କୋରୋନାକୁ ଭାରତୀୟ ନାରୀଶକ୍ତିର ଚାଲେଞ୍ଜ: ବିପଦକୁ ମଣିଲେ ସୁଯୋଗ

ପ୍ରତିଦିନ ଅଢ଼େଇ ଲକ୍ଷ ମାସ୍କ ପ୍ରସ୍ତୁତି ପଛରେ ମହିଳା ଗୋଷ୍ଠୀଙ୍କ ପ୍ରଚ୍ଛନ୍ନ ହାତ

କୋରୋନା ମୁକାବିଲାର ପ୍ରମୁଖ ଅସ୍ତ୍ର ହେଉଛି ସାମାଜିକ ଦୂରତ୍ବ, ହାତଧୁଆ ଆଉ ମାସ୍କ ପରିଧାନ। ଡିସେମ୍ବରରେ ଚୀନରେ ପ୍ରଥମ ରୋଗୀ ଚିହ୍ନଟ ହେବା ଦିନ ଠାରୁ ସାରା ବିଶ୍ବରେ ମାସ୍କ ଉତ୍ପାଦନ ଓ ଆମଦାନି ଉପରେ ବିଭିନ୍ନ ଦେଶ ପ୍ରୟାସ ଜାରି ରଖିଛି। ତେବେ ଦେଶର ଏଭଳି ଏକ ବିପଦକୁ ସୁଯୋଗରେ ପରିଣତ କରିବା ପାଇଁ ସାରା ଦେଶର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆଗେଇ ଆସିଛନ୍ତି। ବିଭିନ୍ନ ରାଜ୍ୟରେ ଗଠିତ ଏହି ଗୋଷ୍ଠୀ କୋରୋନା ଭଳି ମହାମାରୀକୁ ଚାଲେଞ୍ଜ କରିବାରେ ସମର୍ଥ ହୋଇଛନ୍ତି। ଏହି ଗୋଷ୍ଠୀ ଗୁଡ଼ିକର ଉଦ୍ୟମ ଫଳରେ ତୁରନ୍ତ ସାଢ଼େ ସାତକୋଟି ମାସ୍କ ତିଆରି ହୋଇ ଉପଲବ୍ଧ ହୋଇପାରିଥିଲା। ଏବେ ଦେଶର ୬ରୁ ଊର୍ଦ୍ଧ୍ବ କମ୍ପାନୀ ଆଇଏସଆଇ ସ୍ବୀକ୍‌ତ ଥିବା ମାସ୍କ ଉତ୍ପାଦନ ପାଇଁ ଆଗେଇ ଆସିଛନ୍ତି। ମାସ୍କ ଉତ୍ପାଦନକାରୀ ଏହି କମ୍ପାନୀ ଗୁଡ଼ିକ ନିଜ କ୍ଷମତା ଠାରୁ ୫୦ ପ୍ରତିଶତ ଅଧିକ ଉତ୍ପାଦନ କରି ଚର୍ଚ୍ଚାକୁ ଆସିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରି ସୂଚିତ କରାଇଥିଲେ ଯେ ଭାରତ ବିପଦକୁ ସୁଯୋଗରେ ବଦଳାଇ ଦେବାର ପ୍ରୟାସ ଜାରି ରଖିଛି। କୋରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପୂର୍ବରୁ ଦେଶରେ ମାସ୍କ ଉତ୍ପାଦନ ଏତେ ଉତ୍ସାହପ୍ରଦ ନ ଥିଲା। ଏନ-୯୫ ମାସ୍କ ତିଆରିର ସ୍ଥିତି ଶୂନରେ ଥିଲା। ଏବେ ବିପଦ ମାଡ଼ିଆସିବା ପରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ନିଜ ସ୍ତରରେ ଉଦ୍ୟମ କରି ସାଢ଼େ ସାତ କୋଟିରୁ ଅଧିକ ମାସ୍କ ଉତ୍ପାଦନ କରି ପାରିବା ସହିତ ଏବେ ଦେଶରେ ପ୍ରତିଦିନ ୨ ଲକ୍ଷରୁ ଅଧିକ ଏନ-୯୫ ମାସ୍କ ଉତ୍ପାଦନର କ୍ଷମତା ହାସଲ କରାଯାଇ ପାରିଛି। ଦେଶରେ ମାସ୍କ ଉତ୍ପାଦନର ବ୍‌ଦ୍ଧି ଏବଂ ନିର୍ମାତା ତଥା ବିକ୍ରେତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରାଳୟ ଏଥିପାଇଁ ଏକ ୱେବସାଇଟ ପ୍ରସ୍ତୁତ କରିଛି। ମନ୍ତ୍ରାଳୟର ପରିସଂଖ୍ୟାନ ଅନୁଯାୟୀ ଦେଶରେ ସମ୍ପ୍ରତି ୬ଟି କମ୍ପାନୀ ଭାରତୀୟ ମାନକ ବ୍ୟୁରୋ ସ୍ବୀକ୍‌ତି ଥାଇ ମାସ୍କ ତିଆରିରେ ନିୟୋଜିତ ଅଛନ୍ତି। ଏହି କମ୍ପାନୀ ଗୁଡ଼ିକର କ୍ଷମତା ଦୈନିକ ୧,୫୬,୯୬୫ ରହିଛି। କିନ୍ତୁ ଏହି କମ୍ପାନୀ ଗୁଡ଼ିକ ନିଜ କ୍ଷମତା ଠାରୁ ଅଧିକ ଦୁଇ ଲକ୍ଷ ୩୧ ହଜାର ମାସ୍କ ପ୍ରତିଦିନ ଉତ୍ପାଦନ କରୁଛନ୍ତି।

ଆଗରେ ଅଛନ୍ତି ଉତ୍ତର ପ୍ରଦେଶର ମହିଳା

କୋରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଅଗ୍ରଣୀ ଭୂମିକା ନେଇଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ। ଗୋଷ୍ଠୀ ଗୁଡ଼ିକ ୭ କୋଟି ୪୭ ଲକ୍ଷରୁ ଅଧିକ ମାସ୍କ ତିଆରି କରି ନିଜର ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି। ଆଣ୍ଡାମାନ ନିକୋବରର ମହିଳାମାନେ ସର୍ବନିମ୍ନ ୫,୫୦୦ ମାସ୍କ ତିଆରି କରିଥିବା ବେଳେ ଉତ୍ତର ପ୍ରଦେଶ ମହିଳା ସ୍ବୟଂ ସହାୟକ ଦଳ ଗୁଡ଼ିକୁ ନେଇ ଗଢ଼ାଯାଇଥିବା ୫୨ଟି ସ୍ବୟଂ ସହାୟକ ମହାସଂଘ ୩୦ ଲକ୍ଷ ୩୬ ହଜାର ମାସ୍କ ଉତ୍ପାଦନ କରିଛନ୍ତି। ବିହାରର ୩୮ଟି ମହିଳା ମହାସଂଘ ୧୮ ଲକ୍ଷ ମାସ୍କ ଉତ୍ପାଦନ କରିବାରେ ସଫଳ ହୋଇଛନ୍ତି। ଝାଡ଼ଖଣ୍ଡର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକ ୯ ଲକ୍ଷ ୩୩ ହଜାର ଓ ଉତ୍ତରାଖଣ୍ଡର ୧୩ଟି ଗୋଷ୍ଠୀ ସାଢ଼େ ୮ ଲକ୍ଷ ମାସ୍କ ତିଆରି କରିଛନ୍ତି। ମନ୍ତ୍ରାଳୟର ୱେବସାଇଟରେ ଦର୍ଶାଯାଇଥିବା ଏ ସମସ୍ତ ପରିସଂଖ୍ୟାନ ୨୯ ଏପ୍ରିଲ ପର୍ଯ୍ୟନ୍ତ। ଯଦି ଆମେ ମେ ୨୦ ତାରିଖ ପର୍ଯ୍ୟନ୍ତ ହିସାବ କରିବା ତେବେ ଏହି ସଂଖ୍ୟାରେ ଆଉ ୧ କୋଟି ଯୋଡ଼ିହେବ।

ବିଆଇଏସ ବଢ଼ାଇଲା ସହଯୋଗର ହାତ
ଦେଶରେ ଏନ-୯୫ ମାସ୍କ ନିର୍ମାଣକୁ ବଢ଼ାଇବା ପାଇଁ ଭାରତୀୟ ମାନକ ବ୍ୟୁରୋ ପକ୍ଷରୁ ମଧ୍ୟ ଟେଷ୍ଟିଂର ପ୍ରକ୍ରିୟାରେ ପରିବର୍ତ୍ତନ ଅଣାଯାଇଛି। ଏନ-୯୫ ମାସ୍କ ତିଆରି ପାଇଁ ଇଚ୍ଛୁକ କମ୍ପାନୀ ଗୁଡ଼ିକ ଯେକୌଣସି ବିଆଇଏସ ଲ୍ୟାବରେ ନିଜ ଉତ୍ପାଦର ଯାଞ୍ଚ କରାଇ ପାରିବେ। ଏହା ସହିତ ଯେଉଁ ସଂସ୍ଥା ନିକଟରେ ଏଭଳି ଉତ୍ପାଦର ଟେଷ୍ଟିଂ କରିବା ପାଇଁ ବିଆଇଏସ ଲାଇସେନ୍ସ ରହିଛି, ସେଠାରେ ମଧ୍ୟ ଟେଷ୍ଟିଂ କରାଇ ପାରିବେ।

କୋରୋନା ଯୁଦ୍ଧରେ ୬.୮ କୋଟି ମହିଳା ଏସଏଚଜି
କେବଳ ମାସ୍କ ଉତ୍ପାଦନ ନୁହେଁ, ଲୋକଙ୍କୁ ସଚେତନ କରାଇବା, ମାସ୍କ ଉତ୍ପାଦନ କରିବା ଏବଂ ରନ୍ଧାଖାଦ୍ୟ କ୍ବାରେଣ୍ଟାଇନ କେନ୍ଦ୍ରକୁ ଯୋଗାଣ ଆଦି କାମରେ ଦେଶର କୋଟି କୋଟି ମହିଳା ସାମିଲ ହୋଇଛନ୍ତି। ପୁରୀ ଜିଲାର ମୀନାକ୍ଷି ପ୍‌ଷ୍ଟି ୫୦ ଜଣ ମହିଳାଙ୍କ ସହଯୋଗରେ ଦିନକୁ ୫ ହଜାର ବୋତଲ ହ୍ୟାଣ୍ଡ ସାନିଟାଇଜର ଉତ୍ପାଦନ କରୁଥିବା ଜଣାଯାଇଛି। ଜାତୀୟ ଗ୍ରାମୀଣ ଜୀବିକାର୍ଜନ ମିଶନ ଅନ୍ତର୍ଗତ ଦେଶର ୬୦ ଲକ୍ଷ ମହିଳା ସ୍ବୟଂ ସହାୟକ ଦଳ ବିଶ୍ବ ବ୍ୟାଙ୍କ ସହାୟତାରେ କାର୍ଯ୍ୟ କରୁଥିବା ବେଳେ ଏବେ ବିଶ୍ବ ମହାମାରୀ କୋରୋନାର ଲଢ଼େଇରେ ସାମିଲ ହୋଇ ୧୦ ହଜାର ଗୋଷ୍ଠୀ ରୋଷେଇଶାଳ ପରିଚାଳନା କରୁଛନ୍ତି।

ଓଡ଼ିଶାରେ ଦିନକୁ ୫୦ ହଜାର ମାସ୍କ
ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ଯୋଜନାରେ ସାମିଲ ହୋଇଥିବା ୪୦୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦିନକୁ ୫୦ ହଜାର ମାସ୍କ ତିଆରି କରୁଥିବା କୁହାଯାଇଛି। ନାରୀଶକ୍ତିଙ୍କ ଏଭଳି ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ