ସୂର୍ଯ୍ୟପରାଗରେ ଗର୍ଭବତୀ ମହିଳା ଭୁଲରେ ବି କରନ୍ତୁନି ଏହି କାମ


ରବିବାର ୨୧ ଜୁନରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଏହା ଦେଶର ଅନେକ ଅଂଶରେ କୁଣ୍ଡଳାକାର ବା ବଳୟାକାର ହେବ। ଅର୍ଥାତ୍ ପରାଗ ସମୟରେ ସୂର୍ଯ୍ୟ ଆକାଶରେ ନିଆଁର ମୁଦି ଭଳି ପ୍ରତୀୟମାନ ହେବ। ସାରା ଭାରତରେ ପରାଗ ସକାଳ ୧୦ଟା ୨୦ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ସମାପ୍ତ ହେବ। କିନ୍ତୁ ଏଥିପାଇଁ ପାକ ନିଷେଧ ୨୦ ଜୁନ୍ ଶନିବାର ରାତି ୧୦ଟା ୨୭ରୁ ଆରମ୍ଭ ହୋଇ ରବିବାର ସନ୍ଧ୍ୟା ୪ଟାରେ ଶେଷ ହେବ। ସୂଚନାଯୋଗ୍ୟ ଯେ ଜ୍ୟୋତିଷମାନେ ପରାଗ ପୂର୍ବ ଓ ପରର ୧୨ ଘଣ୍ଟାକୁ ଅଶୁଭ କାଳ ବୋଲି ମାନିଥାନ୍ତି। ଅଶୁଭ କାଳରେ ଏପରି କିଛି କାମ କରିବା ଉଚିତ ନୁହେଁ, ବିଶେଷକରି ଗର୍ଭବତୀ ମହିଳାମାନଙ୍କୁ ସାବଧାନ ରହିବାକୁ ପଡ଼ିଥାଏ। ଏହି ସମୟରେ କରିଥିବା କେତେକ କାମ ପିଲା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଚାଲନ୍ତୁ ଜାଣିବା ଏହି ସମୟରେ ଗର୍ଭବତୀ ମହିଳାମାନେ କେଉଁ କେଉଁ କାମ କରିବା ଉଚିତ ନୁହେଁ।

ଘରୁ ବାହାରକୁ ବାହାରନ୍ତୁ ନାହିଁ

ଗର୍ଭବତୀ ମହିଳାମାନେ ପରାଗ ସମୟରେ ଘରୁ ବାହାରିବା ଉଚିତ ନୁହେଁ। ପରାଗର ଛାୟା ଉଭୟ ମା ଓ ପିଲା ଉପରେ ପଡ଼ିବା ଅଶୁଭ ବୋଲି ଗ୍ରହଣ କରାଯାଏ।

ଭଗବାନଙ୍କୁ ଜପ କରନ୍ତୁ
ଗର୍ଭବତୀ ମହିଳାମାନେ ପରାଗ ସମୟରେ ଭଗବାନଙ୍କୁ ଧ୍ୟାନ କରିବା ଉଚିତ। ଏହି ସମୟରେ ଜ୍ୟୋତିଷଙ୍କ କହିବାନୁସାରେ ସୂର୍ଯ୍ୟପରାଗ ସମୟରେ ସୂର୍ଯ୍ୟଦେବଙ୍କ ପୂଜା, ଆଦିତ୍ୟ ହୃଦୟ ସ୍ତୋତ୍ର, ସୂର୍ଯ୍ୟାଷ୍ଟକ ସ୍ତୋତ୍ର ପାଠ କରିବା ଉଚିତ।

ପରାଗ ପରେ କରନ୍ତୁ ସ୍ନାନ

ପରାଗ ଲାଗିବା ପୂର୍ବରୁ ଗର୍ଭବତୀ ମହିଳାମାନେ ଥରେ ଗାଧୋଇବା ଉଚିତ। ଏହାପରେ ପରାଗ ଶେଷ ହୋଇଗଲା ପରେ ମଧ୍ୟ ଗାଧୋଇବା ଉଚିତ। ଏହାଫଳରେ ପରାଗ ସମୟରେ ବାହାରି ଥିବା ଦୂଷିତ ରଶ୍ମୀର ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ।

କିଛି ବି ଖାଆନ୍ତୁନି

ପରାଗର ହାନିକାରକ ରଶ୍ମୀ କାରଣରୁ ରନ୍ଧା ଯାଇଥିବା ଖାଦ୍ୟ ଅଶୁଦ୍ଧ ହୋଇଯାଏ। ତେଣୁ ଏହି ସମୟରେ କିଛି ଖାଇବାଠାରୁ ଦୂରେଇ ରହନ୍ତୁ।

ନଡ଼ିଆ ରଖନ୍ତୁ

ପରାଗ ସମୟରେ ଗର୍ଭବତୀ ମହିଳା ନିଜ ପାଖରେ ଏକ ନଡ଼ିଆ ରଖିବା ଉଚିତ। ଏପରି କରିବା ଦ୍ବାରା ନକାରାତ୍ମକ ଶକ୍ତି ଆଖପାଖକୁ ଆସି ନ ଥାଏ।

ଶୁଅନ୍ତୁ ନାହିଁ
ସୂର୍ଯ୍ୟପରାଗ ସମୟରେ ଶୋଇବାକୁ ମନା କରାଯାଉଥିବାବେଳେ ଗର୍ଭବତୀ ମହିଳାଙ୍କୁ କିଛିଟା ରିହାତି ଦିଆଯାଇଛି। କିନ୍ତୁ ଏହି ସମୟରେ ନିଜ ଆରାଧ୍ୟଙ୍କୁ ଧ୍ୟାନ କରିବାକୁ ଚେଷ୍ଟା କରନ୍ତୁ।

ପରାଗ ଦେଖନ୍ତୁ ନାହିଁ
ଗର୍ଭବତୀ ମହିଳାମାନେ ପରାଗ ଦେଖିବା ଉଚିତ ନୁହେଁ। କୁହାଯାଏ ଏପରି କଲେ ମହିଳାଙ୍କ ଲିଭର, ଚର୍ମ ଓ ଆଖିକୁ କ୍ଷତି ପହଞ୍ଚିଥାଏ। ଏଥିସହିତ ଗର୍ଭରେ ବଢ଼ୁଥିବା ପିଲାର ତ୍ବଚା ସମ୍ବନ୍ଧୀୟ କୌଣସି ସମସ୍ୟା ହୋଇପାରେ।

ଏହା ଧ୍ୟାନରେ ରଖନ୍ତୁ

ପରାଗର ନକାରାତ୍ମକ ପ୍ରଭାବରୁ ରକ୍ଷା ପାଇବା ଲାଗି ଗର୍ଭବତୀ ମହିଳାଙ୍କୁ ତୁଳସୀ ପତ୍ର ଜିଭରେ ରଖି ହନୁମାନ ଚାଳିଶା ଓ ଦୁର୍ଗାସ୍ତୁତି ପାଠ କରିବା ଉଚିତ। ଆମିଷ ଓ ନିଶା ଦ୍ରବ୍ୟଠାରୁ ଦୂରେଇ ରହିବା ସହିତ ନାଭି ପାଖରେ ଚନ୍ଦନ କିମ୍ବା ଗୋବର ଲଗାନ୍ତୁ। କୌଣସି ପ୍ରକାରର ଚାପ ନ ନେବା ସହିତ ଧାର୍ମିକ ପୁସ୍ତକ ପଢ଼ନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ