ଏବେ ବି ଧୋନି ନମ୍ବର ୱାନ, କେହି ନେଇପାରିବେନି ତାଙ୍କ ସ୍ଥାନ: କୈଫ


ଏବେ ଲକଡାଉନ କଟକଣାରୁ କ୍ରୀଡ଼ାକୁ ବାଦ ଦିଆଯାଇଛି। ତେଣୁ ବର୍ତ୍ତମାନ କ୍ରିକେଟପଡ଼ିଆରେ ଗହଳି ଚହଳି ଆରମ୍ଭ ହୋଇଛି। ପ୍ରାୟ ୨ ମାସ ହେଲା ଘର ଭିତରେ ବନ୍ଦ ରହିଥିବା ଖେଳାଳିମାନେ ଆଉଟଡୋର ଅଭ୍ୟାସ ପାଇଁ ପଦାକୁ ଆସିବା ଆରମ୍ଭ କରିଛନ୍ତି। ଏହାରି ଭିତରେ ଦେଶରେ ସବୁଠାରୁ ଲୋକପ୍ରିୟ କୀଡ଼ା କ୍ରିକେଟକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ପରବର୍ତ୍ତୀ ସିରିଜରେ କେଉଁ ଖେଳାଳିମାନେ ଦଳରେ ସ୍ଥାନ ପାଇବେ ଓ କେଉଁମାନେ ଚୂଡ଼ାନ୍ତ ଏକାଦଶ ବାହାରେ ରହିବେ, ତାହାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା କିଛି ନୂଆ ନୁହେଁ। ବିଶେଷକରି ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି।

ପୂର୍ବତନ କ୍ରିକେଟର ମହମ୍ମଦ କୈଫ କହିଛନ୍ତି ଯେ ଧୋନି ଏବେ ବି ଦେଶର ନମ୍ବର ୱାନ ୱିକେଟ କିପର। କେହି ତାଙ୍କର ବିକଳ୍ପ ନାହାନ୍ତି। ଋଷଭ ପନ୍ତ ଓ ସଞ୍ଜୁ ସାମସନଙ୍କୁ ଦଳ ୱିକେଟ କିପିଂ କରାଇ କାମ ଚଳାଇବା ପାଇଁ ଚେଷ୍ଟା କରିଛି। ମାତ୍ର ଏହା ସମ୍ପୂର୍ଣ୍ଣ ସଫଳ ହୋଇ ନାହିଁ। ଏବେ ଭାରତୀୟ ଦଳ ଲୋକେଶ ରାହୁଲଙ୍କୁ ପ୍ରଥମ ପସନ୍ଦ ଭାବେ ଚୟନ କରିଛି ବୋଲି ଶୁଣିବାକୁ ମିଳିଛି। ମାତ୍ର ଏହା ଜାଣି ରଖିବା ଉଚିତ ଯେ ରାହୁଲ କେବଳ ଏକ ଷ୍ଟପ ଗ୍ୟାପରେ ଆସି ୱିକେଟ କିପିଂ କରିଛନ୍ତି। ତେଣୁ ତାଙ୍କ ଠାରୁ ଦୀର୍ଘ ମିଆଦି ସୂତ୍ରରେ ୱିକେଟ କିପିଂ ଆଶା କରିବା ଠିକ ହେବନି। ରାହୁଲ ଜଣେ ଚାମ୍ପିଅନ ବ୍ୟାଟ୍ସମାନ, ମାତ୍ର ଧୋନିଙ୍କ ପରି ଜଣେ ଚାମ୍ପିଅନ ୱିକେଟ କିପର ନୁହନ୍ତି ବୋଲି କହିଛନ୍ତି କୈଫ୍।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ