ହୁ’ର କାର୍ଯ୍ୟନିର୍ବାହୀ ବୋର୍ଡ ଅଧ୍ୟକ୍ଷ ଦାୟିତ୍ବ ନେଲେ ହର୍ଷ ବର୍ଦ୍ଧନ


କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଶୁକ୍ରବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କାର୍ଯ୍ୟନିର୍ବାହୀ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି। ତାଙ୍କ ସହ କାର୍ଯ୍ୟନିର୍ବାହୀ ବୋର୍ଡରେ ୩୪ ଜଣ ଟେକ୍ନିକାଲ ଯୋଗ୍ୟତା ଥିବା ସଦସ୍ୟଙ୍କୁ ନିଆଯାଇଛି। ହର୍ଷ ବର୍ଦ୍ଧନଙ୍କ ସହ ଏହି ୩୪ ଜଣିଆ ସଦସ୍ୟ ୩ ବର୍ଷ ପାଇଁ କାର୍ଯ୍ୟକାରୀ ବୋର୍ଡରେ କାର୍ଯ୍ୟ କରିବେ। ବୋର୍ଡର ଅଧ୍ୟକ୍ଷ ପଦ ୩ ଜଣ ସଦସ୍ୟଙ୍କ ମଧ୍ୟରେ ବର୍ଷକୁ ଥରେ ରୋଟେସନ ହେବ ବୋଲି ମଧ୍ୟ ଜଣାପଡ଼ିଛି।

ଦାୟିତ୍ବ ନେବା ପରେ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ସେ ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ଦାୟିତ୍ବ ବହନ କରିଛନ୍ତି। କୋଭିଡ-୧୯ ବିଶ୍ବର ୨ ଶହରୁ ଅଧିକ ଦେଶକୁ ସଂକ୍ରମିତ କରିସାରିଥିଲା ବେଳେ ଏବେ ଭ୍ୟାକ୍ସିନ ବାହାର କରିବା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ଭାରତ ମଧ୍ୟ କୋରୋନା ଦ୍ବାରା ପ୍ରଭାବିତ ହୋଇଛି। ମାତ୍ର ଭାରତରେ ୧.୩୫ ବିଲିଅନ ଲୋକ ରହିଥିଲା ବେଳେ ଆମର ସଂକ୍ରମିତ ହାର ୦.୧ ପ୍ରତିଶତରେ ସୀମିତ ରହିଛି। ସେହିପରି ପ୍ରାଣ ହରାଇଥିବା ଲୋକଙ୍କ ହାର ସଂକ୍ରମିତଙ୍କ ମଧ୍ୟରେ ୩ ପ୍ରତିଶତ ରହିଥିଲା ବେଳେ ସୁସ୍ଥ ହେଉଥିବା ଲୋକଙ୍କ ହାର ୪୦ ପ୍ରତିଶତ ରହିଛି। ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଗୁଣା ହେବାକୁ ଏବେ ୧୩ ଦିନ ଲାଗୁଛି। ତେଣୁ ଆମେ ଏକପ୍ରକାର ଭଲ ସ୍ଥିତିରେ ରହିଛୁ ବୋଲି କୁହାଯାଇ ପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ