ବାର୍ଥ ଡେ’ କ୍ୟାଣ୍ଡଲରେ ବ୍ୟାପିପାରେ କୋରୋନା


କୋରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା କେତେ ଦରକାର, ଏ ସମ୍ପର୍କରେ ତ ସମସ୍ତେ ଜାଣନ୍ତି। ଘରେ ଓ ବାହାରେ ରହି ସାମାଜିକ ଦୂରତା ତ ରଖନ୍ତି। ହେଲେ ଘର ଭିତରେ ଏହାକୁ ଭୁଲିଯାଆନ୍ତି। ବିଶେଷକରି ଘରେ କୌଣସି ଜନ୍ମଦିନ ପାର୍ଟି କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମ ସମୟରେ କେକ୍ କାଟିବା ଆଜିକାଲି ଏକ ସାଧାରଣ କଥା ପାଲଟିଛି। କେକ୍ କାଟିବାରେ କୌଣସି ସମସ୍ୟା ମଧ୍ୟ ନାହିଁ। କିନ୍ତୁ କେକ୍ ଉପରେ ଲାଗିଥିବା ମହମବତିକୁ ଲିଭାଇବା ପାଇଁ ଦୂରତାର ଆବଶ୍ୟକତା ରହିଛି।

କାହିଁକି ଦୂରତା ଦରକାର
ମହମବତି ଲିଭାଇବାବେଳେ ଆମ ପାଟିରୁ ଜୀବାଣୁ କେକ୍ ଉପରେ ଲାଗିଯାଇପାରେ। ଯଦି କେକ୍ କାଟୁଥିବା ବ୍ୟକ୍ତି କୋରୋନା ପଜିଟିଭ୍ ହୋଇଥାନ୍ତି, ତେବେ କେକ୍ ଖାଉଥିବା ପ୍ରତ୍ୟେକ ବ୍ୟକ୍ତି ମଧ୍ୟ କୋରୋନା ସଂକ୍ରମିତ ହୋଇପାରନ୍ତି। କିଛିଦିନ ତଳେ ଆସିଥିବା ଏକ ଖବର ମୁତାବକ ଉଦୟପୁରର ଜଣେ ଇିନିୟର ଦେବନ୍ଦ୍ର ସିଂ ନିଜ ପତ୍ନୀଙ୍କ ଜନ୍ମଦିନ ପାଳନ କରିଥିଲେ। ଦେବେନ୍ଦ୍ର ସିଂ ଅନେକ ଗୁଡ଼ିଏ ସୁନ୍ଦର ହୋଟେଲ ନିର୍ମାଣ କରିବାରେ ନିଜ ଦକ୍ଷତା ଦେଖାଇ ସାରିଛନ୍ତି। ସେ କେକରେ ଯେଉଁ ମହମବତି ଲଗାଇଥିଲେ, ତାହାକୁ କେକ ଠାରୁ କିଛି ଦୂରରେ ଲଗାଇଥିଲେ। ଏଥିସହିତ ବାର୍ଥ ଡେ’ କ୍ୟାଣ୍ଡଲ ବଦଳରେ ନର୍ମାଲ ବଡ଼ ମହମବତି ଲଗାଇଥିଲେ।

ଅନେକ ଫାଇଦା

ଯେଉଁ ଲୋକମାନେ ଧୂମପାନ କରନ୍ତି କିମ୍ବା ତମାଖୁ ସେବନ କରନ୍ତି, ସେମାନଙ୍କୁ ମଧ୍ୟ କେକ୍ କାଟିବାବେଳେ ଧ୍ୟାନ ରଖିବା ଉଚିତ। ଧୂମପାନ କରୁଥିବା ଲୋକଙ୍କ ପାଟିର ଦୁର୍ଗନ୍ଧ ଓ ଜୀବାଣୁ ଅନ୍ୟ ଲୋକଙ୍କ ତୁଳନାରେ ଅଧିକ ଥାଏ। ତେଣୁ ଏହା ମହମବତି ଲିଭାଇବାବେଳେ କେକ୍ ଉପରେ ଲାଗିଯାଇପାରେ। ତେଣୁ ସେମାନେ ମଧ୍ୟ ଦୂରତାରୁ ମହମବତି ଲିଭାଇବା ଦରକାର।

କେକ୍ କାଟିବାବେଳେ ଦୂରରେ ରହନ୍ତୁ
ଯେତେବେଳେ ଆପଣ ଘରେ ଜନ୍ମଦିନ ପାଳନ କରୁଛନ୍ତି, ତେବେ କେକ୍ କାଟିବା ବେଳେ ଅନ୍ୟମାନଙ୍କ ଆଖପାଖରେ ନୁହେଁ, ବରଂ ପରସ୍ପର ଠାରୁ ଅତିକମରେ ୧ ମିଟର ଦୂରରେ ଠିଆ ହୁଅନ୍ତୁ। ଅଧିକ ସମୟ ମୁହଁରେ ମାସ୍କ ଲଗାଇ ରହିବାକୁ ଚେଷ୍ଟା କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ