ଘର ମାଲିକ ଓ ଭଡ଼ାଟିଆଙ୍କ କାହାଣୀ ‘ଗୁଲାବୋ ସୀତାବୋ’


ଫିଲ୍ମ ‘ଗୁଲାବୋ ସୀତାବୋ’ ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି। ପ୍ରଥମ ଥର ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଖୁରାନାଙ୍କୁ ଏକାଠି ଦେଖିବାକୁ ମିଳିଛି। ଏହି ଟ୍ରେଲରକୁ ପ୍ରଶଂସକମାନେ ଦୀର୍ଘ ଦିନ ହେଲାଣି ଅପେକ୍ଷା କରିଥିଲେ। ଅମିତାଭ ବଚ୍ଚନ ଓ ଆୟୁଷ୍ମାନ ଏହି ଟ୍ରେଲରକୁ ସୋସାଲ ମିଡିଆରେ ଶେୟାର କରିଛନ୍ତି। ଏହି ସିନେମା ଅନଲାଇନ୍ ପ୍ଲାଟଫର୍ମରେ ୧୨ ଜୁନରେ ରିଲିଜ୍ ହେବାକୁ ଯାଉଛି।

‘ଗୁଲାବୋ ସୀତାବୋ’ ଟ୍ରେଲରରେ ଅମିତାଭ ଘର ମାଲିକ ଓ ଆୟୁଷ୍ମାନ ଭଡ଼ାଟିଆ ଭାବେ ଅଭିନୟ କରୁଛନ୍ତି। ଆୟୁଷ୍ମାନଙ୍କୁ ଅମିତାଭ ଘରୁ ବାହାର କରିବାକୁ ଚାହୁଛନ୍ତି। ଏଥିପାଇଁ ସେ ବହୁତ ଚେଷ୍ଟା କରୁଛନ୍ତି। କିନ୍ତୁ ସେ ଆୟୁଷ୍ମାନଙ୍କୁ ହଟାଇ ପାରୁ ନାହାନ୍ତି। ଏଥିପାଇଁ ବାଧ୍ୟହୋଇ ଅମିତାଭ ଘର ବିକ୍ରି କରିବାକୁ ଚିନ୍ତା କରୁଛନ୍ତି। ଏହିଠାରୁ କାହାଣୀର ମୋଡ଼ ଦେଖାଯାଉଛି। ଟ୍ରେଲର ବହୁତ ମଜାଦାର ହୋଇଛି। କାହାଣୀରେ ଯୁକ୍ତିତର୍କ, ଡ୍ରାମା, କମେଡି ସବୁକିଛି ଦେଖିବାକୁ ମିଳିବ। ଅମିତାଭ ଓ ଆୟୁଷ୍ମାନଙ୍କୁ ସ୍କ୍ରିନରେ ଏକାଠି ଦେଖିବା ଖୁବ୍ ମଜାଦାର ହେବାକୁ ଯାଉଛି। ଉଭୟେ ନିଜ ଚରିତ୍ରରେ ବେଶ୍ ଫିଟ୍ ନଜର ଆସୁଛନ୍ତି।

ସୂଚନାଯୋଗ୍ୟ ଯେ ଏହି ଫିଲ୍ମର ନିର୍ଦେଶନା ସୁଜିତ ସରକାର ଦେଇଥିବାବେଳେ ଜୁହୀ ଚତୁର୍ବେଦୀ ଏହାର କାହାଣୀ ଲେଖିଛନ୍ତି। ଅମିତାଭ ଓ ଆୟୁଷ୍ମାନଙ୍କ ଏହା ପ୍ରଥମ ସିନେମା ହୋଇଥିବାବେଳେ ସୁଜିତଙ୍କ ସହ ଆୟୁଷ୍ମାନଙ୍କ ଏହା ଦ୍ବିତୀୟ ଫିଲ୍ମ। ଏହାପୂର୍ବରୁ ସୁଜିତଙ୍କ ସହ ଆୟୁଷ୍ମାନ ‘ଭିକ୍କି ଡୋନର’ ଫିଲ୍ମରେ କାମ କରିଥିଲେ। ‘ଗୁଲାବୋ ସୀତାବୋ’ ଜୁନ୍ ୧୨ରେ ଆମାଜନ୍ ପ୍ରାଇମ୍ ଭିଡ଼ିଓରେ ରିଲିଜ୍ ହେବାକୁ ଯାଉଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ