ଖାଆନ୍ତୁ ଓ ଖୁଆନ୍ତୁ ସେଓ ରାବିଡ଼ି


ରାବିଡ଼ି ଏକ ଉତ୍କୃଷ୍ଟମାନର ଉତ୍ତର ଭାରତୀୟ ସ୍ବାଦିଷ୍ଟ ମିଠା। ଏହାକୁ ଅଧିକାଂଶ ଲୋକେ କେବଳ ପର୍ବପର୍ବାଣୀରେ ନୁହେଁ, ୱିକ୍ଏଣ୍ଡରେ ମଧ୍ୟ ଡେଜର୍ଟ ଭାବେ ତିଆରି କରି ଖାଇଥାନ୍ତି। ଯଦି ଆପଣଙ୍କର ରାବିଡ଼ି ଖାଇବାକୁ ଇଚ୍ଛା ହେଉଛି, ଏଠାରେ ସେଓରେ ତିଆରି କରାଯାଉଥିବା ରାବିଡ଼ିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ସୂଚନା ଦିଆଯାଇଛି। ଏହାକୁ ରାତ୍ରିଭୋଜନ ପରେ ଡେଜର୍ଟ ଭାବେ ପରଷି ପାରିବେ।

କ’ଣ ଦରକାର
୨ଟି ସେଓ, ୧ ଗ୍ଲାସ୍ କ୍ଷୀର, ଏକ କପ୍ ଚିନି, ଗୁଜୁରାତି ଗୁଣ୍ଡ, କାଜୁ, ବାଦାମ

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ସେଓର ଚୋପା ଛଡ଼ାଇ ଗ୍ରେଟରରେ ଗ୍ରେଟ୍ କରି ନିଅନ୍ତୁ ଏକ ପ୍ୟାନରେ କ୍ଷୀର ଗରମ ଗରନ୍ତୁ। ଏହା ଫୁଟି ଫୁଟି ଅଧା ହୋଇଗଲା ପରେ ଗ୍ୟାସ୍ ଧିମା କରି ଦିଅନ୍ତୁ। ଏବେ ଏଥିରେ ସେଓ ପକାଇ ଏହାକୁ ଭଲ ଭାବେ ମିଶାଇ ୩ ରୁ ୪ ମିନିଟ୍ ସିଝାନ୍ତୁ। ଏବେ ଏଥିରେ ଚିନି ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପରେ ଏଥିରେ ଗୁଜୁରାତି ଗୁଣ୍ଡ, କଟା କାଜୁ ଓ ବାଦାମ  ପକାଇ ଅତିକମରେ ୧ ମିନିଟ୍ ଯାଏ ସିଝାନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କ ସେଓ ରାବିଡ଼ି। ଏହାକୁ ଗରମ କିମ୍ବା ଥଣ୍ଡା ଯେମିତି ପସନ୍ଦ ସେମିତି ପରଷି ପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ