କିଛି ଦିନ ତାଙ୍କୁ ସମୟ ଦିଅନ୍ତୁ। ପରେ ପଚାରନ୍ତୁ ଯେ ସେମାନେ ତାଙ୍କ ନିଷ୍ପତ୍ତି ବଦଳାଇଲେଣି କି ନାହିଁ। ଯଦି ଆପଣ ତାଙ୍କ ସହିତ ଯୁକ୍ତତର୍କ କରୁଛନ୍ତି, ତେବେ ବାପା ମା’ ବାଧ୍ୟରେ ରାଜି ହୋଇପାରନ୍ତି। କିନ୍ତୁ ବାହାଘର ପରେ ଆପଣଙ୍କ ଜୀବନସାଥୀଙ୍କୁ ସ୍ବୀକାର କରି ନ ପାରନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ