ଓଆଇସିର ଭାରତ ବିରୋଧୀ ପ୍ରସ୍ତାବକୁ ମାଳଦ୍ବୀପର ବିରୋଧ


ଭାରତରେ ଇସଲାମ ଧର୍ମ ବିରୋଧୀ କାର୍ଯ୍ୟ ଚାଲିଛି ଓ ଭାରତରେ ଇସଲାମ ଧର୍ମାବଲମ୍ବୀ ସୁରକ୍ଷିତ ନୁହନ୍ତି ବୋଲି ଅର୍ଗାନାଇଜେସନ ଅଫ୍ ଇସଲାମିକ କୋପରେସନ (ଓଆଇସି) ସଦସ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଅଭିଯୋଗ ହେବା ସହ ଏନେଇ ଭାରତ ବିରୋଧୀ ପ୍ରସ୍ତାବ ଆଗତ ପାଇଁ ଉଦ୍ୟମ ଚାଲିଛି। ବିଶେଷକରି ପାକିସ୍ତାନ ଉଦ୍ୟମରେ ଓଆଇସି ରାଷ୍ଟ୍ରଗୁଡ଼ିକ ଭାରତ ବିରୋଧରେ ପ୍ରସ୍ତାବ ଆଗତ କରି ଚାପ ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲା ବେଳେ ଭାରତର ବନ୍ଧୁ ରାଷ୍ଟ୍ର ମାଳଦ୍ବୀପ ଏହାକୁ ବିରୋଧ କରିଛି। ମାଳଦୀପ ପକ୍ଷରୁ କୁହାଯାଇଛି ଯେ ଭାରତରେ ଶତାଧିକ ବର୍ଷ ହେଲା ମୁସଲମାନ ରହି ଆସିଛନ୍ତି। ଭାରତୀୟ ଜନସଂଖ୍ୟାରେ ମୁସଲମାନ ସମ୍ପ୍ରଦାୟ ୧୪ ପ୍ରତିଶତ ହୋଇଥିଲା ବେଳେ ସେମାନଙ୍କ ମୋଟ ସଂଖ୍ୟା ୨୦ କୋଟିରୁ ଅଧିକ।

ତେଣୁ ଏପରି ସ୍ଥିତିରେ ଯଦି ଓଆଇସିରେ ଭାରତ ବିରୋଧୀ ଆଭିମୁଖ୍ୟ ନେଇ ପ୍ରସ୍ତାବ ଆଗତ କରାଯାଏ, ତାହେଲେ ସମଗ୍ର ଦକ୍ଷିଣ ଏସିଆରେ ଶାନ୍ତି ପ୍ରଭାବିତ ହେବ। କଶ୍ମୀର ପ୍ରସଙ୍ଗକୁକୁ ନେଇ ଓଆଇସିରେ ସେପରି କିଛି ଆଲୋଚନାର ଆବଶକତା ରହିଛି। ଏହାବାଦ ଅନେକ ଗଲ୍ପ ରାଷ୍ଟ୍ରର ଭାରତ ସହ ବ୍ୟବସାୟିକ ସମ୍ପର୍କ ଥିବାରୁ ଯଦି ଓଆଇସିରେ କୌଣସି ବି ପ୍ରସ୍ତାବ ଆଗତ ହୁଏ, ତାହେଲେ ଏହା ଓଆଇସିର ଅନେକ ସଦସ୍ୟ ରାଷ୍ଟ୍ରଙ୍କୁ ପ୍ରଭାବିତ କରିବ ବୋଲି ମାଳଦ୍ବୀପ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ