ଜାଣନ୍ତୁ କୋରୋନା କଲର ଟ୍ୟୁନରେ କିଏ ଦେଇଛନ୍ତି ସ୍ବର


ଭାରତରେ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ଅଢ଼େଇ ଲକ୍ଷ ପାର୍ ହୋଇଗଲାଣି। ସରକାରଙ୍କ ଦ୍ବାରା ଏହି ମହାମାରୀରୁ ସୁରକ୍ଷିତ ରହିବା ପାଇଁ ଅଲଗା ଅଲଗା ଉପାୟ ଅବଲମ୍ବନ କରି ଲୋକଙ୍କୁ ସଚେତନ କରାଯାଉଛି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଓ ସହଜ ଉପାୟ ହେଉଛି ଫୋନ୍ କଲ। ଏଠାରେ ସେହି କଲର ଟ୍ୟୁନ ବିଷୟରେ କୁହାଯାଇଛି, ଯାହା ଆପଣ କାହାକୁ ବି ଏବେ ଫୋନ୍ କଲେ ଶୁଣିପାରୁଛନ୍ତି। ଲୋକଙ୍କୁ ସାହସ ଦେବା ସହିତ ସଚେତନ କରାଉଥିବା ଉକ୍ତ ସ୍ବର ପଛରେ ରହିଥିବା ମହିଳାଙ୍କ ନାମ ହେଉଛି ଜସଲିନ୍ ଭଲ୍ଲା।

କୋରୋନା ଭାଇରସ ବା କୋଭିଡ୍-୧୯ କେ ସାଥ ଆଜ ପୂରା ଦେଶ ଲଢ଼ ରହା ହୈ। ମଗର ୟାଦ ରହେ, ହମେଁ ବିମାରୀ ସେ ଲଢ଼ନା ହୈ, ବିମାର ସେ ନହୀଁ। ଉନକି ଦେଖଭାଲ କରୋ, ସାଥ୍ ହୀ ହମାରେ ଡକ୍ଟର୍ସ, ସ୍ବାସ୍ଥ୍ୟ କର୍ମଚାରୀ, ପୋଲିସ ଔର ସଫାଇ କର୍ମଚାରିୟୋଁ କୋ ଭୀ ସମ୍ମାନିତ କିୟା ଜାତା ହୈ। ଉହ୍ନେ ସହଯୋଗ ଦେନେ କୀ ବାତ୍ କିୟା ଜାତା ହେ। ଉହ୍ନେ  ଯୋଦ୍ଧା କହ କର ସମ୍ମାନିତ କିୟା ଜାତା ହୈ। ସାଥ୍ ହୀ ୧୦୭୫ ହେଲ୍ପଲାଇନ୍ ନମ୍ବର ଭୀ ବତାୟା ଜାତା ହୈ, ଜିସସେ ଦେଶ କା କୋଇ ଭୀ ଶକ୍‌ସ କଭୀ ଭୀ ଡାଏଲ କରକେ କୋରୋନା ସେ ଜୁଡ଼ୀ ହର ସହୁଲିୟତ ଖୁଦକୋ ମୁହୈୟା କରା ସକତେ ହୈଁ। (କୋରୋନା ଭାଇରସ ବା  କୋଭିଡ୍-୧୯ ସହିତ ଆଜି ପୂରା ଦେଶ ଲଢ଼ୁଛି। କିନ୍ତୁ ମନେରଖନ୍ତୁ, ଆମକୁ ରୋଗ ସହିତ ଲଢ଼ିବାର ଅଛି, ରୋଗୀ ସହିତ ନୁହେଁ। ସେମାନଙ୍କ ସହ ଭେଦଭାବ କରନ୍ତୁନି, ସେମାନଙ୍କ ଯତ୍ନ ନିଅନ୍ତୁ। ଏଥିସହିତ ଆମ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ପୋଲିସ ଓ ସଫେଇ କମଚାରୀଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି। ସେମାନଙ୍କୁ ସହଯୋଗ କରିବାକୁ କୁହାଯାଉଛି। ସେମାନଙ୍କୁ ଯୋଦ୍ଧା କହି ମଧ୍ୟ ସମ୍ମାନିତ କରାଯାଉଛି। ସେମାନଙ୍କୁ ସହଯୋଗ କରିବାକୁ କୁହାଯାଉଛି। ଏଥିସହିତ ୧୦୭୫ ହେଲ୍ପଲାଇନ୍ ନମ୍ବରକୁ କଲ୍ କରି ଦେଶର ଯେ କୌଣସି ବ୍ୟକ୍ତି କୋରୋନା ସହିତ ଜଡ଼ିତ ପରାମର୍ଶ ନେଇପାରିବେ) ଏବେ କୌଣସି ବ୍ୟକ୍ତିଙ୍କୁ ଫୋନ୍ କଲାବେଳେ ଏହି ସ୍ବରଟି ଶୁଣିବାକୁ ମିଳୁଛି। ତେଣୁ ମନରେ ସ୍ବତଃପ୍ରବୃତ୍ତ ଭାବେ ପ୍ରଶ୍ନ ଆସୁଛି ଯେ ଏଥି ପାଇଁ ସ୍ବର କିଏ ଦେଇଛି? ଏହି ସ୍ବର ଆଉ କାହାରି ନୁହେଁ, ବରଂ ଜଣାଶୁଣା ଭଏସ୍ ଓଭର କଳାକାର ଜସଲିନ୍ ଭଲ୍ଲାଙ୍କର ବୋଲି ଜାଣିବାକୁ ମିଳିଛି।

ଜଣାଶୁଣା ଭଏସ୍ ଓଭର କଳାକାର
ଜସଲିନ୍ ନିଜ କ୍ୟାରିଅର ଜଣେ ସ୍ପୋର୍ଟ ଜର୍ଣ୍ଣାଲିଷ୍ଟ ଭାବେ ଆରମ୍ଭ କରିଥିଲେ। ପରେ ସେ ତାଙ୍କ ଭାଗ୍ୟ ଭଏସ୍ ଓଭରରେ ପରୀକ୍ଷା କରିଥିଲେ। ଗତ ୧୦ ବର୍ଷ ହେଲାଣି ସେ ଭଏସ୍ ଓଭର ଆର୍ଟିଷ୍ଟ ଭାବେ କାମ କରୁଛନ୍ତି। ଦିଲ୍ଲୀ ମେଟ୍ରୋ ହେଉ ବା ଏୟାରଟେଲ ମୋବାଇଲ୍, ତାଙ୍କ ସ୍ବରର ଯାଦୁ ବହୁ ନାମୀ କମ୍ପାନୀରେ ଗୁଞ୍ଜରିତ ହୋଇସାରିଛି।

କଲର ଟ୍ୟୁନ ସମ୍ପର୍କରେ ବନ୍ଧୁ ସୂଚନା ଦେଇଥିଲେ
ଜସଲିନଙ୍କୁ ଜଣା ନ ଥିଲା, ତାଙ୍କ ଦ୍ବାରା ସାଧାରଣ ଭାବେ ରେକର୍ଡ କରାଯାଇଥିବା ଏହି ସଂଳାପ ଆଜି ପୂରା ଦେଶରେ ଶୁଣାଯିବ। ଜସଲିନ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଏହି ଡାଏଲଗ ଖାଲିଟାରେ ଏମିତି ରେକର୍ଡ କରି ଦେଇଥିଲେ। କିନ୍ତୁ ଦିନେ ତାଙ୍କୁ ତାଙ୍କର ଜଣେ ବନ୍ଧୁ ଫୋନ୍ କରି ଜଣାଇଥିଲେ ଯେ ତୁମ ସ୍ବର ଆଜି ସାରା ଦେଶର ମୋବାଇଲ କଲର ଟ୍ୟୁନରେ ଶୁଣିବାକୁ ମିଳୁଛି। ଏହା ତାଙ୍କ ପାଇଁ ବାସ୍ତବରେ ଏକ ଗର୍ବର କଥା ବୋଲି ଜସଲିନ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ