ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି: ବସ୍‌ ମାଲିକ ସଂଘ


ଭୁବନେଶ୍ବର: ଆଜିଠାରୁ ପ୍ରତ୍ୟେକ ଜୋନ୍‌ରେ ଚାଲିବ ବସ୍‌। ଏଥିପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ବସିବା କ୍ଷମତା ଅନୁଯାୟୀ ଯାତ୍ରୀଙ୍କୁ ନେଇ ବସ୍‌ ଚାଳାଚଳ କରିବ ବୋଲି ସରକାର କହିଥିଲେ ମଧ୍ୟ ଆଜି ରାଜ୍ୟରେ ବସ୍‌ ଚଳାଚଳ କରିନାହିଁ। ବସ୍‌ ନ ଚଳାଇବା ଦାବିରେ ଅଟକ ରହିଛି ଘରୋଇ ବସ୍‌ ମାଲିକ ସଂଘ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବସ୍‌ ଚଳାଚଳ ଉପରେ ନିଷ୍ପତ୍ତି ହେବ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ବସ୍‌ ମାଲିକ ସଂଘ ପକ୍ଷରୁ କୁହାଯାଇଛି, ରାଜ୍ୟ ସରକାର ଆଲୋଚନା ପାଇଁ ଏଯାବତ ଡାକି ନାହାନ୍ତି। ଗାଡ଼ି ଠିକ୍ ନାହିଁ, ଷ୍ଟାଫ୍ ନାହାନ୍ତି, ଗାଡ଼ି ଚଳାଇବାକୁ ବସ୍‌ ମାଲିକ ମାନେ ବର୍ତ୍ତମାନ ଅସମର୍ଥ। ବସ୍‌ରେ ଯେତିକି ସିଟ୍‌, ସେତିକି ଯାତ୍ରୀ ଯାତ୍ରା କରିପାରିବେ ବୋଲି କହିଥିଲେ। ହେଲେ ସିଟ୍ କ୍ଷମତା ବାଦ୍ ଯଦି ରାସ୍ତାରେ ଯାତ୍ରୀ ଉଠିବେ, ତାକୁ କିଏ ରୋକିବ ବୋଲି ମାଲିକ ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି। ଏସବୁ ସମ୍ପର୍କରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହେବା ଉଚିତ୍‌। ସରକାର ଆମକୁ ଆଲୋଚନାକୁ ଡାକନ୍ତୁ। ଆମ ଭବିଷ୍ୟତ କଥା ସରକାର ବିଚାର କରନ୍ତୁ ବୋଲି ମାଲିକ ସଂଘ ପକ୍ଷରୁ କୁହାଯାଇଛି। ଏହାବ୍ୟତୀତ ଆମ ଦାବି ମୁଖ୍ୟମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି ନା ନାହିଁ ଆମେ ଜାଣିନୁ। ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ନ ହେବା ପର୍ଯ୍ୟନ୍ତ ଗାଡ଼ି ଚାଲିବା ସମ୍ଭବ ନୁହେଁ ବୋଲି କୁହାଯାଇଛି।

ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ସରକାରଙ୍କ ଅନୁମତି ପରେ ବସ୍‌ ଚାଲିବା କଥା। ହେଲେ ଲକ୍‌ଡାଉନ୍‌ କାରଣରୁ ବସ୍‌ର କର୍ମଚାରୀମାନେ ଅନୁପସ୍ଥିତ ଅଛନ୍ତି। ତେଣୁ ବସ୍‌ ଚଳାଚଳ ସ୍ୱାଭବିକ ହୋଇ ପାରି ନାହିଁ। ଏଥିସହ ଘରୋଇ ବସ୍‌ ମାଲିକ ସଂଘର ଦାବି ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି। ରୋଡ୍‌ ଟ୍ୟାକ୍ସ ଛାଡ଼ କରିବାକୁ ପ୍ରକ୍ରିୟା ଚାଲିଛି। ବସ୍‌ ଚଳାଚଳ କଲେ ବସ୍‌ଷ୍ଟାଣ୍ଡ୍‌ରେ ସାନିଟାଇଜେସନ୍‌ କରାଯିବ। ସେ କହିଛନ୍ତି ଘରୋଇ ବସ୍‌ ମାଲିକ ସଂଘର ଅନ୍ୟ ଦାବି ପ୍ରତି ମଧ୍ୟ ବିଚାର କରାଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ