ଜାଣନ୍ତୁ ଶ୍ରୀହରମନ୍ଦିର ସାହିବ ସହ ଜଡ଼ିତ କେତେକ ରୋଚକ ତଥ୍ୟ


ଏଠାରେ ଏପରି ଏକ ମନ୍ଦିର ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସ୍ଥାନ ହାସଲ କରିସାରିଛି। ଏଠାରେ ପଞ୍ଜାବର ଅମୃତସରରେ ଅବସ୍ଥିତ ଶ୍ରୀହରମନ୍ଦିର ସାହିବ ଗୁରୁଦ୍ବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଏଠାକୁ ପ୍ରତ୍ୟେକ ବର୍ଷ ଦେଶ ବିଦେଶରୁ ଅନେକ ପର୍ଯ୍ୟଟକ ଭ୍ରମଣ କରିବାକୁ ଆସିଥାନ୍ତି। ଚାଲନ୍ତୁ ଜାଣିବା ଏହି ଗୁରୁଦ୍ବାର ସମ୍ପର୍କରେ କେତେକ ରୋଚକ କଥା।

  • ସୁନାର ପରସ୍ତ ଚଢ଼ାଇବା ପରେ ଶେର ଏ ପଞ୍ଜାବ ମହାରାଜା ରଣଜିତ ସିଂଙ୍କ ରାଜ୍ୟରେ ଏହା ସ୍ବର୍ଣ୍ଣ ମନ୍ଦିର ଭାବେ ପରିଚିତ ହୋଇଥିଲା। ଯଦିଓ ୧୮୦୦ ମସିହା ପରେ ୫ମ ଗୁରୁଙ୍କ ସମୟର ଏହି ମନ୍ଦିର ହରିମନ୍ଦିର ସାହିବ (ଭଗବାନଙ୍କ ମନ୍ଦିର) ଭାବେ ଜଣାଶୁଣା ହୋଇଥିଲା।
  • ଶ୍ରୀହରମନ୍ଦିର ସାହିବରେ ପ୍ରବେଶ କରିବାକୁ ହେଲେ ତଳକୁ ହିଁ ଯିବାକୁ ପଡ଼ିଥାଏ। କାରଣ ଈଣ୍ବରଙ୍କୁ ସାକ୍ଷାତ କରିବାକୁ ହେଲେ ବିନମ୍ରତାର ସହ ବଞ୍ଚିବା ଆବଶ୍ୟକ।
  • ଏହି ଗୁରୁଦ୍ବାର ପରିସରରେ ୪ଟି ପ୍ରବେଶ ଦ୍ବାର ରହିଛି। ଏହାର ଅର୍ଥ ହେଉଛି ଭଗବାନଙ୍କ ଘରେ ସମସ୍ତଙ୍କୁ ସ୍ବାଗତ। ଏଠାରେ ଜାତି, ରଙ୍ଗ, ଭାଷା, ଧନ ଆଧାରରେ ଭେଦଭାବ କରାଯାଇ ନ ଥାଏ।
  • ଦରବାର ସାହିବରେ କେବଳ ଗୋଟିଏ ପ୍ରବେଶ ଦ୍ବାର ରହିଛି। ଏହା ୮୪ ଲକ୍ଷ ଜୀବନ ରୂପରେ ଏହା ଅଭିହିତ।
  • ଦରବାର ସାହିବର ଚାରିପଟେ ସରୋବର ରହିଛି। ଦୁନିଆରେ ବାସନା, କ୍ରୋଧ, ଆସକ୍ତି, ଲୋଭ ଓ ଅହଂକାରର ଧମକ ଦେଉଥିବା ଲହରି ସହିତ ଏକ କ୍ରୁର ସାଗର ରହିଛି, ଯାହାକୁ କେବଳ ଗୁରୁ ଶବ୍ଦ ସହିତ ପାର୍ କରାଯାଇପାରିବ। ଏଥି ସହିତ ଏହି ସରୋବର ବିଶ୍ବ ମହାସାଗରର ପ୍ରତୀକ ଅଟେ।
  • ଭଗବାନଙ୍କୁ ବାହାରୁ ଅନୁଭବ କରାଯାଇପାରିବ ନାହିଁ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭିତରକୁ ଯାଇ ଦେଖିବାକୁ ପଡ଼ିବ ଓ ଖୋଜିବାକୁ ପଡ଼ିବ। ତେଣୁ ଏହି ମନ୍ଦିରକୁ ମଝିରେ ନିର୍ମାଣ କରାଯାଇଛି। ଯାହାଫଳରେ ବ୍ୟକ୍ତି ଭଗବାନଙ୍କୁ ଏଣେତେଣେ ଖୋଜିବା ଅପେକ୍ଷା ନିଜ ଭିତରେ ଖୋଜିବେ।
  • ଏଠାରେ ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଆସିଥାନ୍ତି ଯେ ଏହି ଗୁରୁଦ୍ବାରକୁ ଗିନିଜ୍ ବୁକ ଅଫ୍ ୱାର୍ଲଡ ରେକର୍ଡରେ ସାମିଲ୍ କରାଯାଇଛି।
  • ଏହି ଗୁରୁଦ୍ବାରର ସରୋବରରେ ସ୍ନାନ କରୁଥିବା ବ୍ୟକ୍ତି ରୋଗମୁକ୍ତ ହୋଇଯାଆନ୍ତି ବୋଲି କୁହାଯାଏ। ଏହି ସରୋବରର ଜଳରେ ଔଷଧୀୟ ଗୁଣ ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ