ସବୁବେଳେ ଟ୍ରେଣ୍ଡରେ ନନ୍ଦିନୀ ଓ ମସ୍ତାନୀଙ୍କ ଆଉଟଫିଟ


ସମସ୍ତଙ୍କୁ ଜଣାଅଛି, ସଞ୍ଜୟ ଲୀଲା ଭନସାଲୀ ତାଙ୍କ ସିନେମାରେ ଧନ, ସମୃଦ୍ଧି ଓ ଐଶ୍ବର୍ଯ୍ୟ ଦେଖାଇବା ଲାଗି ସଉକ ରଖିଥାନ୍ତି। ଯେତେବେଳେ ସେ କୌଣସି ନୂଆ ସିନେମା ସମ୍ପର୍କରେ ଘୋଷଣା କରନ୍ତି, ସମସ୍ତେ ଜାଣି ନେଇଥାନ୍ତି ଫିଲ୍ମ ରିଲିଜ୍ ପରେ ଅନେକ ସୁନ୍ଦର ସୁନ୍ଦର ଆଉଟଫିଟ୍ ଦେଖିବାକୁ ମିଳିବ ଯାହା ଫ୍ୟାଶନ୍ ଇଣ୍ଡଷ୍ଟ୍ରୀରେ ଉତ୍ତମ ପ୍ରଭାବ ପକାଇବ। ତାଙ୍କ ପ୍ରତ୍ୟେକ ଫିଲ୍ମ ଏକ ପେଣ୍ଟିଂ ଭଳି, ଯେଉଁଥିରେ ଆପଣଙ୍କୁ ଦେଖିବା ଲାଗି ଅନେକ କିଛି ମିଳିଥାଏ। ଗୁଜାରିଶ, ଦେବଦାସ, ଗୋଲିୟାଁ କୀ ରାସଲୀଳା: ରାମଲୀଳା, ପଦ୍ମାବତ୍, ବାଜିରାଓ ମସ୍ତାନୀ ଯେ କୌଣସି ଫିଲ୍ମ ଦେଖନ୍ତୁ, ଏଥିରେ ପିନ୍ଧା ଯାଇଥିବା ପୋଷାକ ସବୁବେଳେ ଫ୍ୟାଶନ୍ ଟ୍ରେଣ୍ଡରେ ରହିଛି।

ହମ୍ ଦିଲ୍ ଦେ ଚୁକେ ସନମ

ହମ୍ ଦିଲ୍ ଦେ ଚୁକେ ସନମ୍ ସିନେମାରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ସିନେମାର ଏକ ଗୀତ ଚାନ୍ଦ ଛୁପା ବାଦଲ ମେଁରେ ଐଶ୍ବର୍ଯ୍ୟାଙ୍କ ବାଇଗଣୀ ରଙ୍ଗର ସରାରା-ଚୋଲି ଏଭଳି ଏକ କମ୍ବିନେସନ ଥିଲା, ଯାହା ଫ୍ୟାଶନ୍ ଜଗତକୁ ଆସିବା ମାତ୍ରେ ଧୁମ୍ ମଚାଇଥିଲା।

ଗୋଲିୟୋଁ କୀ ରାସଲୀଳା: ରାମଲୀଳା

ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କ ମଧ୍ୟରେ ଏକ ଭିନ୍ନ ଧରଣର ରୋମାନ୍ସ ଦେଖିବାକୁ ମିଳିଥିଲା ଗୋଲିୟୋଁ କୀ ରାସଲରଳା: ରାମଲୀଳା ସିନେମାରେ। ଏଥିରେ ଦୀପିକା ଏକରୁ ଆରେକ ବଳି ଆଉଟଫିଟରେ ନଜର ଆସିଥିଲେ। କିନ୍ତୁ ଫିଲ୍କର ଗୋଟିଏ ଗୀତ ଢୋଲ ବାଜେରେ ତାଙ୍କ ଦ୍ବାରା ପିନ୍ଧା ଯାଇଥିବା ୩୦ କିଲୋର ଲେହେଙ୍ଗା ସବୁଠାରୁ ଲୋକପ୍ରିୟ ହୋଇଯାଇଥିଲା।

ଗୁଜାରିଶ
ଯଦିଓ ସଞ୍ଜୟ ଲୀଲା ଭନସାଲୀଙ୍କ ଏହା ସବୁଠାରୁ ଫ୍ଲପ୍ ଫିଲ୍ମ ମଧ୍ୟରେ ଅନ୍ୟତମ ଥିଲା, କିନ୍ତୁ ଫିଲ୍ମରେ ଐଶ୍ବର୍ଯ୍ୟାଙ୍କ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଦୀୱାନା କରି ଦେଇଥିଲା। ବ୍ଲାକ୍ ଲଙ୍ଗ ଏ ଲାଇନ୍ ଡ୍ରେସ୍ ସହିତ ରେଡ୍ ସ୍କାର୍ଫ, କେଶରେ ଲାଲ ରଙ୍ଗର ଫୁଲ ବାସ୍ତବରେ ଏପରି ଏକ ଛବି, ହୁଏତ ଏହାକୁ କେହି କେବେ ଭୁଲିବାକୁ ଚାହିବେ ନାହିଁ।

ଦେବଦାସ
ଦେବଦାସ ସିନେମାରେ ଡୋଲା ରେ ଡୋଲା ଭଳି ଶାଢ଼ି ପିନ୍ଧିବା ପାଇଁ ଅନେକ ମହିଳା ହଜାର ହଜାର ଟଙ୍କା ଉଡ଼ାଇବାକୁ ପଛାନ୍ତି ନାହିଁ। ଭାରୀ ଗହଣା ଷ୍ଟାଇଲ୍ ଷ୍ଟେଟମେଣ୍ଟ ଓ ଚୁଡ଼ି ମହିଳାମାନଙ୍କୁ ଆକର୍ଷିତ କରିଥାଏ।

ବାଜିରାଓ ମସ୍ତାନୀ

ଫିଲ୍ମ ବାଜିରାଓ ମସ୍ତାନୀରେ ସୁନ୍ଦର ସୁନ୍ଦର ଲେହେଙ୍ଗା ଚୋଲି, କୁର୍ତ୍ତା ଓ ସ୍କର୍ଟ ଦେଖିବାକୁ ମିଳିଥିଲା ଯାହା ଫିଲ୍ମକୁ ପ୍ରଥମରୁ ଶେଷ ଯାଏ ଷ୍ଟାଇଲିଶ କରି ରଖିଥିଲା। କିନ୍ତୁ ଫିଲ୍ମର ଏକ ଗୀତରେ ମସ୍ତାନୀ ଚରିତ୍ରରେ ଅଭିନୟ କରିଥିବା ଦୀପିକାଙ୍କ ମରାଠୀ ଶାଢ଼ି ଫ୍ୟାଶନ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାର ବିଷୟ ପାଲଟିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ