ଘରୋଇ ଉପାୟ ଆପଣାଇ ଚମକାନ୍ତୁ ହଳଦିଆ ପଡ଼ିଯାଇଥିବା ଦାନ୍ତ


କେବଳ ଖାଦ୍ୟ ଚୋବାଇବାରେ ନୁହେଁ , ସୌନ୍ଦର୍ଯ୍ୟ ବଢ଼ାଇବାରେ ମଧ୍ୟ ଦାନ୍ତ ସାହାଯ୍ୟ କରିଥାଏ କିନ୍ତୁ ସିଗାରେଟ୍, ମଦ, ଅଧିକ ମିଠା ଖାଦ୍ୟ, ବ୍ରଶ୍ ନ କରି ଖାଦ୍ୟ ଖାଇବା, ଦାନ୍ତକୁ ଠିକ ଭାବେ ସଫା ନ କରିବା ଓ ଖରାପ ଖାଦ୍ୟପେୟ ପାଇଁ ଏହା ହଳଦିଆ ପଡ଼ି ଯାଇଥାଏ। ଫଳରେ ହସିବା ବେଳେ ଆପଣ ଲଜ୍ଜା ଅନୁଭବ କରିଥାନ୍ତି। ଏଥିରୁ ମୁକ୍ତି ପାଇବା ଲାଗି ଲୋକେ  ରସାୟନିକ ଜିନିଷ ବ୍ୟବହାର କରିଥାନ୍ତି। ଫଳରେ ଦାନ୍ତ ଦୁର୍ବଳ ହୋଇଯାଇଥାଏ। କେତେକ ଲୋକ ଏଥିପାଇଁ କେବଳ ଟୁଥପେଷ୍ଟ ପରିବର୍ତ୍ତନ କରିଥାନ୍ତି। କିନ୍ତୁ ଏହା କୌଣସି ପ୍ରଭାବ ପକାଏ ନାହିଁ। ଯଦି ଆପଣ ମଧ୍ୟ ଦାନ୍ତର ହଳଦିଆ ପଣ ଦୂର କରିବାକୁ ଚାହୁଛନ୍ତି ତେବେ କେତେକ ଘରୋଇ ଉପାୟ ଅବଲମ୍ବନ କରିପାରିବେ। ଯାହାଫଳରେ ଆପଣଙ୍କ ଦାନ୍ତ ମୋତି ଭଳି ଚମକି ଉଠିବ।

ଲୁଣ ଓ ଲେମ୍ବୁ
ଏକ ଚାମଚ ଲୁଣରେ ୨ ଚାମଚ ଲେମ୍ବୁରସ ମିଶାଇ ପେଷ୍ଟ ତିଆରି କରନ୍ତୁ। ଏକ ବ୍ରଶରେ ଏହି ପେଷ୍ଟକୁ ଦାନ୍ତ ଉପରେ ୫ ମିନିଟ୍ ହାଲୁକା ଭାବେ ହାତରେ ରଗଡ଼ନ୍ତୁ। ସପ୍ତାହରେ ୨ରୁ ୩ ଥର ଏହା ବ୍ୟବହାର କରନ୍ତୁ। ଲେମ୍ବୁ ଆପଣଙ୍କ ଦାନ୍ତକୁ ପ୍ରାକୃତିକ ଭାବେ ବ୍ଲିଚ୍ କରିବାବେଳେ ଲୁଣ ଏହା ଉପରେ ଜମିଥିବା ହଳଦିଆ ପରସ୍ତ ହଟାଇଦେବ।

ଖାଇବା ସୋଡ଼ା ଓ ଲେମ୍ବୁ
୧ ଚାମଚ ଖାଇବା ସୋଡ଼ାରେ ୨ ଚାମଚ ଲେମ୍ବୁ ରସ ମିଶାଇ ଏକ ଘୋଳ ପ୍ରସ୍ତୁତ କରନ୍ତୁ। ଏହି ଘୋଳକୁ ବ୍ରଶ୍ ସହାୟତାରେ ଦାନ୍ତରେ ଲଗାଇ ୩ରୁ ୫ ମିନିଟ୍ ପାଇଁ ଛାଡ଼ି ଦିଅନ୍ତୁ। ପରେ ପାଣିରେ କୁଳି କରି ସଫା କରନ୍ତୁ। ଖାଇବା ସୋଡ଼ାରେ ଥିବା ବ୍ଲିଚିଂ ଗୁଣ ଦାନ୍ତକୁ ସଫା କରି ଧଳା କରିଥାଏ। ସପ୍ତାହରେ ୨ ଥର ଏହାକୁ ବ୍ୟବହାର କରନ୍ତୁ।

ଆପେଲ ସାଇଡର ଭିନେଗାର
୧ କପ୍ ପାଣିରେ ୨ ଠିପି ଆପେଲ୍ ସାଇଡର ଭିନେଗାର ପକାଇ କୁଳି କରିବା ଦ୍ବାରା ଦାନ୍ତ ସଫା ହେବା ସହିତ ପାଟି ଦୁର୍ଗନ୍ଧ ଦୂର ହୋଇଥାଏ।

ଅର୍ଗାନିକ୍ ନଡ଼ିଆ ତେଲ
ଅର୍ଗାନିକ୍ ନଡ଼ିଆ ତେଲରେ ଲୋରିକ ଏସିଡ୍ ରହିଛି ଯାହା ଦାନ୍ତର ହଳଦିଆପଣ ଦୂର କରିବା ସହିତ ଏହାକୁ ମଜଭୁତ କରିଥାଏ। ଏଥିପାଇଁ ତେଲର କିଛି ବୁନ୍ଦାକୁ ଦାନ୍ତରେ ଲଗାଇ ଆଙ୍ଗୁଠି ସାହାଯ୍ୟରେ ମାଲିସ୍ କରନ୍ତୁ। ପରେ ୫ରୁ ୬ ମିନିଟ୍ ଛାଡ଼ି କୁଳି କରି ଦିଅନ୍ତୁ।

କଦଳୀ
ପଟାସିୟମରେ ଭରପୂର ହୋଇଥିବା କାରଣରୁ ଦାନ୍ତର ହଳଦିଆପଣ ଦୂର କରିବା ପାଇଁ କଦଳୀର ବ୍ୟବହାର ହୋଇଥାଏ। ତେଣୁ ଖଣ୍ଡେ ପାଚିଲା କଦଳୀକୁ ଦାନ୍ତରେ ରଗଡ଼ି ୫ ମିନିଟ୍ ଯାଏ ମାଲିସ୍ କରନ୍ତୁ। ଏହାପରେ ହାଲୁକା ଗରମ ପାଣିରେ କୁଳି କରନ୍ତୁ, ଦାନ୍ତ ଚମକି ଉଠିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ