ଘିମିରିରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ


ପିଲାଙ୍କଠାରୁ ବୟସ୍କଙ୍କ ଯାଏ ଗରମ ଦିନ ସମସ୍ତଙ୍କ ପାଇଁ କଷ୍ଟକର ହୋଇଥାଏ। ଏହି ଦିନରେ କେବଳ ଅନେକ ରୋଗ ହୋଇ ନ ଥାଏ, ଘିମିରି ପାଇଁ ବହୁତ ଜୋରରେ କୁଣ୍ଡାଇ ମଧ୍ୟ ହୋଇଥାଏ। ଏହାଫଳରେ ଶରୀର ବହୁତ ଜୋରରେ ଜଳାପୋଡ଼ା ହେବା ସହିତ ରାଶ୍ ହୋଇଯାଇଥାଏ। ପିଲାଙ୍କ ଠାରୁ ବୟସ୍କଙ୍କ ଯାଏ ଏହି ସମସ୍ୟାରେ ସମସ୍ତେ ପଡ଼ିଥାନ୍ତି। ଆପଣ ଚାହିଲେ ଘରେ କିଛି ସହଜ ଉପାୟ ଅବଲମ୍ବନ କରି ଏହାକୁ ଠିକ୍ କରିପାରିବେ।

ମୁଲତାନି ମାଟି

ଘିମିରି ଉପଚାର ପାଇଁ ମୁଲତାନି ମାଟିର ବ୍ୟବହାର ଦୀର୍ଘ ବର୍ଷ ହେଲାଣି କରାଯାଉଛି। ଏହା ବନ୍ଦ ହୋଇଯାଇଥିବା ଲୋମଛିଦ୍ରକୁ ଖୋଲି ଦେଇଥାଏ ଓ ଚର୍ମରୁ ରିଫ୍ରେଶ୍ କରିଥାଏ। ଏଥିରେ ଗୋଲାପ ଜଳ ମିଶାଇ ଲଗାନ୍ତୁ। ଘିମିରି ହୋଇଥିବା ସ୍ଥାନରେ ଏହାକୁ ଲଗାଇ ୨୦ ମିନିଟ ଛାଡ଼ି ଦିଅନ୍ତୁ। ଏହାକୁ ପ୍ରଥମେ ନିୟମିତ ଲଗାନ୍ତୁ ଓ କିଛି ମାତ୍ରାରେ ଉପଶମ ମିଳିଲେ, ଦିନେ ଛଡ଼ା ଦିନେ ଏହାକୁ ଲଗାଇ ପାରିବେ।

କାକୁଡ଼ି
ଗରମ ପାଇଁ ତ୍ବଚା କୁଣ୍ଡାଇ ହେଉଥିଲେ, କାକୁଡ଼ି ଲଗାଇ ଠିକ୍ କରାଯାଇ ପାରିବ। ଏହା ତ୍ବଚାକୁ ତୁରନ୍ତ ଥଣ୍ଡା ପହଞ୍ଚାଇବା ସହିତ ଚମକ ଦେଇଥାଏ। ଏଥିପାଇଁ ଅଧେ କାକୁଡ଼ି ନେଇ ଚୋପା ଛଡ଼ାଇ ଦିଅନ୍ତୁ। ପତଳା କରି କାଟି କିଛି ସମୟ ଫ୍ରିଜରେ ରଖିଦିଅନ୍ତୁ। ପରେ ଏହକୁ ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ।

ଖାଇବା ସୋଡ଼ା
ଖାଇବା ସୋଡ଼ାରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ରହିଛି। ଏହା ଗରମ ଓ ଝାଳ କାରଣରୁ ଶରୀରରେ ସୃଷ୍ଟି ହେଉଥିବା ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରେ। ୨ ଚାମଚ ଖାଇବା ସୋଡ଼ାକୁ ୧ ଗିନା ପାଣିରେ ମିଶାଇ ଶରୀରରେ ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ। ପ୍ରତ୍ୟେକ ଦିନ ଦୁଇଥର ଏପରି କରିବା ଦ୍ବାରା ଅଧିକ ଲାଭ ମିଳିଥାଏ।

ଏଲୋଭେରା ଜେଲ

ଏଲୋଭେରା ଜେଲରେ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିସେପ୍ଟିକ ଗୁଣ ରହିଛି। ଏହା ଘିମିରିରୁ ମୁକ୍ତି ଦେବାକୁ ସାହାଯ୍ୟ କରେ। ଏହା କୁଣ୍ଡାଇ ହେବା ସହ ଲାଲ ରଙ୍ଗର ଯାଦୁ ମଧ୍ୟ ଦୂର କରିଥାଏ। ଯଦି ଆପଣ ଘିମିରିରୁ ରକ୍ଷା ପାଇବା ପାଇଁ ଚାହୁଛନ୍ତି, ତେବେ ତାଜା ଘିକୁଆଁରୀ ଦିନରେ ଦୁଇଥର ଲଗାନ୍ତୁ।

ବରଫ
କୁଣ୍ଡାଇ ହେଉଥିବା ତ୍ବଚା ଓ ଗରମକୁ ଶାନ୍ତ କରିଥାଏ ବରଫ। ଏକ କଟନ କପଡ଼ାରେ ୨ରୁ ୩ ଖଣ୍ଡ ବରଫ ନେଇ ଘିମିରି ହୋଇଥିବା ସ୍ଥାନରେ ଏହାକୁ ଲଗାନ୍ତୁ। ଆପଣ ଚାହିଲେ ପାଣିରେ ବରଫ ପକାଇ ମିଳାଇବାକୁ ଛାଡ଼ି ଦିଅନ୍ତୁ। ଏହି ପାଣିରେ କପଡ଼ା ଭିଜାଇ ପ୍ରଭାବିତ ସ୍ଥାନକୁ ପୋଛି ପାରିବେ।

ଅମୃତଭଣ୍ଡା

ଅମୃତଭଣ୍ଡାକୁ ହାତରେ ଚକଟି ଏହାକୁ ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ। ୨୦ରୁ ୨୫ ମିନିଟ୍ ଲଗାଇ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ବଚାର ଜ୍ବଳନକୁ କମ୍ କରିବା ସହିତ କୁଣ୍ଡାଇ ହେବାରୁ ଆରାମ ଦେଇଥାଏ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ