ବାହାରେ କୋରୋନା, ଭିତରେ କ୍ୟାଟ୍ରିନାଙ୍କ ଫଟୋଶୁଟ


ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କେଫ୍ କେବଳ ନିଜ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ବରଂ ଫ୍ୟାଶନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ଚାରିଆଡ଼େ କୋରୋନା ଭାଇରସ ସଂକ୍ରମଣ ବଢ଼ି ଚାଲିଥିବାରୁ ସେ ବାହାରକୁ ଯାଇପାରୁ ନାହାନ୍ତି ସତ, ହେଲେ ଘରେ ଫଟୋ ଶୁଟ୍ ଆରମ୍ଭ କରିସାରିଲେଣି।

କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମରେ କେତେକ ଫଟୋ ଶେୟାର କରିଛନ୍ତି। ସେ ଘରର ଛାତ ଉପରେ ବଣ୍ଡ ତାହିତିଙ୍କ ପାଇଁ ଫଟୋଶୁଟ୍ କରିଛନ୍ତି। କ୍ୟାଟ୍ରିନା ବ୍ରାଣ୍ଡ ରିବକର ଏଣ୍ଡୋର୍ସ କରୁଛନ୍ତି। ଯେଉଁଥିପାଇଁ  ସେ କଲରଫୁଲ ରାମ୍ବୋ ଡ୍ରେସ ପିନ୍ଧିଥିଲେ। ଏହି କଲରଫୁଲ୍ ଡ୍ରେସ ସହିତ କ୍ୟାଟ୍ରିନା ରିବକ ଶୁଜ୍ ପିନ୍ଧିଥିଲେ, ଯାହା ୟୁନିସେକ୍ସ ଅଟେ। ଏହି କଲରଫୁଲ ରିବକ ଶୁଜର ଦାମ ୭ ହଜାର ଟଙ୍କା। ଯଦିଓ ଏହି ଡ୍ରେସର ଫ୍ରଣ୍ଟ ଜିପ୍ ଓ ଟ୍ବିଲ ସହିତ ରହିଛି, କିନ୍ତୁ କ୍ୟାଟ୍ରିନା ବହୁତ ସ୍ମାର୍ଟଲି ଏହାକୁ ହ୍ବାଇଟ୍ ଟ୍ୟାଙ୍କ ଟପ୍ ସହିତ ପିନ୍ଧିଥିଲେ। ଇଟାଲୀ ପ୍ରସ୍ତୁତ ଏହି ସ୍ବତନ୍ତ୍ର ଡ୍ରେସର ଦାମ୍ ପାଖାପାଖି ୬୬ ହଜାର ଟଙ୍କା। ଏହି ଡ୍ରେସ୍ ସହିତ କ୍ୟାଟ୍ରିନା ବହୁତ କମ୍ ମେକ୍ଅପ୍ ନେବା ସହିତ ସିମ୍ପଲ ହେଆର ଷ୍ଟାଇଲ୍ ରଖିଥିଲେ ଯାହା ତାଙ୍କୁ ଆହୁରି ସୁନ୍ଦର କରି ଦେଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ