ପିଅନ୍ତୁ ଓ ପିଆନ୍ତୁ ଦେଶୀ ଡ୍ରିଙ୍କସ୍ ’ଥଣ୍ଡାଇ’


ଗରମ ଦିନେ ସାଧାରଣତଃ ଲୋକେ କିଛି ଥଣ୍ଡା ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି। ଏପରିସ୍ଥଳେ କିଛି ଏପରି ଟ୍ରାଏ କରିପାରିବେ, ଯାହା ଶରୀରକୁ ଥଣ୍ଡା ପ୍ରଦାନ କରିବା ସହିତ ଆପଣଙ୍କ ସ୍ବାସ୍ଥ୍ୟକୁ ମଧ୍ୟ ଲାଭ ପହଞ୍ଚାଇବ। ଚାଲନ୍ତୁ ଜାଣିବା ’ଥଣ୍ଡାଇ’ର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ।

କ’ଣ ଦରକାର

୩ ଛୋଟ ଗିନା ବାଦାମ, ୧ ଗିନା କାଜୁ, ପାନ ମଧୁରୀ, ଅଧ ଗିନା ମଗଜ, ଅଧ ଚାମଚ ଗୋଲମରିଚ ଗୁଣ୍ଡ, ୧ଛୋଟ ଗିନା ପିସ୍ତା, ୧ ଗିନା ଖସଖସ, ୪ରୁ ୫ଟି ଗୁଜରାତି, ୫ ଗ୍ରାମ୍ କେସର, ୧ ଗ୍ଲାସ୍ ଗରମ ପାଣି, ୩ ଟେବଲସ୍ପୁନ୍ ଗୁଲକନ୍ଦ, ୩୦୦ ଗ୍ରାମ୍ ଚିନି, ୨୫୦ ମିଲି ପାଣି।

ପ୍ରସ୍ତୁତି ପ୍ରଣାଳୀ
ଥଣ୍ଡାଇ ତିଆରି କରିବା ପାଇଁ ଏକ ପାତ୍ରରେ ବାଦାମ, କାଜୁ, ପାନମଧୁରୀ, ମଗଜ, ଗୋଲମରିଚ ଗୁଣ୍ଡ, ପିସ୍ତା, ଖସଖସ, ଗୁଜୁରାତି ଗୁଣ୍ଡ ଓ କେସର ପକାନ୍ତୁ। ଏସବୁ ଜିନିଷକୁ ଗରମ ପାଣିରେ କିଛି ସମୟ ଭିଜାଇ ରଖନ୍ତୁ। ଫଳରେ ଡ୍ରାଏଫ୍ରୁଟ୍ ଶୀଘ୍ର ନରମ ହୋଇଯିବ। ଚାରି ଘଣ୍ଟା ପରେ ସମସ୍ତ ଜିନିଷକୁ ଗ୍ରାଇଣ୍ଡରରେ ଭଲ ଭାବେ ପେଷି ଦିଅନ୍ତୁ। ଏହାପରେ ଗୁଲକନ୍ଦ ପକାଇ ପୁଣିଥରେ ଏହାକୁ ଗ୍ରାଇଣ୍ଡିଂ କରନ୍ତୁ। ଏବେ ଏକ ପ୍ୟାନରେ ଶିରା ପ୍ରସ୍ତୁତ କରନ୍ତୁ। ୧୦ରୁ ୧୫ ମିନିଟ୍ ଭିତରେ ଶିରା ପ୍ରସ୍ତୁତ ହୋଇଗଲା ପରେ ଏଥିରେ ଗ୍ରାଇଣ୍ଡିଂ କରାଯାଇଥିବା ପେଷ୍ଟ ପକାଇ ୧୦ ମିନିଟ୍ ଯାଏ ଗୋଳାନ୍ତୁ। ଯଦି ଏହି ବ୍ୟାଟର ପୂରା ଗାଢ଼ା ହୋଇଯାଏ, ତେବେ ଏଥିରେ କିଛି ପାଣି ମିଶାଇ ପାରିବେ। କିଛି ସମୟ ପରେ ଗ୍ୟାସ୍ ବନ୍ଦ କରି ଦିଅନ୍ତୁ। ୧୫ରୁ ୨୦ ମିନିଟ୍ ଭିତରେ ଥଣ୍ଡାଇ ପୂରା ପ୍ରସ୍ତୁତ ହୋଇଯିବ। ଏହାକୁ ବୋତଲରେ ଭର୍ତ୍ତି କରି ରଖନ୍ତୁ। ଗରମ ଦିନେ ବାହାରୁ ଘରକୁ ଆସିବା ପରେ ଏହାକୁ କ୍ଷୀରରେ ଢାଳି ଥଣ୍ଡାଇ ସେବନ କରିପାରିବେ। ଏହା ଆପଣଙ୍କୁ ଗରମରୁ ବଞ୍ଚାଇବା ସହିତ ବାଦାମର ପୋଷଣ ମଧ୍ୟ ମିଳିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ