ପାକିସ୍ତାନରେ ହିନ୍ଦୁ ଯୁବତୀ ନିର୍ଯାତନାର ଶିକାର

ପ୍ରତିବର୍ଷ ୧୦୦୦ ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ବଦଳାଯାଉଛି ଧର୍ମ

ଧର୍ମ ବଦଳାଇବାକୁ ନେଇ ପାକିସ୍ତାନରେ ସବୁକିଛି କରାଯାଉଥିବା ଦେଖିବାକୁ ମିଳୁଛି। ବିଶେଷକରି ସେଠାକାର ସଂଖ୍ୟାଲଘୁ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ନିଆଯାଇ ଜୋର ଜବଦରଦସ୍ତ ସେମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି। ଏହାକୁ ନେଇ ସିନ୍ଧ ପ୍ରଦେଶରେ ହିନ୍ଦୁମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ କହିବାନୁସାରେ ତବଲିଗି ଜମାତ ସେମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ଧର୍ମ ବଦଳାଇବାକୁ ବାଧ୍ୟ କରୁଛନ୍ତି। ଯଦି ସେମାନେ ଏହି କଥାରେ ସହମତି ପ୍ରକାଶ କରୁ ନାହାନ୍ତି, ତେବେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି ଓ ସେମାନଙ୍କ ଘରଦ୍ବାର ନଷ୍ଟ କରି ଦିଆଯାଉଛି। ଏପରିକି ଧର୍ମ ପରିବର୍ତ୍ତନ କରିବାକୁ ମନା କରିବାରୁ ଜଣେ ହିନ୍ଦୁ ଯୁବକଙ୍କୁ ମଧ୍ୟ ଅପହରଣ କରାଯାଇଥିବା ସେମାନେ କହିଛନ୍ତି।

ଏବେ ସୋସାଲ ମିଡିଆରେ ଅନେକ ଗୁଡ଼ିଏ ଭିଡ଼ିଓ ଭାଇରାଲ ହେଉଛି। ଯେଉଁଥିରେ ହିନ୍ଦୁମାନେ ଜୋରଦାର ବିକ୍ଷୋଭ କରୁଥିବା ଦେଖିବାକୁ ମିଳୁଛି। ସେମାନେ ଗୋଟିଏ ସ୍ଲୋଗାନ ଦେବାରେ ଲାଗିଛନ୍ତି ଯେ ସେମାନେ ମରିବାକୁ ପସନ୍ଦ କରିବେ କିନ୍ତୁ ଇସଲାମ ଧର୍ମ ଗ୍ରହଣ କରିବେ ନାହିଁ। ଜଣେ ମହିଳା କହିଛନ୍ତି ଯେ ଜମାତର ଲୋକମାନେ ତାଙ୍କ ପୁଅକୁ ଅପହରଣ କରି ନେଇଛନ୍ତି। ତାଙ୍କୁ ତାଙ୍କ ପୁଅ ଦରକାର ବୋଲି ମହିଳା ଜଣକ କହିଛନ୍ତି।

ପାକିସ୍ତାନରେ ଧର୍ମ ପରିବର୍ତ୍ତନ କରିବା ବାହାନାରେ ବହୁତ କିଛି ହୋଇଥାଏ। ଆମେରିକାର ସିନ୍ଧ ଫାଉଣ୍ଡେସନ ଅନୁସାରେ ସିନ୍ଧରେ ପ୍ରତ୍ୟେକ ବର୍ଷ ପାଖାପାଖି ୧୦୦୦ ହିନ୍ଦୁ ଯୁବତୀ (୧୨ରୁ ୨୮ ବର୍ଷ)ଙ୍କୁ ଅପହରଣ କରି ନିଆଯାଏ। ଏପରି କରିବା ଦ୍ବାରା ସେମାନଙ୍କ ଧର୍ମ ଆପେ ଆପେ ପରିବର୍ତ୍ତନ ହୋଇଯାଏ। ଏପରିକି ବିନା ଇଚ୍ଛାରେ ଏଠାରେ ମୁସଲମାନ ପାଠ ପଢ଼ାଯାଏ। କେବଳ ହିନ୍ଦୁ ନୁହନ୍ତି, ଶିଖ୍, ଅହମଦିଆ ଓ ଖ୍ରୀଷ୍ଟିଆନମାନଙ୍କ ପାଇଁ ମଧ୍ୟ ସମାନ ସମସ୍ୟା ରହିଛି। ଅପହରଣ, ଦୁଷର୍ମ, ମାରପିଟ୍, ହତ୍ୟା ଭଳି ଘଟଣା ଏଠାରେ ସାଧାରଣ କଥା। ଖ୍ରୀଷ୍ଟିଆନ ମାନଙ୍କ ଶବ ପୋତିବା ଲାଗି ମଧ୍ୟ ବହୁତ କମ୍ ସ୍ଥାନ ଦିଆଯାଏ ବୋଲି ସିନ୍ଧ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ