କୋହଲିଙ୍କଠୁ ସଚିନ ଶ୍ରେଷ୍ଠ: ଗୌତମ ଗମ୍ଭୀର


କ୍ରିକେଟରେ କିଏ ଶ୍ରେଷ୍ଠ, ତାହାର ତୁଳନାତ୍ମକ ବିଶ୍ଲେଷଣ ଏତେ ସହଜ କଥା ନୁହେଁ। କିଏ ଶ୍ରେଷ୍ଠ ଚୟନ କରିବା ଏକ କଷ୍ଟକର ଓ ବିବାଦୀୟ ପ୍ରସଙ୍ଗ। ତଥାପି ଏହାରି ଭିତରେ କେହି କେହି ଏପରି ତୁଳନାତ୍ମକ ମନ୍ତବ୍ୟ ଦେବା ନଜରକୁ ଆସିଥାଏ। ଠିକ ଏହିପରି ଭାବେ କ୍ରିକେଟରରୁ ସାଂସଦ ହୋଇଥିବା ଗୌତମ ଗାମ୍ଭୀର ଏକ ତୁଳନାତ୍ମକ ବିଶ୍ଲେଷଣ ଜରିଆରେ ସଚିନ ତେନ୍ଦୁଲକରଙ୍କୁ ବିରାଟ କୋହଲିଙ୍କ ଠାରୁ ଆଗରେ ରଖିଛନ୍ତି। ତାଙ୍କ କହିବା କଥା ହେଲା ସଚିନ ଯେଉଁପରି ଦୀର୍ଘ ବର୍ଷ ଧରି କ୍ରିକେଟ ପଡ଼ିଆରେ ତିଷ୍ଠି ରହିଲେ ଓ ତାଙ୍କ ସମୟର କ୍ରିକେଟ ନିୟମରେ ସଫଳତା ପାଇଲେ ତାହା ବର୍ତ୍ତମାନର ସ୍ଥିତି ଠାରୁ ନିଆରା। ତେଣୁ ତାଙ୍କ ବିଚାରରେ ବର୍ତ୍ତମାନର ଶ୍ରେଷ୍ଠ ବ୍ୟାଟ୍ସମାନ କୋହଲିଙ୍କ ଠାରୁ ସଚିନ ଆଗରେ।

ଗମ୍ଭୀର କହିଛନ୍ତି ଯେ ସଚିନଙ୍କ ଖେଳିବା କାଳରେ ଦିନିକିଆ କ୍ରିକେଟରେ ମ୍ୟାଚ ଜିତିବା ପାଇଁ ୨୪୦ରୁ ୨୫୦ ରନ୍ ସ୍କୋର ହେଲେ ଯଥେଷ୍ଟ ଥିଲା। ଆଉ ଏହି ସମୟରେ ସଚିନ ତାଙ୍କ କ୍ରିକେଟ କ୍ୟାରିଅରର ଅଧିକାଂଶ ସମୟ ମ୍ୟାଚ ଖେଳିଥିଲେ। ମାତ୍ର ବର୍ତ୍ତମାନ ୩୫୦ ରନ୍ ସ୍କୋର କଲେ ବି ପଛରେ ଚେଜ୍ କରୁଥିବା ଦଳ ପାଇଁ କଷ୍ଟ ହେଉ ନାହିଁ। ଏହାର ପ୍ରମୁଖ କାରଣ ହେଉଛି ନିୟମରେ ପରିବର୍ତ୍ତନ। ପରିବର୍ତ୍ତିତ ନିୟମରେ ୩୦ ଗଜ ବାହାରେ ଖେଳାଳିଙ୍କ ସଂଖ୍ୟା କମିଥିବାରୁ ଅଧିକ ରନ ସ୍କୋର ହେବା ସହଜ କଥା, ଯାହା ଆଜି ଦେଖିବାକୁ ମିଳିଛି। ମାତ୍ର ସଚିନ ରନ ବର୍ଷା କରୁଥିଲା ବେଳେ ଏସବୁ କଟକଣା ଥିଲା। ସେତେବେଳେ ରନ୍ ସ୍କୋର କରିବା ପାଇଁ ଏତେ ସ୍କୋପ ନ ଥିଲେ ବି ସଚିନ ଯେପରି ଭାବେ କ୍ରିକେଟ ପଡ଼ିଆରେ ଦୁଇ ଦଶନ୍ଧିରୁ ଅଧିକ କାଳ ତିଷ୍ଠିଲେ ତାହା ନିଶ୍ଚିତରେ ସବୁ କ୍ରିକେଟରଙ୍କ ପାଇଁ ଉଦାହରଣ ବୋଲି ଗମ୍ଭୀର କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ