ମାନସିକ ସ୍ବାସ୍ଥ୍ୟ ପାଇଁ ଆପଣାନ୍ତୁ କଲର ଥେରାପି


ସାଧାରଣତଃ ଲୋକେ ଘରେ ରହି ରହି ଚାପଗ୍ରସ୍ତ ହୋଇଯାଆନ୍ତି। ଫଳରେ ନିଦ ଓ ଶାନ୍ତି ଏବଂ ଆରାମ ଭୁଲିଯାଆନ୍ତି। କେତେକ ଲୋକ କୁଇକ ଟିପ୍ସ ମଧ୍ୟ ଆପଣାଇଥାନ୍ତି। ତେବେ ଚାପଗ୍ରସ୍ତ ପାଇଁ ବହୁବର୍ଷ ତଳର କଲର ଥେରାପି ଏବେ ପୁଣି ଚର୍ଚ୍ଚାରେ। ଏହି ଥେରାପି ଶାରୀରିକ ଓ ଭାବନାତ୍ମକ ସମସ୍ୟାକୁ ଠିକ କରିବାରେ ସକ୍ଷମ ଅଟେ।

କଲର ଥେରାପି କ’ଣ
ଚିକିତ୍ସା ଭାଷାରେ କଲର ଥେରାପିକୁ କ୍ରୋମୋପାଥି ବା କ୍ରୋମୋଥେରାପି ଭାବେ ଜଣାଯାଏ। ଏହା ମଣିଷର ଶାରୀରିକ ଓ ମନୋବୈଞାନିକ ସ୍ତରକୁ ସନ୍ତୁଳନ କରିଥାଏ। ଚାପ ଦୂର କରିବା ଲାଗି ଏହି ଥେରାପି ବ୍ୟବହାର କରାଯାଏ।

ଏହି ରଙ୍ଗ ବ୍ୟବହାର କରାଯାଏ
କଲର ଥେରାପିରେ ସବୁଠୁ ଅଧିକ ସବୁଜ ରଙ୍ଗର ବ୍ୟବହାର କରାଯାଏ। ଏହି ରଙ୍ଗ ସମସ୍ତ ରଙ୍ଗ ମଧ୍ୟରେ ବାଲାନ୍ସ ଭାବେ ଗ୍ରହଣ କରାଯାଏ। ଯଦି କେହି ଉଦାସ, ନିରାଶ ବା ଦୁଃଖ ଅନୁଭବ କରନ୍ତି, ତେବେ ଏହି କଲର ଥେରାପି ତାଙ୍କ ମସ୍ତିଷ୍କର ସ୍ଥିତିକୁ ସୁଧାରି ଦେଇଥାଏ। ସେହିପରି ଶାରୀରିକ ଉପଚାର ପାଇଁ ଲାଲ ରଙ୍ଗ ବ୍ୟବହାର କରାଯାଏ। ଏହି ରଙ୍ଗ ଦ୍ବାରା ବ୍ଲକ ସେଲକୁ ମଧ୍ୟ ନିର୍ମାଣ କରାଯାଏ ବୋଲି ଗ୍ରହଣ କରାଯାଇଥାଏ। ମାନସିକ ଅବସ୍ଥା ଗୁରୁତର ଥିଲେ, ଏହାର ପ୍ରୟୋଗ କରାଯାଏ। ନୀଳ ଏକ ଶାନ୍ତ ଓ ଥଣ୍ଡା ରଙ୍ଗ। ଏହାର ପ୍ରୟୋଗ ଆପଣଙ୍କୁ ଅଧିକ ଶାନ୍ତି ଓ ଆରାମ ଦେବା ପାଇଁ ସାହାଯ୍ୟ କରିଥାଏ। ପିତ୍ତ ଓ ଜ୍ବର ହୋଇଥିଲେ, ଏହି ରଙ୍ଗର ବ୍ୟବହାର କରାଯାଏ।

ଞାନ ବଢ଼ାଇବାକୁ ଚେଷ୍ଟା କରିବା ପାଇଁ ବାଇଗଣୀ ରଙ୍ଗ ବ୍ୟବହାର କରାଯାଏ। ଏହି ରଙ୍ଗର ଦ୍‌ଢ଼ତା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟ, ଆଧ୍ୟାତ୍ମିକତା ଓ ଆନନ୍ଦ ସହିତ ସଂଯୋଗ ଥିବା କୁହାଯାଏ। ଏହି ରଙ୍ଗର ବ୍ୟବହାର ମୁଣ୍ଡ ଓ ବେକମୁଣ୍ଡାରେ କରାଯାଏ। ଯାହାଫଳରେ ବ୍ୟକ୍ତି ଶାନ୍ତ ରହିବା ସହ ତାଙ୍କର ଏକାଗ୍ରତା ବଢ଼ିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ