ଦେଶ ପାଇଁ ବଡ଼ ଚାଲେଞ୍ଜ: ଅଣକୋଭିଡ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

କୋରୋନାର ଅବଧି ବଢ଼ିଚାଲିଥିବା ବେଳେ ଅନ୍ୟ ରୋଗୀଙ୍କ ଦୁର୍ଦ୍ଦଶା ସ୍‌ଷ୍ଟି କରିଛି ପ୍ରଶ୍ନବାଚୀ

ମହାମାରୀ କୋରୋନା ସ୍ବାସ୍ଥ୍ୟସେବା କ୍ଷେତ୍ର ସମେତ ପ୍ରତ୍ୟେକ କ୍ଷେତ୍ରରେ ଘୋର ସମସ୍ୟା ସ୍‌ଷ୍ଟି କରିଛି। ବିଶେଷକରି ଦେଶରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କୋଭିଡ-୧୯ ଉପରେ ସଭିଙ୍କ ଦ୍‌ଷ୍ଟି ନିବଦ୍ଧ ହୋଇଥିବା ବେଳେ ସଂଖ୍ୟାଧିକ ଅଣକୋଭିଡ ରୋଗୀଙ୍କ ସ୍ବାସ୍ଥ୍ୟସେବା ସଙ୍କଟର ସମ୍ମୁଖୀନ ହୋଇଛି। କୋଭିଡ-୧୯ ପାଇଁ ଅଣକୋଭିଡ କ୍ଷେତ୍ରରେ ସ୍ବାସ୍ଥ୍ୟସେବା ହୋଇଛି ବାଧାପ୍ରାପ୍ତ। ଠିକ ସମୟରେ ସଠିକ ଚିକିତ୍ସା ନ ପାଇ ଅଣକୋଭିଡ ରୋଗୀମାନେ ଜୀବନ ସହ ସଂଘର୍ଷ କରୁଛନ୍ତି। ଯାହାର ଭାଗ୍ୟଟାଣ ସେ ତିଷ୍ଠି ରହୁଛି। ତେବେ ଦେଶବ୍ୟାପୀ ଏହାର ତଥ୍ୟ ମିଳିପାରୁ ନାହିଁ। କାରଣ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଅଗ୍ରାଧିକାର ଭିତ୍ତିରେ କୋଭିଡ-୧୯କୁ ଏତେ ଗୁରୁତ୍ବ ଦେଉଛନ୍ତି ଯେ ତାଙ୍କ ପକ୍ଷେ ଅଣକୋଭିଡ ରୋଗୀଙ୍କ ସମ୍ପର୍କିତ ତଥ୍ୟ ଦେବାକୁ ସମୟ ନାହିଁ। ଏପରିସ୍ଥଳେ କେତେକ ହସ୍ପିଟାଲରୁ ପ୍ରାପ୍ତ ତଥ୍ୟ ଅଣକୋଭିଡ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉପୁଜିଥିବା ଅବ୍ୟବସ୍ଥାକୁ ସ୍ପଷ୍ଟ କରୁଛି। ଖାଲି ଭାରତ କାହିଁକି ବିଶ୍ବର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହାର ପ୍ରମାଣ ଦ୍‌ଷ୍ଟିଗୋଚର ହୋଇଛି। କିନ୍ତୁ ଶୀଘ୍ର ଏଥିରେ ପରିବର୍ତ୍ତନ ଅଣାଯାଇ କିଛି କରା ନ ଗଲେ ଦେଶର ସ୍ବାସ୍ଥ୍ୟସେବା କ୍ଷେତ୍ର ଯେ ବିପର୍ଯ୍ୟୟ ଆଡ଼କୁ ଯେ ଟାଣି ହୋଇଯିବ ଏଥିରେ ତିଳେମାତ୍ର ଦ୍ବିଧା ନାହିଁ।

ଦେଶବ୍ୟାପୀ କୋରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକଡାଉନ ଘୋଷଣାର ଦିନକ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୧ ତାରିଖରେ ୭୦ ବର୍ଷ ବୟସ୍କା ଲକ୍ଷ୍ମୀଦେବୀଙ୍କ ସ୍ତନ କର୍କଟ ଚିହ୍ନଟ ହେଲା। କିଛିଦିନ ପରେ ତାଙ୍କ ପରିବାରବର୍ଗ ତାଙ୍କୁ ଜୟପୁରସ୍ଥିତ ଭଗବାନ ମହାବୀର କ୍ୟାନସର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଲେ। ଏହା ସହରର ନାମୀ କ୍ୟାନସର ହସ୍ପିଟାଲ ଭାବେ ପରିଚିତ। କିନ୍ତୁ ହସ୍ପିଟାଲରେ ଷ୍ଟାଫ କମ ଥିବା ଦର୍ଶାଇ ତାଙ୍କ ଚିକିତ୍ସାକୁ ମନ୍ଥର କରାଗଲା। ସମାନ ଡଙ୍ଗାର ଯାତ୍ରୀ ହେଉଛନ୍ତି ୪୯ ବର୍ଷ ବୟସ୍କ ସରୋଜା ନିଗମ। ମାର୍ଚ୍ଚ ୧୮ ତାରିଖରେ ତାଙ୍କର ବ୍ରେଷ୍ଟ କ୍ୟାନସର ଚିହ୍ନଟ ହେଲା। ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଡାକ୍ତରମାନେ ତାଙ୍କୁ ତୁରନ୍ତ ଅପରେସନ ପାଇଁ ପରାମର୍ଶ ଦେଲେ। କିନ୍ତୁ ଗୋଟିଏ ଦିନ ପରେ ଲକଡାଉନ ଆରମ୍ଭ ହୋଇଯିବାରୁ ତାଙ୍କର ଆଉ ଅପରେସନ ସମ୍ଭବପର ହୋଇପାରି ନ ଥିଲା।

ଗୌହାଟୀରୁ ଜୟପୁର ଏବଂ ମୁମ୍ବାଇରୁ କୋଲକାତା ଚାରିଆଡ଼େ ଏବେ ଅଣକୋରୋନା ରୋଗୀଙ୍କ ସ୍ବାସ୍ଥ୍ୟସେବା ଏକ ବଡ଼ ସଙ୍କଟ ଭାବେ ମୁଣ୍ଡ ଟେକିଛି। ଏହି ବିଶ୍ବ ମହାମାରୀ ଅନ୍ୟାନ୍ୟ ରୋଗ ଭୋଗୁଥିବା ରୋଗୀମାନଙ୍କ ପାଇଁ ଶୀତଳ ମ୍‌ତ୍ୟୁର କାରଣ ହୋଇଛି। ଦେଶ ସାରା ବିଭିନ୍ନ ରାଜ୍ୟର ନାମୀ ଦାମୀ ହସ୍ପିଟାଲ ଗୁଡ଼ିକରେ ଅଣକୋଭିଡ ରୋଗୀମାନେ ଏବେ ଅଣଦେଖା ହୋଇ ରହିଛନ୍ତି। ସାରା ଦେଶର ଡାକ୍ତର, ସ୍ବାସ୍ଥ୍ୟକର୍ମୀ,ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବେ ଦିନ ରାତି ଏକ କରି କୋଭିଡ ମୁକାବିଲାରେ ନିୟୋଜିତ ହୋଇଥିବାରୁ ଜାତୀୟ ସ୍ତରରେ ଅଣକୋଭିଡ ରୋଗୀମାନଙ୍କ ସ୍ବାସ୍ଥ୍ୟଗତ ପରିସଂଖ୍ୟାନ ମିଳିବା କାଠିକର ପାଠ ହୋଇଛି। କିନ୍ତୁ ବିଶେଷଞମାନଙ୍କ କହିବା କଥା ଦେଶର କେତେକ ବଡ଼ ଓ ବଛାବଛା ମେଡିକାଲ କଲେଜରେ ଅଣକୋଭିଡ ରୋଗୀମାନଙ୍କ ଦୁର୍ଦ୍ଦଶା ସଂଗୀନ ହୋଇପଡ଼ିଛି। ଦିନ ଦିନ ଧରି ସେମାନଙ୍କ ପାଖକୁ ଡାକ୍ତର ଓ ନର୍ସ ଆସୁନାହାନ୍ତି। ସାଧାରଣ ବେଡ ତ ଦୂରକଥା, ଆଇସିୟୁରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ସଂଖ୍ୟା ବି ଏବେ ପୂର୍ବ ସ୍ଥିତିରେ ନାହିଁ। ଲକଡାଉନ କାରଣରୁ ୬ ଲକ୍ଷରୁ ଊର୍ଦ୍ଧ୍ବ ସର୍ଜରୀକୁ ଟାଳି ଦିଆଯାଇଥିବା ଜଣାପଡ଼ିଛି। ଯାହାକି ସେହିସବୁ ରୋଗୀମାନଙ୍କ ପାଇଁ ଜୀବନ ରକ୍ଷକ ଥିଲା।

ବିଶ୍ବ ସାରା ସଙ୍କଟ

ଏକ ବିଶ୍ବସ୍ତ ସୂତ୍ରର ଆଳକନ ଅନୁଯାୟୀ ବିଶ୍ବରେ ୨୮ ମିଲିଅନ ଅପରେସନ ଗତ ୧୨ ସପ୍ତାହରେ ଲକଡାଉନ କାରଣରୁ ପ୍ରଭାବିତ ହୋଇଛି। ସବୁଠୁ ବେଶୀ ରୋଗୀ ପ୍ରଭାବିତ ହୋଇଛନ୍ତି ଆମେରିକାରେ। ଆମେରିକାରେ କୋରୋନାରେ ମ୍‌ତ୍ୟୁବରଣ କରିଥିବା ରୋଗୀଙ୍କ ମଧ୍ୟରୁ ୩୩ ପ୍ରତିଶତ କିଡନୀ ଖରାପ ଜନିତ ରୋଗୀ ଥିବା ଜଣାପଡ଼ିଛି।

ଭାରତର ସବୁଠୁ ଟପ-୧ କ୍ୟାନସର ହସ୍ପିଟାଲ ତାଲିକାରେ ଥିବା ମୁମ୍ବାଇର ଟାଟା ମେମୋରିଆଲ ସେଣ୍ଟରରେ ଗତବର୍ଷ ଏପ୍ରିଲ ମାସରେ ୩୫୦୦ ରୋଗୀ ଓପିଡିରେ ଥିବା ବେଳେ ଚଳିତ ବର୍ଷ ଏପ୍ରିଲରେ ମାତ୍ର ୩୫୦ ରୋଗୀ ଓପିଡିରେ ଥିଲେ। ରୋଗୀସଂଖ୍ୟାରେ ୯୦ ପ୍ରତିଶତ ହ୍ରାସ ଘଟିବା ସ୍ପଷ୍ଟ ହୋଇଛି। ସେହିପରି ଗତବର୍ଷ ଠିକ ଏହି ସମୟରେ ୮୦୦ ସର୍ଜରୀ ହୋଇଥିବା ବେଳେ ଏବେ ୨୦୨୦ ଏପ୍ରିଲରେ ସର୍ଜରୀ ସଂଖ୍ୟା ୩୫୦କୁ ଖସିଆସିଛି। ମାଇନର ସର୍ଜରୀ କ୍ଷେତ୍ରରେ ମଧ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଛି। ୨୦୧୯ ଏପ୍ରିଲରେ ଟାଟା ମେମୋରିଆଲ ସେଣ୍ଟରରେ ୪୦୦ ମାଇନର ଅପରେସନ କରାଯାଇଥିବା ବେଳେ ଗତମାସରେ ଏହିସଂଖ୍ୟା ମାତ୍ର ୧୦୦ ଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି। ଜୟପୁରର ଭଗବାନ ମହାବୀର କ୍ୟାନସର ହସ୍ପିଟାଲରେ ଗତ ଜାନୁଆରୀରେ ଓପିଡିରେ ୧୨,୫୯୭ ରୋଗୀ, ଆଇପିଡିରେ ୩୦୫୫ ଏବଂ ସର୍ଜରୀ ପାଇଁ ୧୯୭ ରୋଗୀ ଭର୍ତ୍ତି ହୋଇଥିବା ବେଳେ ୩ ମାସ ପରେ ଏପ୍ରିଲରେ ଏହି ସଂଖ୍ୟା ଯଥାକ୍ରମେ ୧୯୩୫, ୭୧୧ ଏବଂ ୩କୁ ଖସିଆସିଛି। ଜୟପୁରସ୍ଥିତ ‘ଦ ଇନଷ୍ଟିଚ୍ୟୁଟ ଅଫ ରେସ୍ପିରେଟୋରୀ ଡିଜିଜ’ ଯିଏକି ଯକ୍ଷ୍ମା, ଶ୍ବାସ ଏବଂ ଶ୍ବାସନଳୀ କ୍ୟାନସର ରୋଗୀମାନଙ୍କୁ ଚିକିତ୍ସା ଦେଇଥାଏ, ସେହି ଅନୁଷ୍ଠାନ ଜାନୁଆରୀ ୨୦୨୦ରେ ଓପିଡିରେ ୧୦,୬୬୯, ଆଇପିଡିରେ ୧୧୭୫ ରୋଗୀଙ୍କୁ ଦେଖିଥିବା ବେଳେ ମାର୍ଚ୍ଚ ୨୦୨୦ରେ ଏହିସଂଖ୍ୟା ଯଥାକ୍ରମେ ୮,୫୪୮ ଏବଂ ୮୭୦କୁ ଖସିଆସିଥିବା ଦେଖିବାକୁ ମିଳିଛି।

ସେହିପରି ଗୌହାଟୀରେ ରହିଛି ଭୁବନେଶ୍ବର ବରୁଆ କ୍ୟାନସର ଇନଷ୍ଟିଚ୍ୟୁଟ। ଏହା ଟାଟା ମେମୋରିଆଲ ସେଣ୍ଟରର ଏକ ୟୁନିଟ। ଏଠାରେ ଫେବ୍ରୁଆରୀ ତୁଳନାରେ ମାର୍ଚ୍ଚ ମାସରେ ହ୍ରାସ ପାଇଥିବା ରୋଗୀ ସଂଖ୍ୟା ହେଉଛି ୫,୯୬୧। ଲକଡାଉନ ପୂର୍ବରୁ ଦିନକୁ ଏଠାରେ ୬୦ ଜଣ ନୂଆ ରୋଗୀ ଆସୁଥିବା ବେଳେ ଲକଡାଉନରେ ଏହା ୨୦କୁ ଖସିଆସିଛି। ସଂକ୍ରମଣ ଆଶଙ୍କାରେ ସଙ୍କଟଜନକ ଅବସ୍ଥାରେ ଥିବା ଏବଂ ନିୟମିତ ରେଡିଓ ଥେରାପି ନେଉଥିବା ରୋଗୀମାନେ ଓପିଡି ଆସିବା ବନ୍ଦ କରିଦେଲେ ବୋଲି ସରୋଜ ଗୁପ୍ତା କ୍ୟାନସର ସେଣ୍ଟରର ନିର୍ଦେଶକ ଅର୍ଣ୍ଣବ ଗୁପ୍ତା ନିଜ ପ୍ରତିକ୍ରିୟାରେ କହନ୍ତି। ଦକ୍ଷିଣ କୋଲକାତାର ଠାକୁର ପୁକୁର ଠାରେ ଥିବା ଏହି ହସ୍ପିଟାଲ ଏକ ପ୍ରମୁଖ ଚିକିତ୍ସାଳୟ ଭାବେ ପରିଚିତ। ମହାତ୍ମା ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସର ଅଧ୍ୟକ୍ଷ ଏସ ପି କାଲନ୍ତ୍ରିଙ୍କ କହିବା କଥା ଅଣକୋଭିଡ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇବାର ନିର୍ଦେଶାବଳୀ ଠିକ ସମୟରେ ଆସିପାରିଲା ନାହିଁ। ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ଟିକା ଦେବା, ହ୍‌ଦରୋଗୀ, କିଡନୀ ରୋଗୀ, କ୍ୟାନସର ଓ ଲିଭର ରୋଗୀ ତଥା ଡାଏଲିସିସ ରୋଗୀମାନଙ୍କୁ ଲକଡାଉନ ସମୟରେ କିଭଳି ସ୍ବାସ୍ଥ୍ୟସେବା ନିରବଚ୍ଛିନ୍ନ ଭାବେ ଦିଆଯିବ, ତାକୁ ନେଇ ବଡ଼ ବଡ଼ ହସ୍ପିଟାଲ ଅଧିକ ବ୍ୟବସ୍ଥା କରାଇବାର ଥିଲା। ଛୋଟ ଛୋଟ ଘରୋଇ ଓ ଟିବି ହସ୍ପିଟାଲ ଗୁଡ଼ିକ ବନ୍ଦ ହୋଇଯିବା ଦୁଃଖର କଥା। ମୁମ୍ବାଇର ସେୱାରୀ ଟିବି ହସ୍ପିଟାଲକୁ ପାନଭେଲ ଅଞ୍ଚଳରୁ ରୋଗୀମାନେ ୫୦ କିମି ରାସ୍ତା ପାର କରି ଔଷଧ ନେବା ପାଇଁ ଆସନ୍ତି। ଏହି ସମୟରେ ପ୍ରତ୍ୟେକ ହସ୍ପିଟାଲ କିଭଳି କାର୍ଯ୍ୟକ୍ଷମ ରହିବ, ତାହା ସରକାର ଦେଖିବାର ଥିଲା। ଉତ୍ତର ପ୍ରଦେଶ, ବିହାର ଏବଂ ଅନ୍ୟାନ୍ୟ ରାଜ୍ୟରେ ପ୍ରାଥମିକ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥା ଧ୍ବସ୍ତ ହୋଇଯାଇଛି। ଘରୋଇ ହସ୍ପିଟାଲ ଉପରେ ସ୍ବାସ୍ଥ୍ୟସେବା ଏବେ ପୂର୍ଣ୍ଣ ନିର୍ଭରଶୀଳ। ରୋଗୀମାନେ ଦୂର ଦୂରାନ୍ତରୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ପହଞ୍ଚିବାର କୌଣସି ବ୍ୟବସ୍ଥା ନାହିଁ। ଗାଁ ଗାଁରେ ରୋଗୀମାନେ ଲକଡାଉନ, ଶଟଡାଉନକୁ ମନେପକାଇ ରୋଗୀ ଯନ୍ତ୍ରଣା ଭୟ ଆଉ ଆଶଙ୍କାରେ ସହିଯିବାକୁ ବାଧ୍ୟ ହେଉଛନ୍ତି। ଏହା କି ପ୍ରକାର ସ୍ବାସ୍ଥ୍ୟ ପାଇଁ ଲଢ଼େଇ ବୋଲି ବିଶେଷଞମାନେ ମତ ଦେଇଛନ୍ତି।

ଗୁରୁବାର ଦିଲ୍ଲୀ ରେଲୱେ ଷ୍ଟେସନରେ ବିଭିନ୍ନ ରାଜ୍ୟରୁ ୬ଟି ଟ୍ରେନ ଆସି ପହଞ୍ଚିଲା। ଏହିସବୁ ଟ୍ରେନରେ ଭିଡ ଥିଲା। ସେଥିରୁ ଅନେକ ଲୋକ ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିବା କହିଥିଲେ। ସେମାନଙ୍କ ଦେହରେ ରୋଗ ଥିଲା, କିନ୍ତୁ ଦିଲ୍ଲୀରେ ପହଞ୍ଚି ଥିବାରୁ ଆଖିରେ ଚମକ ବି ଥିଲା। ପ୍ରୟାଗରାଜରୁ ଦିଲ୍ଳୀ ଷ୍ଟେସନରେ ପହଞ୍ଚିଥିବା ଅରୁଣ ମିଶ୍ର କିଡନୀ ରୋଗରେ ଆକ୍ରାନ୍ତ। ୨୦୧୨ରେ ତାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଛି। ଲକଡାଉନ କାରଣରୁ ନିୟମିତ ପରୀକ୍ଷା ହୋଇପାରି ନ ଥିବାରୁ ସ୍ବାସ୍ଥ୍ୟାବସ୍ଥା ଉଦବେଗଜନକ ହୋଇପଡ଼ିଛି। ଟ୍ରେନସେବା ବନ୍ଦ ଥିଲା। ଆସିପାରୁ ନ ଥିଲେ ଦିଲ୍ଲୀ। ଏବେ ସେ ଦିଲ୍ଲୀରେ ପହଞ୍ଚି ବଞ୍ଚିବାର ସ୍ବପ୍ନ ଦେଖୁଛନ୍ତି।

ରୋଗୀ ଫେରାଇଲା ହସ୍ପିଟାଲ
ରାଜଧାନୀ ଭୁବନେଶ୍ବରରେ ଗତ ୨୭ ତାରିଖ ଦିନ ବରିଷ୍ଠ ନାଗରିକ ରବୀନ୍ଦ୍ର ନାୟକଙ୍କ ଛାତିରେ ଯନ୍ତ୍ରଣା ହେଲା। ତାଙ୍କ ଝିଅ ପ୍ରଥମେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଲେ। ରୋଗୀ କୋରୋନା ଆକ୍ରାନ୍ତ ଅଞ୍ଚଳରୁ ଆସିଥିବା ଶୁଣି ହସ୍ପିଟାଲ ଚିକିତ୍ସା ପାଇଁ ମନାକରିଦେଲେ। ସେ ରୋଗୀଙ୍କୁ ନେଇ ଆଉ ଏକ ହସ୍ପିଟାଲ ଯାଉଥିବା ବେଳେ ବାଟରେ ରବୀନ୍ଦ୍ରଙ୍କ ମ୍‌ତ୍ୟୁ ଘଟିଥିଲା। ଏହାକୁ ନେଇ ଥାନାରେ ଏତଲା ଓ ମାନବାଧିକାର କମିଶନରେ ଅଭିଯୋଗ ହୋଇଥିବା ଜଣାଯାଇଛି।

ପ୍ରତି ୮୪ ହଜାର ଲୋକଙ୍କ ପାଇଁ ଦେଶରେ ଗୋଟିଏ ଆଇସୋଲେସନ ବେଡ ଏବଂ ପ୍ରତି ୧୧,୬୦୦ ଲୋକଙ୍କ ପାଇଁ ଜଣେ ଡାକ୍ତର ଥିବା ବେଳେ ଆବଶ୍ୟକ ଶଯ୍ୟା, ଭେଣ୍ଟିଲେଟର, ସୁରକ୍ଷା ଉପକରଣ, ଆମ୍ବୁଲାନ୍ସ ଆଦିର ଘୋର ଅଭାବ ସ୍ଥିତିରେ ଏସବୁକୁ କୋଭିଡ ମୁକାବିଲା ଦିଗରେ ପ୍ରସ୍ତୁତ କରି ରଖିବା ଓ ଅଣକୋଭିଡ ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ନ ହେବା ଦେଶ ପାଇଁ ନିଶ୍ଚିତ ଭାବେ ଏକ ବିପର୍ଯ୍ୟୟ ବୋଲି କୁହାଯାଇପାରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ