ଅଦାଙ୍କ ଅଦାରେ ପ୍ରଶଂସକ ଫିଦା


ଫିଲ୍ମ ’୧୯୨୦’ରେ ନିଜ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିଥିବା ଅଭିନେତ୍ରୀ ଅଦା ଶର୍ମା ସବୁବେଳେ କିଛି ନା କିଛି ନିଜର ଅଜବ ଫ୍ୟାଶନ ସେନ୍ସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଅଦା ଭଲ ଭାବେ ଜାଣିଛନ୍ତି ଯେ ସେ ନିଜ ପ୍ରଶଂସକଙ୍କୁ କିପରି ଖୁସି କରିବେ। ଏଥିପାଇଁ ସେ ନିଜ ଲୁକ୍ସ ସହିତ ପରୀକ୍ଷାନିରୀକ୍ଷା କରିବାକୁ ଆଦୌ ସଙ୍କୋଚ ଅନୁଭବ କରନ୍ତି ନାହିଁ। କେବଳ ସେତିକି ନୁହେଁ, ତାଙ୍କ ଆଉଟଫିଟ କଲେକ୍ସନ୍ ଦେଖିବା ପରେ କେହି କେହି ବଲିଉଡ୍ ଅଭିନେତା ରଣବୀର ସିଂଙ୍କ ସହିତ ତାଙ୍କର ତୁଳନା କରୁଛନ୍ତି। ଚାଲନ୍ତୁ ଜାଣିବା ଅଦାଙ୍କ ଫ୍ୟାଶନ୍ ସମ୍ପର୍କରେ।

ହ୍ବାଇଟ୍ ଟୁ ପିସ୍

ଏକ ଆୱାର୍ଡ ନାଇଟରେ ଜେଏଜିଏକ୍ସଙ୍କ ଦ୍ବାରା ଡିଜାଇନ୍ କରାଯାଇଥିବା ହ୍ବାଇଟ୍ ଟୁ ପିସ୍ ପିନ୍ଧି ଉପସ୍ଥିତ ହୋଇଥିବା ଅଦା ଶର୍ମା ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଶରୀରରେ ନୀଳ ରଙ୍ଗର ପେଣ୍ଟିଂ କରି ସେ  ସମସ୍ତଙ୍କ ସାମ୍ନାକୁ ଆସିଥିଲେ। ଅଦାଙ୍କ ଏହି ଲୁକକୁ ଦେଖିବା ପରେ ଟ୍ରୋଲର୍ସମାନେ ତାଙ୍କୁ ଜୋରଦାର ଟ୍ରୋଲ୍ କରିଥିଲେ।

ହ୍ୟାଙ୍ଗିଙ୍ଗ ପେପର ଗାଉନ

ଫେବ୍ରୁଆରୀ ୨୦୧୯ରେ ନାୟିକା ଫେମିନା ବିଉଟି ଆୱାର୍ଡରେ ସାମିଲ ହୋଇଥିବା ଅଦା ଭି ଶେପ୍‌ର ହ୍ୟାଙ୍ଗିଙ୍ଗ ପେପର ଗାଉନ୍ ପିନ୍ଧି ନଜର ଆସିଥିଲେ। ଏହା ସମସ୍ତଙ୍କୁ ଚକିତ କରିଦେଇଥିଲା। ବହୁତ କମ୍ ମେକ୍ଅପ୍ ସହିତ ପିଙ୍କ୍ ଆଇଲାଇନର ତାଙ୍କ ଲୁକକୁ ଆହୁରି ସୁନ୍ଦର କରି ଦେଇଥିଲା।

ବ୍ରାଉନ୍ ହୁଡ୍ ୱିଥ୍ ହ୍ବାଇଟ୍ ଶର୍ଟ

ନିଜ କ୍ବାରେଣ୍ଟାଇନ୍ ଦିନକୁ ଖୋଲାଖୋଲି ଉପଭୋଗ କରୁଥିବା ଅଦା ଶର୍ମା ନିଜ ପ୍ରଶଂସକଙ୍କୁ ଫ୍ୟାଶନ୍ ଗୋଲ୍ସ ଦେବାକୁ ଭୁଲୁ ନାହାନ୍ତି। ବ୍ରାଉନ୍ ହୁଡ୍ ସହିତ ହ୍ବାଇଟ୍ ଶର୍ଟସ୍ ଲୁକ୍ ଏକଦମ୍ କମାଲ ଅଟେ। କେବଳ ସେତିକି ନୁହେଁ, ସିମ୍ପଲ ମେକ୍ଅପ୍ ସହିତ ବ୍ଲୁ ହେଆର ତାଙ୍କ ଲୁକ୍‌କୁ ଷ୍ଟାଇଲିଶ କରି ଦେଉଥିଲା।

ଭମିର୍ଲିଅନ୍ ପ୍ୟାଣ୍ଟସୁଟ୍
ଭମିର୍ଲିଅନ୍ ପ୍ୟାଣ୍ଟସୁଟ୍ ସହିତ ମିନିମଲ ମେକ୍ଅପ୍ ଓ ଗୋଲ୍ଡେନ୍ ଆସେସରିଜ୍ ଅଦାଙ୍କ ଲୁକକୁ ବହୁତ ଷ୍ଟାଇଲିଶ୍ କରି ଦେଉଥିଲା। ଖୋଲା ଅବ୍ୟବସ୍ଥିତ କେଶ ସହିତ ଷ୍ଟୋନ୍ ବିନ୍ଦି ଅଦାଙ୍କୁ ଏକ ଭିନ୍ନ ଲୁକ୍ ଦେଉଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ