ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇଁ କରନ୍ତୁ ଏହି ବ୍ୟାୟାମ


ଅଣ୍ଟା ଯନ୍ତ୍ରଣା ସମସ୍ୟା ଗତ କିଛି ଦଶକ ହେଲାଣି ବହୁତ ମାତ୍ରାରେ ବଢ଼ି ଯାଇଛି। ଏକ ରିପୋର୍ଟ ମୁତାବକ ବ୍ୟାକ୍ ପେନ୍ ବା ଅଣ୍ଟା ଯନ୍ତ୍ରଣା ଭୋଗୁଥିବା ଲୋକଙ୍କ ସଂଖ୍ୟା ଗତ କିଛି ବର୍ଷ ଭିତରେ ୫୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ି ଯାଇଛି। ଏହି ତଥ୍ୟରୁ ଜଣାପଡ଼ୁଛି ଯେ ବିଳମ୍ବ ହେବା ପୂର୍ବରୁ ଏହି ସମସ୍ୟା ଉପରେ କାବୁ ପାଇବା କେତେ ଜରୁରୀ।

ବିଶ୍ବର ଜଣାଶୁଣା ସର୍ଜନ ନିକୋଲାଇ ଅମୋସୋଭ କହିଛନ୍ତି ଯେ ନିଜ ସ୍ବାସ୍ଥ୍ୟର ସୁରକ୍ଷା ମଣିଷର ନିଜ ହାତରେ ରହିଛି। ତାଙ୍କର ବ୍ୟବସ୍ଥିତ ଦୃଷ୍ଟିକୋଣ ଭବିଷ୍ୟତରେ ଗମ୍ଭୀର ସମସ୍ୟାରୁ ମୁକ୍ତି ପାଇବା ଲାଗି ଆମକୁ ସାହାଯ୍ୟ କରିପାରେ। ଅଣ୍ଟା ଯନ୍ତ୍ରଣା ସମସ୍ୟାକୁ ସେ ବହୁତ ନିକଟରୁ ବୁଝିଛନ୍ତି। ସ୍ବତନ୍ତ୍ର ବ୍ୟାୟାମ ଦ୍ବାରା ଏହି ଅଣ୍ଟା ଯନ୍ତ୍ରଣାକୁ ଦୂର କରିବାକୁ ପରାମର୍ଶ ଦେଇଛନ୍ତି। ଡାକ୍ତର ନିକୋଲାଇ ନିଜେ ଅନେକ ଥର ଏହି ବ୍ୟାୟାମ କରିଛନ୍ତି। ଏକ୍ସରସାଇଜର ସମସ୍ତ ଜିନିଷ ସେଟ୍ କରିବା ଲାଗି ମାତ୍ର ୩୦ ମିନିଟ୍ ଲାଗିଥାଏ। ଏହି ବ୍ୟାୟାମ କରିବାବେଳେ ମଣିଷର ପଲସ ରେଟ୍ ୧୧୦ରୁ ୧୨୦ ବିଟ୍ ପ୍ରତି ମିନିଟ୍ ରହିଥାଏ ଯାହାକି ଏକ ଏରୋବିକ୍ ଟ୍ରେନିଂ ସହିତ ସମାନ। ଆପଣ ୪ରୁ ୫ ରାପରୁ ଆରମ୍ଭ କରିପାରିବେ। ପ୍ରତ୍ୟେକ ବ୍ୟାୟାମ ୧୦, ୧୫ ଓ ୨୦ ରାପ କରିବାକୁ ପଡ଼ିବ।

ଚେୟାର ସହିତ ବ୍ୟାୟାମ
ଏହି ଏକ୍ସରସାଇଜ୍ ଆପଣ ଯେ କୌଣସି ଟେବଲ କିମ୍ବା ଚେୟାର ସହିତ କରିପାରିବେ। ଚେୟାରରେ ପିଠି ବଳରେ ଆଉଜି ବେକକୁ ଲକ୍ କରିନିଅନ୍ତୁ ଓ ଗୋଡ଼କୁ ସିଧା ରଖନ୍ତୁ। ଏହାପରେ ଅଣ୍ଟାର ନିମ୍ନ ଅଂଶ ସହିତ ଶରୀରକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ ଓ ସେହି ପୋଜିସନରେ ନିମ୍ନକୁ ଆସନ୍ତୁ। ଏହି ବ୍ୟାୟାମ ଆପଣଙ୍କୁ ୧୦ ରାପ କରିବାକୁ ପଡ଼ିବ।

ଯୋଗ ବ୍ୟାଣ୍ଡିଂ
ଏହି ବ୍ୟାୟାମ କରିବା ପାଇଁ ଭୂମିରେ ଅଣ୍ଟା ବଳରେ ସିଧା ଶୋଇବା ପରେ ଦୁଇ ପାଦକୁ ଯୋଡ଼ି ଧୀରେ ଧୀରେ ଉଠାନ୍ତୁ ଓ ଧୀରେ ଧୀରେ ଇନ୍ଦ୍ରଧନୁ ଭଳି ମୋଡ଼ି ଏହାକୁ ମୁଣ୍ଡ ପଛ ଆଡ଼କୁ ନେଇ ଯାଆନ୍ତୁ। ଧ୍ୟାନରେ ରଖନ୍ତୁ ଏହି ବ୍ୟାୟାମ କରିବା ସମୟରେ ଆପଣଙ୍କ ହାତକୁ ସିଧା ରଖନ୍ତୁ ଓ ନିଜ ଜାଗାରୁ ହାତକୁ ଜମା ବି ହଲାନ୍ତୁନି।

ହାତକୁ ଅଣ୍ଟା ପର୍ଯ୍ୟନ୍ତ ଟାଣନ୍ତୁ
ଭୂମିରେ ସିଧା ଠିଆ ହେବା ପରେ ନିଜ ଦୁଇ ହାତକୁ ଥର ଥର କରି ଉପରକୁ ଉଠାନ୍ତୁ ଓ କାନ୍ଧର ନିମ୍ନ ଭାଗ ଆଡ଼କୁ ନେଇ ଅଣ୍ଟା ଛୁଇଁବାକୁ ଚେଷ୍ଟା କରନ୍ତୁ। ଏହି ବ୍ୟାୟାମ ଆପଣଙ୍କୁ ୧୦ ରାପ କରିବାକୁ ପଡ଼ିବ।

ଶେକିଂ ୟୁରୋ ବଡି
ଭୂମି ଉପରେ ଆଣ୍ଠୁ ବଳରେ ବସି ଯାଆନ୍ତୁ। ଦୁଇ ହାତକୁ ଭୁମିରେ ରଖିବା ସହିତ ଅଣ୍ଟାକୁ ଢିଲା ଛାଡ଼ି ଦିଅନ୍ତୁ। ଏହାପରେ ନିଜ କହୁଣୀକୁ ହାଲୁକା ଭାବେ ମୋଡ଼ି ଶରୀରର ନିମ୍ନ ଆଡ଼କୁ ନିଅନ୍ତୁ ଓ ଶରୀରକୁ ହଲାଇବାକୁ ଚେଷ୍ଟା କରନ୍ତୁ। ଏହି ବ୍ୟାୟାମ ଆପଣଙ୍କୁ ୩୦ରୁ ୬୦ ସେକେଣ୍ଡ ପର୍ଯ୍ୟନ୍ତ କରିବାକୁ ପଡ଼ିବ।

ସ୍ବିଙ୍ଗିଂଙ୍ଗ ଦ ଫ୍ଲୋର୍
ଭୂମିରେ ଅଣ୍ଟା ବଳରେ ଶୁଅନ୍ତୁ। ଆଣ୍ଠୁକୁ ଛାତି ପାଖକୁ ଆଣନ୍ତୁ। ଏବେ ଦୁଇ ଗୋଡ଼କୁ ହାତ ସାହାଯ୍ୟରେ ପୁଶ୍ କରିବା ଲାଗି ବଳ ପ୍ରୟୋଗ କରନ୍ତୁ, ଯାହାଫଳରେ ଅଣ୍ଟା ଟାଣି ହେବ। ଏହାକୁ ମଧ୍ୟ ଲଗାତର ୧୦ ଥର କରିବାକୁ ପଡ଼ିବ।

ବ୍ୟାକ୍ ମସଲ ବ୍ୟାୟାମ
ଏହି ଏକ୍ସରସାଇଜ୍ କରିବା ଲାଗି ଭୂମି ଉପରେ ଛାତି ବଳରେ ଶୋଇ ଯାଆନ୍ତୁ। ଭୂମି ଉପରେ ପୂରା ଶରୀର ଓ ଦୁଇ ହାତକୁ ଏକଦମ ସିଧା ରଖନ୍ତୁ। ଏହାପରେ କାନ୍ଧରୁ ବେକ ଓ ଶରୀରକୁ ୩-୩ ସେକେଣ୍ଡ ପାଇଁ ୩ ଥର ଉପର ଆଡ଼କୁ ନେଇଯାଆନ୍ତୁ ଓ ରିଲାକ୍ସ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ