ଆଜି ପୁଣି ୮୬ ଆକ୍ରାନ୍ତ ଚିହ୍ନଟ: ୧୧୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା


ଭୁବନେଶ୍ବର: ରାଜ୍ୟରେ ଶୁକ୍ରବାର ପୁଣି ୮୬ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।  ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଅଛନ୍ତି ଯାଜପୁର ଜିଲ୍ଲାର। ଏଠାରେ ଆଉ ୪୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୧୧, ନୟାଗଡ଼ରୁ ୬, ଗଞ୍ଜାମରୁ ୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା, ବାଲେଶ୍ୱରରୁ, ଭଦ୍ରକରୁ, କେନ୍ଦୁଝରରୁ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିରରୁ ୨ ଏବଂ ସୁନ୍ଦରଗଡ଼ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୮୬ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଜଣେ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଏବଂ ଆଉ ୫ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୧୮୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ  ୭୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ୩୯୩ ଜଣ ସୁସ୍ଥ ହୋଇଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି।

୪୬ ନୂଆ ଆକ୍ରାନ୍ତଙ୍କ ସହିତ ଯାଜପୁର ଜିଲ୍ଲାରେ ମୋଟ ସଂଖ୍ୟା ୨୨୫ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟମାନେ ଚିକିତ୍ସାଧୀନ ଅଛନ୍ତି। କଟକ ଜିଲ୍ଲାରେ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୫୬ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ମାତ୍ର ୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ନୟାଗଡ଼ରେ ଆଉ ୬ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୭ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ଜଣେ ସୁସ୍ଥ ହୋଇଛନ୍ତି। ଗଞ୍ଜାମରେ ପୁଣି ୫ ଜଣ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ହୋଇଛି। ସେମାନଙ୍କ ମଧ୍ୟରୁ ୧୫୪ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୬୫ ଜଣ ଚିକିତ୍ସାଧୀନ ଅଛନ୍ତି। ଏଠାରେ ୩ ଜଣଙ୍କ ମୃତ୍ୟୁ ବି ଘଟିଛି। ବାଲେଶ୍ୱରରୁ ଆଉ ୩ଟି ନୂଆ କେସ୍ ଆସିଛି। ଏଠାରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଥିବା ବେଳେ ୬୩ ଜଣ ସୁସ୍ଥ ହୋଇସାରିଲେଣି।

ସେହିପରି ଭଦ୍ରକରେ ୩ ଜଣ ନୂଆ କୋରୋନା ରୋଗୀ ଚିହ୍ନଟ ହେବା ପରେ ମୋଟ ସଂଖ୍ୟା ୯୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇସାରିଛନ୍ତି। କେନ୍ଦୁଝରରେ ନୂଆ ୩ ଆକ୍ରାନ୍ତଙ୍କ ସହିତ ମୋଟ ସଂଖ୍ୟା ୧୧ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ କେବଳ ୨ ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୭୪ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ପୁରୀରେ ନୂଆ ୩ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୪୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୩ ଜଣ ସୁସ୍ଥ ହୋଇଛନ୍ତି। ବଲାଙ୍ଗୀରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୮ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ କେବଳ ୨ ଜଣ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ଼ରେ ଜଣେ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୨୮ ଛୁଇଁଛି। ଏଠାରେ ୧୫ ଜଣ ସୁସ୍ଥ ହୋଇସାରିଲେଣି।

ଗୁରୁବାର ରାଜ୍ୟରେ ୫୧ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪ ଜଣ, ଯାଜପୁର ଜିଲ୍ଲାରୁ ୫ ଜଣ, କଟକ ଜିଲ୍ଲାରୁ ୯ ଜଣ, ପୁରୀ ଜିଲ୍ଲାରୁ ଜଣେ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ, ନୟାଗଡ଼ ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୨ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଏବଂ ମାଲକାନଗିରି ଜିଲ୍ଲାରୁ ଜଣେ ରହିଥିଲେ। ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୭୮୯ରେ ପହଞ୍ଚିଛି। ତେବେ ୩୯୩ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି।  ଅପରପକ୍ଷରେ ୭ ଜଣଙ୍କର ମୃତ୍ୟୁ ଘଟିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ