ବାଘ ଓ ସିଂହଙ୍କ ଗହଣରେ ରହୁଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ


ହଲିଉଡ୍ ଅଭିନେତ୍ରୀ ଟିପ୍ପି ହେର୍ଡେନଙ୍କୁ ଏବେ ଲୋକେ ଫିଲ୍ମ ’ଫିଫ୍ଟି ଶେଡ୍ସ’ର ଅଭିନେତ୍ରୀ ଡକୋଟା ଜନ୍ସଙ୍କ ଜେଜେ ମା’ ଭାବେ ଜାଣନ୍ତି। କିନ୍ତୁ ହଲିଉଡ୍ ଫିଲ୍ମ ନିର୍ମାତାମାନେ ତାଙ୍କୁ କ୍ଲାସିକ୍ ଥ୍ରିଲର ’ଦ ବ୍ରାଡସ୍’ (୧୯୬୩) ଓ ’ମାର୍ନି’ (୧୯୬୪)ର ନାୟକ ଆଲଫ୍ରେଡ ହିଚକକଙ୍କ ନାୟିକା ଭାବେ ଜାଣିଥିବେ। ଟିପ୍ପିଙ୍କ ବାଘ ଓ ସିଂହ ସଂଗ୍ରହ ସମ୍ପର୍କରେ ବହୁତ କମ୍ ଲୋକଙ୍କୁ ଜଣାଥିବ।

ମିଡ଼ିଆ ରିପୋର୍ଟ ମୁତାବକ ଏବେ ବି ୯୦ ବର୍ଷ ବୟସରେ ଟିପ୍ପି ୧୩ରୁ ୧୪ଟି ବାଘ ଏବଂ ସିଂହ ସହିତ ରହୁଛନ୍ତି। ଏ ସମ୍ପର୍କରେ ଡକୋଟା ’ଦ ଗ୍ରାହମନନ ଶୋ’ରେ ପ୍ରକାଶ କରିଛନ୍ତି। ୩୦ ବର୍ଷୀୟା ଡକୋଟା କହିଛନ୍ତି ଯେ ତାଙ୍କ ଜେଜେ ମା’ଙ୍କ ଘରେ ୧୩ରୁ ୧୪ଟି ବାଘ ଓ ସିଂହ ଅଛନ୍ତି। ଡକୋଟାଙ୍କ ଜେଜେ ମା’ ଓ ମା’ ଅଭିନେତ୍ରୀ ମେଲାନି ଗ୍ରିଫଥ ୧୯୮୧ରେ ରିଲିଜ୍ ହୋଇଥିବା ସିନେମା ’ରୋର’ରେ ଅନେକ ବାଘ ଓ ସିଂହ ଦେଖାଇଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ