ଫଳିଲା ଶରଦଙ୍କ ପରିଶ୍ରମ: ଦିନକୁ ୫୦ ଟଙ୍କା ରୋଜଗାରରୁ ଏବେ ଦୁଇଟି ରେସ୍ତୋରାଁର ମାଲିକ


‘ତାରକ ମେହତା କା ଉଲଟା ଚଷମା’ ଚର୍ଚ୍ଚିତ କମେଡି ଶୋ ମଧ୍ୟରେ ଅନ୍ୟତମ। ଏଥିରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜ ନିଜ ଅଭିନୟ ପରାକାଷ୍ଠା ପ୍ରଦର୍ଶନ କରୁଛନ୍ତି। ପ୍ରତ୍ୟେକ ଚରିତ୍ର ନିଜ ଅଭିନୟକୁ ନିଖୁଣ ଭାବେ ଫୁଟାଉଛନ୍ତି। ଏଥିରେ ଅବଦୁଲ ଚରିତ୍ରରେ ଅଭିନୟ କରିଥିବା ଶରଦ ସାଙ୍କଲା ଅଭିନୟ ଜଗତରେ ପାଦ ରଖିବାର ୨୫ ବର୍ଷରୁ ଅଧିକ ସମୟ ବିତି ଗଲାଣି। ମିଡିଆ ରିପୋର୍ଟ ମୁତାବକ ଶରଦ ଇତିମଧ୍ୟରେ ୩୫ରୁ ଅଧିକ ଫିଲ୍ମ ଓ ଅନେକ ଗୁଡ଼ିଏ ଟିଭି ଶୋ’ରେ କାମ କରିସାରିଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଏହି ପରିଚୟ ହାସଲ କରିବା ପାଇଁ ଶରଦଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି। ଶରଦଙ୍କ ପ୍ରଥମ ରୋଜଗାର ମାତ୍ର ୫୦ ଟଙ୍କା ଥିଲା। କିନ୍ତୁ ଏବେ ସେ ୨ଟି ରେସ୍ତୋରାଁର ମାଲିକ ଅଟନ୍ତି।

ମିଡିଆ ରିପୋର୍ଟ ମୁତାବକ ଶରଦ ପ୍ରଥମ ଥର ପାଇଁ ୧୯୯୦ରେ ଫିଲ୍ମ ‘ବଂଶ’ରେ କ୍ୟାମେରାକୁ ସାମ୍ନା କରିଥିଲେ। ଏଥିରେ ସେ ଚାର୍ଲି ଚାପଲିନ ଚରିତ୍ରରେ ଅଭିନୟ କରିଥିଲେ। ଏହି ଚରିତ୍ର ବହୁତ ଛୋଟ ଥିବାବେଳେ ଏଥିପାଇଁ ତାଙ୍କୁ ମାତ୍ର ୫୦ ଟଙ୍କା ପାରିଶ୍ରମିକ ମିଳିଥିଲା। ଏହାପରେ ସେ ବାଜିଗର, ଖିଲାଡ଼ି ଓ ବାଦଶାହ ଭଳି ଅନେକ ବଡ଼ ଫିଲ୍ମରେ କାମ କରିଛନ୍ତି। ଏହାସତ୍ତ୍ବେ ତାଙ୍କୁ ୮ ବର୍ଷ ଯାଏ କେଣସି କାମ ମିଳି ନ ଥିଲା। ଏହାପରେ ତାଙ୍କୁ ‘ତାରକ ମେହତା କା ଉଲଟା ଚଷମା’ ଅଫର ମିଳିଥିଲା। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ଏବେ ଶରଦ ମୁମ୍ବାଇର ଦୁଇଟି ରସ୍ତୋରାଁର ମାଲିକ। ତାଙ୍କର ଗୋଟିଏ ରେସ୍ତୋରାଁ ପାର୍ଲେ ପଏଣ୍ଟ ଜୁହୁ ଓ ଅନ୍ୟଟି ଚାର୍ଲି କବାବ ଅନ୍ଧେରୀରେ ରହିଛି। ଏକ ସାକ୍ଷାତକାରରେ ଶରଦ କହିଥିଲେ ଯେ ଏହି ଶୋ’ କେବେ ଯାଏ ଚାଲିବ ତାହା ଜଣା ନାହିଁ। ତେଣୁ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ସେ ଏହି ଇନଭେଷ୍ଟମେଣ୍ଟ କରିଛନ୍ତି। ଏଥିପାଇଁ ସେ ଦୁଇଗୁଣା ପରିଶ୍ରମ ମଧ୍ୟ କରୁଛନ୍ତି। ସୂଚନାଯୋଗ୍ୟ ଯେ ଶରଦଙ୍କ ଜନ୍ମ ୧୯ ଜୁନ୍ ୧୯୬୫ରେ ମୁମ୍ବାଇରେ ହୋଇଥିଲା। ତାଙ୍କ ପତ୍ନୀଙ୍କ ନାମ ପ୍ରମିଳା ସାଙ୍କଲା। ସେମାନଙ୍କ ବିବାହକୁ ୨୭ ବର୍ଷ ହୋଇଗଲାଣି। ସେମାନଙ୍କର କୃତିକା ଓ ମାନବ ନାମକ ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି। ଶରଦ ପାଠପଢ଼ା ଛାଡ଼ି ଅଭିନୟ କରିବା ଆରମ୍ଭ କରିଥିଲେ। ସେ ତାଙ୍କର ପ୍ରଥମ ବିଜ୍ଞାପନରେ ଚେରି ବ୍ଲସମ୍ ଶୁ’ ପଲିଶରେ ଚାର୍ଲି ଚାପଲିନ ଚରିତ୍ରରେ ଅଭିନୟ କରିଥିଲେ। ଏହା ବହୁତ ଲୋକପ୍ରିୟ ହୋଇଯାଇଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ