ବ୍ରିଟେନରେ ଚମକୁଛି ଭାରତୀୟ କୋରୋନା ଯୋଦ୍ଧାଙ୍କ କାରନାମା

ନର୍ସ ରିଜା ଆବ୍ରାହମଙ୍କୁ କୋରୋନା କ୍ରିଟିକାଲ ୱାର୍କର ହିରୋ ସମ୍ମାନ

କୋରୋନା ଭାଇରସ ସାରା ଦୁନିଆକୁ ହଲଚଲ କରି ରଖିଛି। କୋରୋନା ଯୁଦ୍ଧରେ ହେଲ୍‌ଥ କେୟାର ୱାର୍କର୍ସ, ଡାକ୍ତର ଓ ନର୍ସମାନେ ୨୪ଘଣ୍ଟା ସେବା ଦେବାରେ ଲାଗିଛନ୍ତି। ଭାରତୀୟ ଡାକ୍ତରମାନେ ବିଦେଶରେ ନିଜ ସେବା ଦେବାରେ ମଧ୍ୟ ପଛକୁ ହଟୁ ନାହାନ୍ତି। ସେମାନଙ୍କ ମଧ୍ୟରେ ନର୍ସ ରିଜା ଆବ୍ରାହମ ଅନ୍ୟତମ।

ମୁମ୍ବାଇ ଜନ୍ମିତ ରିଜା ୟୁନାଇଟେଡ୍ କିଙ୍ଗଡମର ହାର୍ଲୋ ସହରରେ କାମ କରୁଛନ୍ତି। ରିଜା ଏଭଳି ମହାମାରୀ ସମୟରେ ନିଜ ପରିବାର ଠାରୁ ଦୂରେଇ ରହି ନିଜ ଜୀବନ ବିଷୟରେ ଚିନ୍ତା ନ କରି ରୋଗୀଙ୍କୁ ସେବା ଯୋଗାଇ ଚାଲିଛନ୍ତି। ତାଙ୍କ ସେବା ମନୋଭାବ ଦେଖି ତାଙ୍କୁ କିଛି ଦିନ ତଳେ କୋରୋନା କ୍ରିଟିକାଲ ୱାର୍କର ହିରୋ ସମ୍ମାନରେ ସମ୍ମାନିତ କରାଯାଇଛି।

ରିଜାଙ୍କର ଜଣେ ଦେଢ଼ ବର୍ଷର ଝିଅ ଅଛନ୍ତି। ଏହା ସତ୍ତ୍ବେ କୋଭିଡ୍-୧୯ ରୋଗୀଙ୍କ ସେବାରେ ସେ ଲାଗିପଡ଼ିଛନ୍ତି। ଏହି କାରଣରୁ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଛି। ସୂଚନାଯୋଗ୍ୟ, ହାର୍ଲୋ ସହରର ଏସେକ୍ସସ୍ଥିତ ପ୍ରିନ୍ସେଜ୍ ଆଲେକଜାଣ୍ଡ୍ରା ହସ୍ପିଟାଲରେ ଗୁରୁତର ରୋଗୀଙ୍କୁ ରିଜା ସେବା କରୁଛନ୍ତି। ରିଜାଙ୍କ ସାଟିର୍ଫିକେଟରେ ଲେଖାଯାଇଛି ଯେ ହାର୍ଲୋ ଏସେକ୍ସର ପ୍ରିନସେସ ଆଲେକଜାଣ୍ଡ୍ରା ହସ୍ପିଟାଲ ଥିଏଟରରେ ଜଣେ ନର୍ସ ରିଜା ଏବେ ଗୁରୁତର କୋଭିଡ୍-୧୯ ରୋଗୀଙ୍କୁ ଜରୁରୀ ସେବା ପ୍ରଦାନ କରୁଛନ୍ତି। ଘରେ ତାଙ୍କର ଦେଢ଼ ବର୍ଷର ଝିଅ ଅଛନ୍ତି। ଏହାସତ୍ତ୍ବେ ସେ ତାଙ୍କୁ ଘରେ ଛାଡ଼ି ଲଗାତର ଡ୍ୟୁଟି କରିବାରେ ଲାଗିଛନ୍ତି। ସେ ଯଥାସମ୍ଭବ ସର୍ବୋତ୍ତମ ସେବା ପ୍ରଦାନ କରିବାରେ ପ୍ରଚେଷ୍ଟା ଜାରି ରଖିଛନ୍ତି ବୋଲି ତାଙ୍କ ସାଟିର୍ଫିକେଟରେ ଲେଖାଯାଇଛି।

ରିଜା ନିଜ ଡ୍ୟୁଟିର ପ୍ରାଥମିକତା ସମ୍ପର୍କରେ କହିଛନ୍ତି ଯେ ଯେମିତି ଫ୍ଲୋରେନ୍ସ ନାଇଟାଙ୍ଗଲ ଥରେ କହିଥିଲେ ଯେ ଡରର ଭାବନା ଭିତରେ ବହୁତ କିଛି କାମ କରାଯାଇପାରିବ। ବାସ୍ ଏହା ତାଙ୍କର ମାର୍ଗଦର୍ଶକ ସିଦ୍ଧାନ୍ତ ପାଲଟିଯାଇଛି। ନିଜ ସହଯୋଗୀଙ୍କ ସହିତ ସେ ଲୋକଙ୍କୁ ସେବା ପ୍ରଦାନ କରିବା ପାଇଁ ଯୁଦ୍ଧ ଲଢ଼ୁଛନ୍ତି ବୋଲି ରିଜା କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ