ଆପତ୍ତିଜନକ ଟ୍ବିଟ୍ ପାଇଁ କେଆରକେଙ୍କ ବିରୋଧରେ ଏଫ୍ଆଇଆର୍


କମାଲ ଆର୍ ଖାନ ଓରଫ କେଆରକେ ନିଜର ବିବାଦୀୟ ବୟାନ ଓ ଟ୍ବିଟ୍  ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ କେଆରକେଙ୍କ ଟ୍ବିଟ୍ ତାଙ୍କ ଉପରେ ଭାରୀ ପଡ଼ିଛି। ସୂଚନାଯୋଗ୍ୟ ଯେ କେଆରକେ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇରଫାନ ଖାନଙ୍କ ବିରୋଧରେ କିଛିଦିନ ପୂର୍ବରୁ ଆପତ୍ତିଜନକ ଟ୍ବିଟ୍ କରିଥିଲେ। ଏଥିପାଇଁ ଏବେ ତାଙ୍କ ବିରୋଧରେ ଏଫ୍ଆଇଆର ଦାଏର କରାଯାଇଛି। ବୁଧବାର ବାନ୍ଦ୍ରା ଠାରେ ତାଙ୍କ ବିରୋଧରେ ଏଫ୍ଆଇଆର୍ ହୋଇଥିବା ପୋଲିସ ସୂତ୍ରରୁ ପ୍ରକାଶ।

ମିଡିଆ ରିପୋର୍ଟ ଅନୁସାରେ ଯୁବା ସେନାର କୋର କମିଟି ସଦସ୍ୟ ରାହୁଲ କନଲ କେଆରକେଙ୍କ ବିରୋଧରେ ଏଫ୍ଆଇଆର୍ ଦାଏର କରିଛନ୍ତି। ରାହୁଲ କନଲ ୩୦ ଏପ୍ରିଲରେ କେଆରକେଙ୍କ ଟ୍ବିଟ୍ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଟ୍ବିଟରେ କେଆରକେ ଦିବଙ୍ଗତ ଅଭିନେତା ଋଷି କପୁର ଓ ଇରଫାନ ଖାନଙ୍କ ବିରୋଧରେ ଆପତ୍ତିଜନକ କମେଣ୍ଟ କରିଥିଲେ। ସେ ତାଙ୍କ ଟ୍ବିଟରେ ଲେଖିଥିଲେ ଯେ ରିଷି କପୁରଙ୍କୁ ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ମୁଁ ତାଙ୍କୁ ଏହା କହିବାକୁ ଚାହୁଛି, ସାର ଠିକ୍ ହୋଇ ଫେରନ୍ତୁ, ସେଠାରୁ ଚାଲି ଯାଆନ୍ତୁ ନାହିଁ। କାରଣ ମଦ ଦୋକାନ ୨ରୁ ୩ ଦିନ ଭିତରେ ଖୋଲିଯିବ। ଏଭଳି ଅପମାନଜନକ ଟ୍ବିଟ୍ ପାଇଁ କେଆରକେଙ୍କ ବିରୋଧରେ ଧାରା ୨୯୪ ଓ ଆଇପିସିର ଅନ୍ୟ ପ୍ରାବଧାନ ଅଧୀନରେ ଏଫ୍ଆଇଅର୍ ଦାଏର କରାଯାଇଛି। ତେବେ ଗିରଫ କରା ନ ଯାଇ ତାଙ୍କ ବିରୋଧରେ ତଦନ୍ତ ଜାରି ରହିଛି।

ସୂଚନାଯୋଗ୍ୟ ଯେ କେଆରକେ ସୋସାଲ ମିଡିଆରେ ଖୁବ୍ ଆକ୍ଟିଭ୍ ଅଛନ୍ତି। ଫିଲ୍ମ ରିଭ୍ୟୁରୁ ଆରମ୍ଭ କରି ପ୍ରତ୍ୟେକ ପ୍ରସଙ୍ଗରେ ନିଜ ରାୟ ଦେଇଥାନ୍ତି। ସେ ବିଗବସରେ ପ୍ରତିଯୋଗୀ ଭାବେ ସାମିଲ୍ ହୋଇ ବେଶ୍ ଚର୍ଚ୍ଚିତ ହୋଇଥିଲେ। କେଆରକେ ଇରଫାନ ଖାନଙ୍କ  ବିରୋଧରେ କହିଥିଲେ ଯେ ସେ ତାଙ୍କ ଫିଲ୍ମ ନିର୍ମାତାଙ୍କ ସହ ଭେଦଭାବ କରିଥାନ୍ତି। ସେମାନଙ୍କ ସହିତ ଠିକ୍ ବ୍ୟବହାର ପ୍ରଦର୍ଶନ କରି ନ ଥାନ୍ତି। ସେ ତାଙ୍କ ଫିଲ୍ମ ନିର୍ମାତାଙ୍କ ଠାରୁ ଟଙ୍କା ନିଅନ୍ତି, କିନ୍ତୁ ତାଙ୍କ  ଫିଲ୍ମ ଶୁଟିଂ କରି ନ ଥାନ୍ତି ବୋଲି କେଆରକେ ଟ୍ବିଟ୍ କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ