ଜାଣନ୍ତୁ ଗ୍ୟାଙ୍ଗ୍ରିନ ରୋଗର କାରଣ


ଗ୍ୟାଙ୍ଗ୍ରିନ ଏଭଳି ଏକ ରୋଗ, ଯେଉଁଥିରେ ଶରୀରର କେତେକ ଖାସ୍ ଅଂଶରେ ଟିସ୍ୟୁ ନଷ୍ଟ ହେବାରେ ଲାଗେ। ଏଥିପାଇଁ ସେଠାରେ ଘା’ ହୋଇଯିବା ସହିତ ଏହା ଚାରିଆଡ଼କୁ ମାଡ଼ିବାରେ ଲାଗେ। ଠିକ୍ ସମୟରେ ଚିକତ୍ସା କରା ନ ଗଲେ ସ୍ଥିତି ଭୟାବହ ହୋଇପାରେ। ବିଶେଷକରି ମଧୁମେହ ରୋଗୀଙ୍କୁ ନିଜ ଡାଏଟ୍ ଉପରେ ଅଧିକ ଧ୍ୟାନ ଦେବାକୁ କୁହାଯାଏ। କାରଣ ଅଧିକାଂଶ ମାମଲାରେ ଶର୍କରାଜନିତ ରୋଗ ଭାବେ ଜଣାଶୁଣା ଡାଏବେଟିସ ରୋଗୀଙ୍କ କ୍ଷେତ୍ରରେ ଗ୍ୟାଙ୍ଗ୍ରିନ ଦେଖାଯାଇଥାଏ।

ଗ୍ୟାଙ୍ଗ୍ରିନ ଓ ଶର୍କରା ମଧ୍ୟରେ ସମ୍ପର୍କ

ଆମ ଶରୀରରେ ଯଦି ରକ୍ତ ପ୍ରବାହ କୌଣସି କାରଣରୁ କମ୍ ହୋଇଥାଏ, ତେବେ ଶରୀରରେ ଅନେକ ପ୍ରକାରର ସସସ୍ୟା ସୃଷ୍ଟି ହୋଇଥାଏ। କାରଣ ରକ୍ତ ସହିତ ଶରୀରରେ ଅମ୍ଳଜାନ ପ୍ରବାହ ମଧ୍ୟ ହୋଇଥାଏ। ଏହା ଆମକୁ ଜୀବନ୍ତ ରଖିବାରେ ବହୁତ ଦରକାର। କିନ୍ତୁ ଶରୀରରେ ମଧୁମେହ କାରଣରୁ ଶର୍କରା ମାତ୍ରା ଅଧିକ ହୋଇଯାଏ। ଧମନୀରେ ପ୍ରବାହିତ ରକ୍ତର ଗ୍ଲୁକୋଜ ସ୍ତର ବଢ଼ିଯାଏ। ଏହାଫଳରେ ମଧ୍ୟ ରକ୍ତ ପ୍ରବାହ ପ୍ରଭାବିତ ହୋଇଥାଏ। ଟିସ୍ୟୁଗୁଡ଼ିକ ଏହାର ଲାଭ ପୂରା ଉଠାଇ ପାରନ୍ତି ନାହିଁ। ତେଣୁ ଧୀରେ ଧୀରେ ଟିସ୍ୟୁଗୁଡ଼ିକ ମୃତ ହେବାରେ ଲାଗନ୍ତି ଓ ପରେ ଗ୍ୟାଙ୍ଗ୍ରିନର ରୂପ ନେଇଥାନ୍ତି।

ଗ୍ୟାଙ୍ଗ୍ରିନର ପ୍ରକାର

ଗ୍ୟାଙ୍ଗ୍ରିନ ମୁଖ୍ୟ ରୂପରେ ତିନି ପ୍ରକାରର ହୋଇଥାଏ। ସେଗୁଡ଼ିକ ଶୁଖିଲା ଗ୍ୟାଙ୍ଗ୍ରିନ, ଆର୍ଦ୍ର ଗ୍ୟାଙ୍ଗ୍ରିନ, ଗ୍ୟାସ୍ ଗ୍ୟାଙ୍ଗ୍ରିନ। ଏଗୁଡ଼ିକ ଶରୀରର ବାହାର ପଟେ ବିକଶିତ ହୋଇଥାଏ। ଶରୀରର ଯେଉଁ ଅଂଶରେ ଟିସ୍ୟୁ ଆର୍ଦ୍ର ହୋଇଥାଏ, ସେଠାରେ ଆର୍ଦ୍ର ଗ୍ୟାଙ୍ଗ୍ରିନ ହୋଇଥାଏ। ଏଥିସହିତ ଗ୍ୟାସ୍ ଗ୍ୟାଙ୍ଗ୍ରିନ ତାହା ହୋଇଥାଏ, ଯେଉଁଥିରେ ତ୍ବଚାର ଟିସ୍ୟୁରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଯାଏ। ଏହା ଦୂଷିତ ଗ୍ୟାସ୍ ନିର୍ଗତ କରେ। ଫଳରେ ଆଖପାଖ ତ୍ବଚାରେ ଏହି ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଥାଏ।

ମଧୁମେହରୁ ହୋଇଥାଏ ପେରିଫେରାଲ ଭାସ୍କ୍ୟୁଲାର ଡିଜିଜ୍
ମଧୁମେହ କେବଳ ଶରୀରର କୌଣସି ଗୋଟିଏ ଅଂଶ ଉପରେ ନିଜର ପ୍ରଭାବ ଦେଖାଇ ନ ଥାଏ, ବରଂ ଏହା ରକ୍ତର ଫ୍ଲୋକୁ ମଧ୍ୟ ପ୍ରଭାବିତ କରିଥାଏ। ରକ୍ତ ପ୍ରବାହ କମ୍ ହେବା କାରଣରୁ ଶରୀରରେ କୌଣସି ଆଘାତ ଲାଗିଲେ କିମ୍ବା ଘା’ ହେଲେ ଏହା ଭଲ ହେବାକୁ ବହୁତ ସମୟ ଲାଗିଥାଏ। ହାତ ଓ ଗୋଡରେ ରକ୍ତ ପ୍ରବାହ କମ୍ ହେବା ପେରିଫେରାଲ ଭାସ୍କ୍ୟୁଲାର ଡିଜିଜ୍ କହନ୍ତି। ଯେଉଁ ଲୋକମାନେ ଏହି ସମସ୍ୟାରେ ପଡ଼ିଛନ୍ତି, ସେମାନଙ୍କର ଅଲ୍ସର ଓ ଗ୍ୟାଙ୍ଗ୍ରିନ ଭଳି ସମସ୍ୟା ହେବା ଆଶଙ୍କା ଅଧିକ ରହିଛି।

ମଧୁମେହ ମଧ୍ୟ ଏସବୁ ସଂକ୍ରମଣର କାରଣ
ମଧୁମେହ କାରଣରୁ ଗୋଡ଼ରେ ମଧ୍ୟ ଅନେକ ପ୍ରକାରର ସଂକ୍ରମଣ ହୋଇଥାଏ। ସେଗୁଡ଼ିକ ମଧ୍ୟରେ ଫଙ୍ଗାଲ ଇନଫେକ୍ସନ୍, ଏଥଲିଟ୍ ଫୁଟ୍, ସେଲ୍ୟୁଲସ କର୍ଣ୍ସ, ଫଫୋଲ, ଡ୍ରାଏସ୍କିନ୍, ଡାଏବେଟିକ୍ ଅଲସର, ହ୍ୟାମର ଟୋ ଆଦି ରହିଛି। ତେଣୁ ମଧୁମେହ ରୋଗୀ ନିଜ ସ୍ବାସ୍ଥ୍ୟକୁ ନେଇ ଆଦୌ ଅବହେଳା କରିବା ଉଚିତ ନୁହେଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ