ଫିଜିକାଲ କୋର୍ଟର ସ୍ଥାନ ନେଇ ପାରିବନି ଭର୍ଚୁଆଲ କୋର୍ଟ: ଜଷ୍ଟିସ ଚନ୍ଦ୍ରଚୂଡ଼


ହାଇଦ୍ରାବାଦ: ମାର୍ଚ୍ଚ ୨୩ ତାରିଖରୁ ସର୍ବୋଚ୍ଚ ଅଦାଲତ ପରିସର ବନ୍ଦ ରହିଛି। କୋଭିଡ-୧୯ ମହାମାରୀ ପାଇଁ ସୁପ୍ରିମକୋର୍ଟରେ ଶୁଣାଣି ବନ୍ଦ ରହିଛି। କେବଳ ଅତି ଜରୁରୀ ମାମଲା ଗୁଡ଼ିକର ଶୁଣାଣି ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଛି। ସୁପ୍ରିମକୋର୍ଟ ପରିସରକୁ ନା ଓକିଲ, ମହକିଲ, ଜଜ୍ ବା ଆଉ କେହି ଯାଉଛନ୍ତି। କୋରୋନା ସଂକ୍ରମଣ ଆଶଙ୍କାରେ ସର୍ବୋଚ୍ଚ କୋର୍ଟ ସମସ୍ତ ପ୍ରକାର ଫିଜିକାଲ ଶୁଣାଣିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖିଛନ୍ତି।

ଏହିପରି ସ୍ଥିତିରେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ହାଇଦ୍ରାବାଦରେ ଅନୁଷ୍ଠିତ ନ୍ୟାସନାଲ ଏକାଡେମୀ ଅଫ୍ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ କାର୍ଯ୍ୟକ୍ରମରେ ଭାଗ ନେଇ କହିଛନ୍ତି ଯେ ଭର୍ଚୁଆଲ କୋର୍ଟ ଫିଜିକାଲ କୋର୍ଟର ସ୍ଥାନ ନେଇ ପାରିବ ନାହିଁ। ଫିଜିକାଲ କୋର୍ଟରେ ଯେପରି ଭାବେ ବିଚାର ପ୍ରକ୍ରିୟା ଚାଲିପାରିବ, ତାହା କେବେ ହେଲେ ଭର୍ଚୁଆଲ କୋର୍ଟର ଭିଡିଓ କନଫରେନ୍ସିଂ ଜରିଆରେ ପୂରଣ ହୋଇ ପାରିବ ନାହିଁ। ମାତ୍ର କୋଟର୍ଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ସର୍ବୋଚ୍ଚ କୋର୍ଟ ଏହି ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ ହୋଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ