ଅମ୍ପନ ମୁକାବିଲା ନେଇ ଭାରତ ଓ ବାଂଲାଦେଶକୁ ୟୁଏନ ମୁଖ୍ୟଙ୍କ ପ୍ରଶଂସା


ଜେନେଭା: ବାତ୍ୟା ଅମ୍ପନ ମୁକାବିଲା କରିବାରେ ଭାରତ ଓ ବାଂଲାଦେଶର ଭୂମିକାକୁ ମିଳିତ ଜାତିସଂଘ (ୟୁଏନ) ମହାସଚିବ ଆଣ୍ଟୋନିଓ ଗୁଟେରସ ପ୍ରଶଂସା କରିଛନ୍ତି। ମାତ୍ର ଏସବୁ ସତ୍ତ୍ବେ କେତେକ ଲୋକଙ୍କ ପ୍ରାଣହାନି ନେଇ ସେ ଗୁଟେରସ ଶୋକ ପ୍ରକାଶ କରିଛନ୍ତି। ମୃତାହତଙ୍କ ପରିବାର ବର୍ଗଙ୍କ ପ୍ରତି ମଧ୍ୟ ଗୁଟେରସ ସମବେଦନା ଜଣାଇଛନ୍ତି। ଯେପରି କ୍ଷତିଗ୍ରସ୍ତଙ୍କ ପରିବାର ପାଖରେ ପ୍ରଶାସନ ଭଲ ଭାବରେ ପହଞ୍ଚି ପାରିବ ସେଥିପାଇଁ ତ୍ବରିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମିଳିତ ଜାତିସଂଘ ପକ୍ଷରୁ ଏନେଇ ଆବଶ୍ୟକୀୟ ସହାୟାତା ଯୋଗାଇ ଦିଆଯିବା ନେଇ ମଧ୍ୟ ଗୁଟେରସ ପ୍ରତିଶ୍ରୁତି ରଖିଛନ୍ତି।

ବାତ୍ୟା କ୍ଷୟକ୍ଷତି ରୋକିବା ପାଇଁ ଉଭୟ ଭାରତ ଓ ବାଂଲାଦେଶ ସରକାର ଭଲ ପଦକ୍ଷେପ ନେଇଛନ୍ତି। କୋଭିଡ-୧୯ ପରି ମହାମାରୀ ପାଇଁ ଦୁଇଦେଶ ସଙ୍କଟର ସମ୍ମୁଖୀନ ହୋଇଥିଲା ବେଳେ ଏପରି ଏକ ବଡ଼ ବାତ୍ୟାକୁ ସାମ୍ନା କରିବା ନିଶ୍ଚିତରେ ଚ୍ୟାଲେଞ୍ଜ ଥିଲା। ମାତ୍ର ଏହି ଦୁଇ ଦେଶ ବେଶ ଭଲ ପଦ କ୍ଷେପ ନେବା ଯୋଗୁ ଅନେକ ଜୀବନହାନିକୁ ରୋକାଯାଇପାରିଲା ବୋଲି ଗୁଟେରସ କହିଛନ୍ତି। ଆଗକୁ ଯେପରି ଭାବେ ଏପରି ବିପର୍ଯ୍ୟୟକୁ ଭଲ ଭାବେ ମୁକାବିଲା କରାଯାଇ ପାରିବ, ସେଥିପାଇଁ ପ୍ରସ୍ତୁତ ରହିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ