ଏହି ୫ଟି କଥା ପତ୍ନୀଙ୍କୁ କହିବାକୁ ସଙ୍କୋଚ କରନ୍ତି ପତି


ଅନ୍ତରଙ୍ଗ ବା ମଧୁର ସମ୍ପର୍କ କଥା ଆସିଲେ ସର୍ବପ୍ରଥମେ ଦମ୍ପତିମାନଙ୍କୁ ଆଗରେ ରଖାଯାଇଥାଏ। ଜୀବନସାଥୀ ହେବା କାରଣରୁ ସେମାନେ ପରସ୍ପରର ସୁଖଦୁଃଖରେ ସାଥୀ ହେବା ସହିତ ନିଜ ନିଜର ମନକଥା ଶେୟାର କରିଥାନ୍ତି। ଏହି କାରଣରୁ ସେମାନେ ପରସ୍ପର ସହିତ ଜଡ଼ିତ ସବୁକଥା ଜାଣିଥାନ୍ତି। ଯଦିଓ ଏହାସତ୍ତ୍ବେ ଏପରି କେତେକ କଥା ରହିଛି, ଯାହାକୁ ପତ୍ନୀକୁ ଅଧିକାଂଶ ପତି ଶେୟାର କରିବାକୁ ଚାହି ନ ଥାନ୍ତି।

ବ୍ୟାଙ୍କ ବାଲାନ୍ସ

ଏମିତିରେ ଦେଖିବାକୁ ଗଲେ ଟଙ୍କାପଇସାକୁ ନେଇ ଅନେକଙ୍କ ଘରେ ପୂରା ନିୟନ୍ତ୍ରଣ ପତ୍ନୀଙ୍କର ରହିଥାଏ। କିନ୍ତୁ ପୁରୁଷମାନେ ଅନେକ ସଞ୍ଚୟ ସମ୍ପର୍କରେ ଲୁଚାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ନିଜ ଆକାଉଣ୍ଟରେ କେତେ ଟଙ୍କା ରହିଛି, ସେ ସମ୍ପର୍କରେ ସେମାନେ ପତ୍ନୀଙ୍କ ସହିତ ଶେୟାର କରିବାକୁ ପସନ୍ଦ କରି ନ ଥାନ୍ତି। ସେମାନେ ଭାବନ୍ତି ଯଦି ପତ୍ନୀଙ୍କୁ ସେ ଏହା ଜଣାଇବେ, ତେବେ ତାଙ୍କୁ ପ୍ରତ୍ୟେକ ନେଣଦେଣ ସମ୍ପର୍କରେ ପତ୍ନୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିପାରେ। ନିଜ ଟଙ୍କା ନିଜ ଇଚ୍ଛାରେ ଖର୍ଚ୍ଚ କରିପାରୁ ନ ଥିବା ଭଳି ସେମାନେ ଅନୁଭବ କରିବେ।

ସାଙ୍ଗମାନଙ୍କ ସହ ହ୍ୟାଙ୍ଗଆଉଟ୍
ଅନେକ ପୁରୁଷ ସାଙ୍ଗମାନଙ୍କ ସହ ପାର୍ଟି କରିବାକୁ ଯାଉଥିଲେ ମଧ୍ୟ ଏହା ପତ୍ନୀଙ୍କୁ ଲୁଚାଇଥାନ୍ତି। ଅନେକ ସମୟରେ ପତ୍ନୀଙ୍କୁ ଅଫିସରେ ଅଧିକ କାମ ଅଛି କହି ସାଙ୍ଗମାନଙ୍କ ସହ ହ୍ୟାଙ୍ଗଆଉଟ୍ କରିଥାନ୍ତି। ଏହାର କାରଣ ବିନା କୌଣସି ଅବରୋଧରେ ସେମାନେ ସାଙ୍ଗମାନଙ୍କ ସାନ୍ନିଧ୍ୟକୁ ଉପଭୋଗ କରିବାକୁ ଚାହିଥାନ୍ତି। ଯେତେବେଳେ ସେମାନେ ଗ୍ରୁପରେ ରହନ୍ତି, ସେମାନଙ୍କୁ ମନ ହାଲୁକା କରିବାର ସୁଯୋଗ ମିଳିଯାଏ। ଏପରିସ୍ଥଳେ ପତ୍ନୀଙ୍କ ବାରମ୍ବାର ଫୋନ୍ ଆସିଲେ କିମ୍ବା ବନ୍ଧୁମାନଙ୍କ ସହ ବାହାରକୁ ନ ଯିବା ଲାଗି ପତ୍ନୀ କହିଲେ ସେମାନେ ବିରକ୍ତ ହେବାରେ ଲାଗନ୍ତି।

ପତ୍ନୀଙ୍କ ଅଭ୍ୟାସ

ସମସ୍ତଙ୍କୁ ଅନ୍ୟଜଣକର ଅଭ୍ୟାସ ପସନ୍ଦ ଆସିବ, ତାହା ମଧ୍ୟ ଜରୁରୀ ନୁହେଁ। ପତିପତ୍ନୀଙ୍କ ମଧ୍ୟରେ ମଧ୍ୟ ଠିକ୍ ଏପରି ହୋଇଥାଏ। ସେମାନଙ୍କ ମଧ୍ୟରେ ଯେତେ ଭଲପାଇବା ଥିଲେ ମଧ୍ୟ ଅନେକ ଜିନିଷ ପରସ୍ପରକୁ ପସନ୍ଦ ଆସି ନ ଥାଏ। ସାଧାରଣତଃ ମହିଳାମାନେ ଏହା ସହିତ ଜଡ଼ିତ ଜିନିଷକୁ ନେଇ ନିଜ ରାୟ ଖୋଲାଖୋଲି ଜାହିର କରିଥାନ୍ତି। କିନ୍ତୁ ପତି ଏପରି କରିବାରେ ସଙ୍କୋଚ କରିଥାନ୍ତି। ସେମାନେ ଯୁକ୍ତିତର୍କ ନ କରି ସେଠାରୁ ଚାଲିଯିବା କିମ୍ବା ପତ୍ନୀଙ୍କ ଅଭ୍ୟାସକୁ ଏଡ଼ାଇଯିବାକୁ ପସନ୍ଦ କରିଥାନ୍ତି।

ମହିଳା ବନ୍ଧୁ
ପତିଙ୍କ ଗ୍ରୁପରେ ଯଦି କୌଣସି ମହିଳା ବନ୍ଧୁ ଥାଆନ୍ତି, ତାହା ମଧ୍ୟ ପତ୍ନୀଙ୍କୁ ଅସହଜ କରିପାରେ। ଏହି କାରଣରୁ ମହିଳା ବନ୍ଧୁଙ୍କ ସହିତ ଜଡ଼ିତ ଅଧିକାଂଶ କଥା ପତ୍ନୀଙ୍କ ସହିତ ଆଲୋଚନା କରିବାରୁ ଦୂରେଇ ରହନ୍ତି। ଏପରିକି ଯଦି ସେ ସେମାନଙ୍କ ସହିତ ହ୍ୟାଙ୍ଗଆଉଟ୍ କରିଲେ ମଧ୍ୟ ପତି ଆଗରୁ ପତ୍ନୀଙ୍କୁ ନ ଜଣାଇ ପରେ ଘରକୁ ଫେରିବା ପରେ ପତ୍ନୀଙ୍କୁ ଜଣାଇବାକୁ ଉଚିତ ମନେକରନ୍ତି।

ଈର୍ଷା
ପତିଙ୍କୁ ଯେତେ ଈର୍ଷା ହେଲେ ମଧ୍ୟ ସେମାନେ କେବେ ବି ଖୋଲାଖୋଲି ପ୍ରକାଶ କରିପାରି ନ ଥାନ୍ତି। ଏପରିସ୍ଥଳେ ଏପରି ଅନେକ ମୁହୂର୍ତ୍ତ ଆସିଥାଏ, ଯାହା ପତ୍ନୀଙ୍କ ମେଲ୍ ଫ୍ରେଣ୍ଡ, ସହକର୍ମଚାରୀ କିମ୍ବା ଉତ୍ତମ ବନ୍ଧୁଙ୍କ ସହିତ ବନ୍ଧୁତା ପତିଙ୍କୁ ଈର୍ଷାଳୁ କରିପାରେ। କିନ୍ତୁ ପତ୍ନୀଙ୍କୁ ଏହା ଜଣାଇବାକୁ ଅନୁଚିତ ମନେକରିଥାନ୍ତି ପତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ