ପୁଣି କୋରୋନାରେ ଆଉ ଜଣକର ମୃତ୍ୟୁ


ଭୁବନେଶ୍ବର: ଲଗାତର ୩ ଦିନ ଧରି ରାଜ୍ୟରେ କୋରୋନା ମୃତ୍ୟୁ ହେଉଥିବା ନେଇ ସୂଚନା ମିଳିଛି। ଗତକାଲି ଜଣକର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣକର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁରୁବାର କୋରୋନାରେ ମୃତ୍ୟୁ ଘଟିଥିବା ଆକ୍ରାନ୍ତ ଜଣକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡ଼ିଛି। ତାଙ୍କ ବୟସ ୮୫ ବର୍ଷ ହୋଇଥିବା ବେଳେ ସେ ସୁରତ ଫେରନ୍ତା ବୋଲି ସୂଚନା ଦିଆଯାଇଛି। ଗଞ୍ଜାମରେ ପୂର୍ବରୁ ୨ ଜଣ ସୁରତ ଫେରନ୍ତାଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ୩କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ କୋରୋନାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକରେ ଜଣେ ଆଖି ବୁଜିଛନ୍ତି। ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ସୁରତରୁ ଫେରିଥିବା ଏହି ୮୫ ବର୍ଷୀୟ ବ୍ୟକ୍ତିଙ୍କଠାରେ ଉଚ୍ଚ ରକ୍ତଚାପ ସହ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଗତକାଲି ମଧ୍ୟ ଖୋର୍ଦ୍ଧା ଜିଲ୍ଲାର କୋରୋନାରେ ଆକ୍ରାନ୍ତ ଜଣେ ୭୦ ବର୍ଷର ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ଦିଆଯାଇଥିଲା। ଏହାକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଥିଲା। ଏହା ପୂର୍ବରୁ କଟକର ୭୫ ବର୍ଷର ଜଣେ ବ୍ୟକ୍ତି କୋରୋନାରେ ପ୍ରାଣ ହରାଇଥିଲେ। ତାଙ୍କର ଅନ୍ୟାନ୍ୟ ଜଟିଳ ରୋଗ ଥିବା ସହିତ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ରହିଥିଲା। ଅନ୍ୟପକ୍ଷରେ ଗୁରୁବାର ମଧ୍ୟ ରାଜ୍ୟରୁ ୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ