ଚିନ୍ତାଜନକ: ଭାରତରେ ସବୁଠୁ ଦ୍ରୁତଗତିରେ ବଢ଼ୁଛି କୋରୋନା ସଂକ୍ରମଣ


ଏବେ ଭାରତରେ କୋରୋନା ସଂକ୍ରମଣ ବିଶ୍ବର ସବୁଠୁ ଦ୍ରୁତଗତିରେ ବଢ଼ୁଛି। ବିଶ୍ବ ବ୍ୟାପୀ ତଥ୍ୟ ଅନୁଯାୟୀ ବିଗତ ଏକ ସପ୍ତାହରେ ମୋଟ ସଂକ୍ରମଣ ସଂଖ୍ୟାରେ ୨୮.୫ ପ୍ରତିଶତ ବ୍‌ଦ୍ଧି ଦେଖିବାକୁ ମିଳିଛି। ସର୍ବାଧିକ ପ୍ରଭାବିତ ଆମେରିକା, ବ୍ରାଜିଲ ଏବଂ ରୁଷର ବ୍‌ଦ୍ଧି ହାରକୁ ମଧ୍ୟ ଏହା ଟପିଛି। ଆମେରିକା ଏବଂ ରୁଷ ତୁଳନାରେ ଭାରତରେ ବ୍‌ଦ୍ଧି ମାତ୍ରା ପ୍ରାୟ ତିନି ଗୁଣା ଅଧିକ।

ତେଲେଙ୍ଗାନା ଓ ଆନ୍ଧ୍ରରେ ବଢ଼ୁଛନ୍ତି ରୋଗୀ
ସ୍ବାସ୍ଥ୍ୟ ମନ୍ତ୍ରାଳୟ ପ୍ରଦତ୍ତ ସୂଚନା ପ୍ରକାରେ ଶୁକ୍ରବାର ରେକର୍ଡ ୧୭,୨୯୬ ଜଣ ସଂକ୍ରମିତଙ୍କ ସଂଖ୍ୟା ସାମ୍ନାକୁ ଆସିଥିଲା। ସେହିପରି ୨୪ ଘଣ୍ଟାରେ ୪୦୭ ଜଣଙ୍କ ଜୀବନ ଯାଇଛି। ଏହି ସଂଖ୍ୟା ଯୋଡ଼ି ହେବା ପରେ ଦେଶରେ କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୪,୯୦,୪୦୧ରେ ପହଞ୍ଚିଛି। ଏହା ଲଗାତର ସପ୍ତମ ଦିନ ଥିଲା ଯେଉଁ ଦିନଗୁଡ଼ିକରେ ଦିନକୁ ପାଖାପାଖି ୧୪ ହଜାରରୁ ଅଧିକ ସଂକ୍ରମିତ ଯୋଡ଼ିହେବାରେ ଲାଗିଥିଲେ। ବିଗତ ଏକ ସପ୍ତାହ ମଧ୍ୟରେ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ତେଲେଙ୍ଗାନାରେ ପାଖାପାଖି ୧୦ ଦିନରେ ଏବଂ ଆନ୍ଧ୍ର ପ୍ରଦେଶରେ ୧୩ ଦିନରେ ରୋଗୀ ସଂଖ୍ୟା ଦୁଇଗୁଣାରେ ପହଞ୍ଚିଛି। ସେହିପରି ହରିୟାଣା, ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରେ ଗତ ଦୁଇଦିନରେ ପଜିଟିଭ ସଂଖ୍ୟାରେ ବଡ଼ ଧରଣର ଯୋଗ ଦେଖିବାକୁ ମିଳିଛି।

ଓଡ଼ିଶାରେ ସଂଖ୍ୟା ୬ ହଜାର ନିକଟ

ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୧୮ ଜଣ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୬,୧୮୦ ହୋଇଛି। ରାଜ୍ୟର ୧୦ଟି ଜିଲାରେ ୨୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପ୍ରତ୍ୟେକ ଦିନ ସଂଖ୍ୟା ବଢ଼ୁଥିବାବେଳେ ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ପାର ହୋଇଛି। ଗଞ୍ଜାମରେ ୧୧୩୭ ଥିବା ବେଳେ ଖୋର୍ଦ୍ଧାରେ ୭୫୨, କଟକରେ ୫୨୨, ଗଜପତି ୪୧୧, ଯାଜପୁରରେ ୪୦୨, ବାଲେଶ୍ବର ୩୩୨, ଜଗତସିଂହପୁର ୨୬୮, ପୁରୀ ୨୪୨, କେନ୍ଦ୍ରାପଡ଼ା ୨୨୯ ଓ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଛି।

ସଂକ୍ରମିତଙ୍କ ମଧ୍ୟରେ ଅଧିକ ପୁରୁଷ

ଭାରତରେ ସଂକ୍ରମିତଙ୍କ ମଧ୍ୟରେ ଅଧିକ ପୁରୁଷ ଥିବା ବେଳେ ମ୍‌ତକଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ ଥିବା ଜଣାପଡ଼ିଛି। ଜର୍ଣ୍ଣାଲ ଅଫ ଗ୍ଲୋବାଲ ହେଲଥ ସାଇନ୍ସରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୧୦୦ ସଂକ୍ରମିତଙ୍କ ମଧ୍ୟରେ ୬୬ ପୁରୁଷ ଥିବା ବେଳେ ୩୩ ମହିଳା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୩.୩ ପ୍ରତିଶତ ମହିଳା ରୋଗୀ ମ୍‌ତ୍ୟୁବରଣ କରୁଥିବା ବେଳେ କେବଳ ୨.୯ ପ୍ରତିଶତ ପୁରୁଷ ମ୍‌ତ୍ୟୁବରଣ କରୁଛନ୍ତି। ମେ ୨୦ ସୁଦ୍ଧା ଆସିଥିବା ପରିସଂଖ୍ୟାନ ଆଧାରରେ ବିଶ୍ଳେଷଣ ପରେ ଏ କଥା କୁହାଯାଇଛି।

ମ୍‌ତ୍ୟୁ କ୍ଷେତ୍ରରେ ମେକ୍ସିକୋ ପଛକୁ ଭାରତ

ବିଶ୍ବ ତୁଳନାରେ ଭାରତରେ ମ୍‌ତ୍ୟୁହାର ଯଥେଷ୍ଟ କମ। କିନ୍ତୁ ବିଗତ ଏକ ସପ୍ତାହ ମଧ୍ୟରେ ମ୍‌ତ୍ୟୁ ହାର ଅଚାନକ ବଢ଼ିଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ମ୍‌ତକଙ୍କ ସଂଖ୍ୟାରେ ୨୨ ପ୍ରତିଶତ ଅଭିବ୍‌ଦ୍ଧି ଦେଖିବାକୁ ମିଳିଛି। ଆମେରିକା, ବ୍ରାଜିଲ ଏବଂ ରୁଷରେ ଯେତିକି ମ୍‌ତ୍ୟୁ ହେଉଛି, ଭାରତରେ ତା’ଠାରୁ ଢେର ଅଧିକ ସଂକ୍ରମିତ ରୋଗୀଙ୍କ ମ୍‌ତ୍ୟୁ ଘଟିଛି। ବିଗତ ଏକ ସପ୍ତାହ ମଧ୍ୟରେ ମେକ୍ସିକୋରେ ତା’ ପୂର୍ବ ସପ୍ତାହ ତୁଳନାରେ ୨୭.୭ ପ୍ରତିଶତ ଅଧିକ କୋରୋନା ରୋଗୀଙ୍କ ମ୍‌ତ୍ୟୁ ଘଟିଥିବା ବେଳେ ଭାରତରେ ୨୧.୭ ପ୍ରତିଶତ ରୋଗୀଙ୍କ ଜୀବନ ଯାଇଛି। ପେରୁରେ ଅଧିକ ୧୯.୧ ପ୍ରତିଶତ, ବ୍ରାଜିଲରେ ୧୬.୪ ପ୍ରତିଶତ, ରୁଷରେ ୧୪.୮ ପ୍ରତିଶତ, ଇରାନରେ ୮.୮ ପ୍ରତିଶତ, ସ୍ବିଡେନରେ ୪.୫ ପ୍ରତିଶତ, ସ୍ପେନରେ ୪.୪ ପ୍ରତିଶତ ଓ ଆମେରିକାରେ ପୂର୍ବ ସପ୍ତାହ ତୁଳନାରେ ଗତ ସପ୍ତାହରେ ଅଧିକ ୩.୭ ପ୍ରତିଶତ ସଂକ୍ରମିତଙ୍କ ମ୍‌ତ୍ୟୁ ଘଟିଛି। ମେକ୍ସିକୋ ପଛକୁ ଭାରତ ଏ କ୍ଷେତ୍ରରେ ଦ୍ବିତୀୟ ସର୍ବାଧିକ ମ୍‌ତ୍ୟୁ ଦେଖିଛି।

ଅଧିକ ରୋଗୀ ସାମ୍ନାକୁ ଆସିବାର ବଡ଼ କାରଣ
ଉତ୍ତର ପ୍ରଦେଶ, ହରିୟାଣା ଏବଂ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ରାପିଡ ଆଣ୍ଟିଜେନ ଟେଷ୍ଟିଂ ଆରମ୍ଭ ହୋଇଯାଇଛି। ଏହି କାରଣରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଦିଲ୍ଲୀରେ ଗତ ସପ୍ତାହ ତୁଳନାରେ ତିନିଗୁଣା ଅଧିକ ଟେଷ୍ଟିଂ କରାଯାଇଛି। ଏହି କାରଣରୁ ଦିଲ୍ଲୀରେ ଲଗାତର ଚାରି ହଜାର ପାଖାପାଖି ପଜିଟିଭ ଦିନକୁ ଚିହ୍ନଟ ହେଉଛନ୍ତି। ଅଧିକରୁ ଅଧିକ ଟେଷ୍ଟିଂ କଣ୍ଟେନମେଣ୍ଟ ଜୋନ, ହଟସ୍ପଟ ଅଞ୍ଚଳ ଏବଂ ରୋଗୀମାନଙ୍କ ସମ୍ପର୍କରେ ଆସିଥିବା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ କରାଯାଉଛି। ଏଥିଯୋଗୁ ଅଧିକ ସଂଖ୍ୟକ ପଜିଟିଭ ସାମ୍ନାକୁ ଆସୁଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରାଳୟର ପରିସଂଖ୍ୟାନ ଉପରେ ନଜର ପକାଇଲେ ସ୍ପଷ୍ଟ ହେବ ଯେ ଜୁନ ୧୭ରେ ପ୍ରତି ୧୦୦ ପରୀକ୍ଷାରୁ ୭.୮୯ ରୋଗୀ ଚିହ୍ନଟ ହେଉଥିଲେ। କିନ୍ତୁ ଏବେ ପ୍ରତି ୧୦୦ ଟେଷ୍ଟରେ ୮.୧୪ ଜଣ ରୋଗୀ ଚିହ୍ନଟ ହେଉଛନ୍ତି।

କଟକଣା ଚାହୁଁଛନ୍ତି ରାଜ୍ୟ

କୋରୋନାର ବିପଦ ବଢ଼ୁଥିବା ଦେଖି କେତେକ ରାଜ୍ୟ ସରକାର ପୁଣି ଲକଡାଉନ ସପକ୍ଷରେ ଆଗକୁ ଆସିଛନ୍ତି। ଦେଶରେ ଅଗଷ୍ଟ ୧୨ ଯାଏ ଟ୍ରେନସେବା ରଦ୍ଦ କରାଯାଇଛି। ତାମିଲନାଡ଼ୁ ସରକାର ଗୁରୁବାର ବସସେବା ରଦ୍ଦ କରିଛନ୍ତି। କର୍ଣ୍ଣାଟକ ସରକାର ଲକଡାଉନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପଶ୍ଚିମବଙ୍ଗ ସରକାର ଜୁଲାଇ ୩୧ ଯାଏ ଲକଡାଉନ ଘୋଷଣା କରିଛନ୍ତି। ଓଡ଼ିଶା ସରକାର ଲକଡାଉନ ଅବଧି ବଢ଼ାଇବା ଚିନ୍ତାରେ ଅଛନ୍ତି। ଗଞ୍ଜାମ ଜିଲାର ବ୍ରହ୍ମପୁର ସହରକୁ ଆସନ୍ତା ସୋମବାର ଠାରୁ ଗୁରୁବାର ୪ ଦିନ ଶଟଡାଉନ ଘୋଷଣା କରାଯାଇଛି। ସେହିପରି ଗଜପତି ଜିଲାର ପାରଳାଖେମୁଣ୍ଡି ସହର ସମେତ ଗୋଷାଣିଗୁମା ଓ କାଶୀନଗର ବ୍ଲକ ଏବଂ ରାଣୀପେଣ୍ଠ ପଞ୍ଚାୟତକୁ ମଧ୍ୟ ୩ ଦିନ ପାଇଁ ଶଟଡାଉନ ଘୋଷଣା କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ