ମୁମ୍ବାଇର ମେମ ପାଲଟିଛନ୍ତି ପଞ୍ଜାବର କାଟ୍ରିନା କୈଫ


ନିଜକୁ ପଞ୍ଜାବର କ୍ୟାଟ୍ରିନା କୈଫ କହୁଥିବା ଶେହନାଜ କୌର ଗିଲଙ୍କ ପରିଚୟ ସମସ୍ତଙ୍କୁ ଜଣା। ଯେତେବେଳେ ସେ ‘ବିଗବସ ୧୩’ରେ ଏଣ୍ଟ୍ରି କରିଥିଲେ, ସେ ତାଙ୍କ ମଜାଳିଆ କଥା ଓ କ୍ୟୁଟ ଲୁକ୍ସ ପାଇଁ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ ବିଗବସ ପରେ ଯାହା ଏବେ ତାଙ୍କଠାରେ ନୋଟିସ୍ କରାଯାଉଛି, ତାହା ହେଉଛି ଅଭିନେତ୍ରୀଙ୍କ ଡ୍ରେସିଂ ଷ୍ଟାଇଲ। ବିଗବସରୁ ବାହାରିବା ପେରେ ଶେହନାଜଙ୍କ ଫ୍ୟାଶନ ପୂରାପୂରି ବଦଳି ଯାଇଥିବା ଦେଖିବାକୁ ମିଳୁଛି। ଏବେ ସେ ପଞ୍ଜାବୀ ଝିଅ ନୁହେଁ, ମୁମ୍ବାଇର ଷ୍ଟାଇଲିଶ ମେମ ପାଲଟିଯାଇଥିବା ଦେଖିବାକୁ ମିଳୁଛି।

‘ବିଗବସ ୧୩’ ଘରେ ଏଣ୍ଟ୍ରି କରିବା ପୂର୍ବରୁ ଶେହନାଜଙ୍କୁ ଅଧିକାଂଶ ସମୟ ପଟିଆଲା କିମ୍ବା ସାଲୱାର ସୁଟରେ ଦେଖିବାକୁ ମିଳୁଥିଲା। ଏପରିକି ତାଙ୍କ କେଶର ଷ୍ଟାଇଲ ମଧ୍ୟ ବହୁତ ସିମ୍ପଲ ଥିଲା। ଅଧିକାଂଶ ସମୟ ତାଙ୍କ କେଶର ଷ୍ଟାଇଲ ସଫ୍ଟ କଲର କିମ୍ବା ଲଙ୍ଗ ବ୍ରେଡ୍ସରେ ଦେଖିବାକୁ ମିଳୁଥିଲା। ଏପରି ନୁହେଁ ଯେ ଶେହନାଜଙ୍କ ଡ୍ରେସିଂ ସେନ୍ସରେ ୱେଷ୍ଟର୍ଣ୍ଣ ଆଉଟଫିଟ ଆଦୌ ସାମିଲ ନ ଥିଲା। କିନ୍ତୁ ଅଧିକାଂଶ ସମୟ ତାଙ୍କୁ ଜିନ୍ସ ଓ ଟପ୍ସରେ ଦେଖିବାକୁ ମିଳୁଥିଲା। ସେହିପରି ମେକ୍ଅପରେ ସେ ଡ୍ରାମାଟିକ ମେକଅପ ସହିତ ବୋଲ୍ଡ ଲିପ କଲର ପସନ୍ଦ କରନ୍ତି।

କିନ୍ତୁ ଯଦି ଆପଣ ପଞ୍ଜାବୀ ଲୁକରେ ନଜର ଆସୁଥିବା ଶେହନାଜଙ୍କୁ ବିଗବସ ପରେ ଧ୍ୟାନ ଦେଇଥିବେ, ତେବେ ତାଙ୍କର କପଡ଼ା ପିନ୍ଧିବାର ଶୈଳୀ ଠାରୁ ଲୁକ୍ସ ପର୍ଯ୍ୟନ୍ତ ସବୁକିଛି ବଦଳିଯାଇଥିବା ନଜର କରିଥିବେ। ତାଙ୍କ ଡ୍ରେସିଂ ଷ୍ଟାଇଲରେ ଏବେ ମେକଅପରୁ ଆରମ୍ଭ କରି ଡିଫରେଣ୍ଟ ଟାଇପର ହେଆର ଷ୍ଟାଇଲ ସାମିଲ ରହିଛି। ଶେହନାଜ ଏବେ ରିବଣ୍ଡିଂ ହେଆର୍ସ ସହିତ ବ୍ୟାଙ୍ଗ ଲୁକରେ ନଜର ଆସୁଛନ୍ତି। ସେହିପରି ଏବେ ସେ ଡ୍ରାମାଟିକ୍ ମେକ୍ଅପ୍ ବଦଳରେ ସିମ୍ପଲ ଓ ମିନିମଲ ମେକଅପ୍ କରୁଥିବା ଦେଖିବାକୁ ମିଳୁଛି। ୨୦୧୫ରେ ମଡେଲିଂ ଦୁନିଆରେ ପାଦ ରଖିଥିବା ଶେହନାଜ ସାଲୱାର ସୁଟରୁ ଆରମ୍ଭ କରି ବୋଲ୍ଡ ଡ୍ରେସ୍ ପର୍ଯ୍ୟନ୍ତ ସବୁ୍ଥିରେ ନଜର ଆସୁଛନ୍ତି। କିଛି ଦିନ ତଳେ ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ଏକ ଗୀତର ଶୁଟିଂ ସମୟରେ ଶେହନାଜଙ୍କୁ ଲାଇଟ ପିଙ୍କ ରଙ୍ଗର ନାଇଟ ସୁଟ ସହିତ କେଶରେ ମ୍ୟାଚିଂ ବ୍ୟାଣ୍ଡ ଲଗାଇଥିବା ଦେଖିବାକୁ ମିଳିଥିଲା। ଏଥିରେ ତାଙ୍କ ଲୁକ୍ସ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ଆସିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ