ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ପୁଅ


ମୟୁରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ସାତଭାୟା ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ବୃଦ୍ଧା ମା’ଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି ଦୁଇ ପୁଅ। ମୃତକ ହେଲେ ତୁଳସୀ ସିଂ। ଶୁକ୍ରବାର ସକାଳେ ପୋଲିସ୍‌ ଖବର ପାଇ ଅଭିଯୁକ୍ତ ଦୁଇ ପୁଅ ରବି ଓ ରାଜକିଶୋରକୁ ଗିରଫ କରିଛି।

ଘଟଣାରୁ ପ୍ରକାଶ, ତୁଳସୀଙ୍କ ଦୁଇ ପୁଅ ରବି ଏବଂ ରାଜକିଶୋର ଗୁରୁବାର ରାତିରେ ପ୍ରଚୁର ମଦ୍ୟପାନ କରି ଆସିଥିଲେ। ଘଟଣାକୁ ନେଇ ତୁଳସୀ ଦୁଇ ପୁଅଙ୍କୁ ଗାଳିଗୁଲଜ କରିଥିଲେ। ଏଥିରେ ଦୁଇ ପୁଅ ଉତ୍‌କ୍ଷିପ୍ତ ହୋଇ ନିଶାସକ୍ତ ଅବସ୍ଥାରେ ତୁଳସୀକୁ ଦୁଇଟି ଠେଙ୍ଗାରେ ପିଟିଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଶୁକ୍ରବାର ସକାଳେ ଘଟଣା ବିଷୟରେ ମୃତ ତୁଳସୀଙ୍କ ସ୍ବାମୀ ଏ ନେଇ ପୋଲିସ୍‌କୁ ଖବର ଦେଇଥିଲେ। ଖବର ପାଇ ବାଙ୍ଗିରିପୋଷି ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଦୁଇ ପୁଅଙ୍କୁ ଗିରଫ କରିଛି। ଦୁଇ ପୁଅଙ୍କୁ ଗିରଫ କରାଯାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ