ଓଡ଼ିଶାକୁ ଫେରିଲେଣି ୨.୫ ଲକ୍ଷ ପ୍ରବାସୀ


ଭୁବନେଶ୍ବର: ଦୁଇ ମାସ ଧରି ସରକାର ରାଜ୍ୟବାସୀଙ୍କ ସହ ମିଶି କୋରୋନା ସହ ଯୁଦ୍ଧ ଲଢ଼ି ଆସୁଛନ୍ତି। ଏବେ ରାଜ୍ୟରେ କୋରୋନା ସ୍ଥିତି ବହୁମାତ୍ରାରେ ନିୟନ୍ତ୍ରଣରେ ରହିଛି। ଗତ ଦୁଇ ସପ୍ତାହରେ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଥିଲେ ସୁଦ୍ଧା ଏହା ଚିନ୍ତାଜନକ ସ୍ଥିତିରେ ନାହିଁ। କୋରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି। ବାହାରୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କୁ ସଠିକ୍‌ ଭାବେ କ୍ୱାରେଣ୍ଟାଇନ୍‌ କରାଯାଇଥିବାରୁ ଏହା ସମ୍ଭବ ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ରାଜ୍ୟ ସରକାର ଫେରାଇ ଆଣୁଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଥିବା ବେଳେ ବିମାନ ଦ୍ବାରା ମଧ୍ୟ ଫେରିବାରେ ଲାଗିଛନ୍ତି। ରବିବାର ଓଡ଼ିଶାକୁ ୧୭ ହଜାର ୭୦୬ ଜଣ ପ୍ରବାସୀ ଓଡ଼ିଆ ଫେରିଥିବା ବେଳେ ଏ ପର୍ଯ୍ୟନ୍ତ ବାହାର ରାଜ୍ୟଗୁଡ଼ିକରୁ ଓଡ଼ିଶାକୁ ୨ ଲକ୍ଷ ୫୫ ହଜାର ୪୦୪ ଜଣ ଫେରିଛନ୍ତି।

ସେହିପରି ଏସ୍‌ସିବି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍, କଟକରେ ରାଜ୍ୟର ୮ଟି ଜିଲ୍ଲାର ୭୨ ଜଣ ଡାକ୍ତର କୋଭିଡ୍-୧୯ କ୍ରିଟିକାଲ୍ କେୟାର ଟ୍ରେନିଂ ସଫଳତାର ସହ ଶେଷ କରିଛନ୍ତି। କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ କ୍ବାରେଣ୍ଟାଇନ୍‌ ସ୍ବାସ୍ଥ୍ୟସେବାକୁ ସଶକ୍ତ କରିବା ଉଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୬,୫୮୬ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି। ଏଥିରେ ମୋଟ ୭,୨୯,୦୯୫  ଶଯ୍ୟାର ବ୍ୟବସ୍ଥା କରାଯାଇଛି। ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମେ’ ୨୩ରୁ ମେ’ ୨୪  ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୧୨ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୮ଟି ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ ହୋଇଥିବାବେଳେ ୩ଟି ମାମଲା ହୋମ୍ କ୍ବାରେଣ୍ଟାଇନ୍‌ ଉଲ୍ଲଂଘନ ଏବଂ ଗୋଟିଏ ଅନ୍ୟାନ୍ୟ କାରଣ ପାଇଁ ଅଟେ ବିଭିନ୍ନ ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କରାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ