ଯୋଗ ବଦଳାଇ ଦେଲା ମାନୁଷୀଙ୍କ ଜୀବନ


୨୦୧୭ରେ ବିଶ୍ବ ସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର କହିଛନ୍ତି ଯେ ସାରା ଦୁନିଆକୁ ଭାରତ ଯୋଗକୁ ଉପହାର ଭାବେ ଦେଇଛି। ଏଥିପାଇଁ ସେ ନିଜକୁ ଖୁବ୍ ଗର୍ବିତ ମନେକରୁଛନ୍ତି। କୋଟି କୋଟି ଲୋକଙ୍କୁ ଯୋଗରୁ ଲାଭ ମିଳୁଛି। ମାନୁଷୀ କହିଛନ୍ତି ଯେ ଯୋଗ ତାଙ୍କୁ ଶାରୀରିକ ଓ ମାନସିକ ଭାବେ ମଜବୁତ କରିଛି।

ମାନୁଷୀଙ୍କ କହିବାନୁସାରେ ଯୋଗ ଲୋକଙ୍କ ସ୍ବାସ୍ଥ୍ୟକୁ ଅନେକ ପ୍ରକାର ଲାଭ ଦେଉଛି। ଏହା ଲୋକଙ୍କ ପାଇଁ ଏକ ଆଶ୍ରୟସ୍ଥଳ ଭଳି। ତେଣୁ ସମସ୍ତେ ନିଜ ରୁଟିନରେ ଯୋଗକୁ ସାମିଲ କରିବା ଉଚିତ। ନିଜ ସୁନ୍ଦର ଶରୀରର ରହସ୍ୟ ମାନୁଷୀ ଯୋଗକୁ ହିଁ ଦେଇଛନ୍ତି। ସ୍କୁଲ ସମୟରୁ ହିଁ ସେ ଏହାକୁ ନିଜ ଜୀବନ ସହିତ ଯୋଡ଼ି ଦେଇଥିଲେ। ଶାରୀରିକ ଭାବେ ଏହା ତାଙ୍କୁ ଯେତିକି ଫାଇଦା ଦେଇଛି, ତାହା ଠାରୁ କାହିଁ କେତେଗୁଣା ଅଧିକ ମାନସିକ ଭାବେ ଦେଇଛି। ଏଥିପାଇଁ ସେ ଅଧିକ ସଚେତନ ହୋଇପାରିଛନ୍ତି। ଯୋଗ ତାଙ୍କୁ ମାନସିକ ଭାବେ ଦୃଢ଼ କରିଛି। ଏହାଯୋଗୁ ପୂରା ଦିନ ସେ ଫ୍ଲେକ୍ସିବଲ ରହିପାରୁଛନ୍ତି ବୋଲି ମାନୁଷୀ କହନ୍ତି।

ମାନୁଷୀ ଆହୁରି ମଧ୍ୟ କହିଛନ୍ତି ଯେ ଯୋଗ ଯୋଗୁ ତାଙ୍କର ସେନ୍ସ ଅଫ୍ ଫୋକସ୍ ମଧ୍ୟ ବଢ଼ିଛି। ଯୋଗ ତାଙ୍କୁ ଧୈର୍ଯ୍ୟ ରଖିବା ଏହା ଶିଖାଇଛି। ଏଥିସହିତ ଅଦରକାରୀ କଥା ନିଜ ମସ୍ତିଷ୍କରୁ କିପରି ହଟାଯିବ, ତାହା ମଧ୍ୟ ଶିଖାଇଛି। ଯୋଗ ପାଇଁ ହିଁ ଜୀବନ ପ୍ରତି ତାଙ୍କର ଦୃଷ୍ଟିକୋଣ ବଦଳି ଯାଇଛି। ତାଙ୍କର ଫୋକସ୍ ଉତ୍ତମ ରହିଲା ଓ ଜୀବନରେ ଉପଯୁକ୍ତ ନିଷ୍ପତ୍ତି ନେବାରେ ମଧ୍ୟ ଯୋଗ ତାଙ୍କୁ ସାହାଯ୍ୟ କଲା ବୋଲି ମାନୁଷୀ କହିଛନ୍ତି। ମୋଟାମୋଟି ଭାବେ ଯୋଗ ସମ୍ପୂର୍ଣ୍ଣ ଭାବେ ତାଙ୍କ ଜୀବନକୁ ବଦଳାଇ ଦେଲା ବୋଲି ମାନୁଷୀ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ