ପରିବେଶ ସଫା ହେବା ପରେ ରୁଡକୀରୁ ଦେଖାଗଲା ହିମାଚଳ ଶୃଙ୍ଗ


କୋରୋନା ଭାଇରସ ବ୍ୟାପିବା ପାଇଁ ଯାନବାହାନ, କାରଖାନା ଓ ଫ୍ୟାକ୍ଟ୍ରି ବନ୍ଦ କରି ଦିଆଯାଇଛି। ଲକଡାଉନ ପାଇଁ ଲୋକେ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ଅପରପକ୍ଷେ ପ୍ରକୃତି ଦିନକୁ ଦିନ ନିଜର ଚମତ୍କାରିତା ଦେଖାଉଛି। ସୂଚନାଯୋଗ୍ୟ ଯେ ଲକଡାଉନ ପାଇଁ ପ୍ରଦୂଷଣ ଏତେ କମ୍ ହୋଇଯାଇଛି ଯେ ଏବେ ଆକାଶ ନୀଳ ଓ ପାଣି ସଫା ହୋଇଯାଇଥିବା ଦେଖିବାକୁ ମିଳୁଛି। ସେହିପରି ଭାରତରେ ମଧ୍ୟ ଅନେକ ସ୍ଥାନରେ ଦୂରଦୂରାନ୍ତରୁ ପାହାଡ଼ ଓ ଗିରି ଶୃଙ୍ଗ ସ୍ପଷ୍ଟ ଭାବେ ନଜର ଆସୁଛି।

ଗତ କିଛିଦିନ ତଳେ ପଞ୍ଜାବ, ସହାରନପୁର ଓ ଶ୍ରୀନଗରରୁ ହିମାଚଳ ପର୍ବତଶ୍ରେଣୀ ଦେଖିବାକୁ ମିଳିଥିଲା। ପରେ ସିଲିଗୁଡ଼ିରୁ ଦୁନିଆର ତୃତୀୟ ସବୁଠାରୁ ଉଚ୍ଚ ଶୃଙ୍ଗ କାଞ୍ଚନଜଂଗା ଦେଖିବାକୁ ମିଳିଥିଲା। ସେହିପରି ଏବେ ରୁଡକୀରୁ ହିମାଚଳର ଗଙ୍ଗୋତ୍ରୀ ଗିରିଶ୍‌ଙ୍ଗର ପାହାଡ଼ ସବୁ ନଜର ଆସୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ଯେ ରୁଡକୀରୁ ଗଙ୍ଗୋତ୍ରୀର ଦୂରତା ଅତିକମରେ ୩୧୨ କିମି। ଏପରିସ୍ଥଳେ ଯେତେବେଳେ ଆକାଶ ସଫା ଓ ବାୟୁ ପ୍ରଦୂଷଣ କମ୍ ହୋଇଗଲା, ଗଙ୍ଗୋତ୍ରୀର ବରଫମୟ ଶୃଙ୍ଗ ଦେଖିବାକୁ ମିଳିଛି। ରୁଡକୀରୁ ଧେଲଧାର ରେଞ୍ଜର ଫଟୋ ଓ ଭିଡ଼ିଓ ସୋସାଲ ମିଡିଆରେ ଭାଇରାଲ ହୋଇଛି।

ସୂଚନାଯୋଗ୍ୟ ଯେ ଲକଡାଉନ କାରଣରୁ ଗାଡ଼ି ମୋଟର ଚାଲୁ ନାହିଁ କି ଫ୍ୟାକ୍ଟ୍ରି ଚାଲୁ ନାହିଁ। ଫଳରେ ବାୟୁ ପ୍ରଦୂଷଣ ହେଉ ନାହିଁ। ତେଣୁ ଶହ ଶହ କିମି ଦୂରରୁ ହିମାଳୟର ଛୋଟ ଛୋଟ ଅଞ୍ଚଳ ସ୍ପଷ୍ଟ ଭାବେ ନଜର ଆସୁଛି। ଏପରିସ୍ଥଳେ ଆପଣ ନିଜେ ଅନୁମାନ କରିପାରୁଥିବେ, ଆମେ ପ୍ରତ୍ୟେକ ଦିନ ପ୍ରକୃତି ସହିତ କେତେ ଅତ୍ୟାଚାର କରୁଛୁ। ଲକଡାଉନ ଶେଷ ହେବା ପରେ ମଧ୍ୟ ପ୍ରକୃତିକୁ ସୁସ୍ଥ ଓ ସଫା ରଖିବାରେ ନିଜ ଯୋଗଦାନ କରନ୍ତୁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ