ସାହସକୁ ସଲାମ: ୧୧୩ ବର୍ଷ ବୟସରେ ମାରିଆ ଜିତିଲେ କୋରୋନା ଯୁଦ୍ଧ


ସ୍ପେନର ସବୁଠୁ ବୟସ୍କ ମହିଳା କୋରୋନା ଭାଇରସକୁ ହରାଇ ଦେଇଛନ୍ତି। ୧୧୩ ବର୍ଷୀୟା ମାରିଆ ବ୍ରାନ୍ୟା କୋଭିଡ-୧୯ ରୋଗ ସହିତ ଲଢ଼ି କେବଳ ଜୀବନର ଯୁଦ୍ଧ ଜିତି ନାହାନ୍ତି, ବରଂ କୋରୋନାକୁ ହରାଇଥିବା ବିଶ୍ବର ସବୁଠୁ ବୟସ୍କ ମହିଳା ପାଲଟିଛନ୍ତି। ମାରିଆ ଏପ୍ରିଲ ମାସରେ କୋରୋନାରେ ସଂକ୍ରମିତ ହୋଇଥିଲେ। ତେବେ ଚିକିତ୍ସା ପରେ ସମୟକ୍ରମେ ସେ କୋରୋନା ନେଗେଟିଭ ହେବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ସମୟରେ ହସ୍ପିଟାଲ କର୍ତ୍ତ୍‌ପକ୍ଷ ତାଳି ମାରି ବିଦାୟ ଦେଇଥିଲେ।

ମାରିଆ କୋରୋନା ଉପରେ ବିଜୟ ହାସଲ କରିଥିବା ଏ ପର୍ଯ୍ୟନ୍ତ ବିଶ୍ବର ସବୁଠୁ ବୟସ୍କ ମହିଳା ବୋଲି ସ୍ପେନର ବିଶେଷଞ ଦଳ ଦାବି କରିଛନ୍ତି। ଡେଲି ମେଲ ରିପୋର୍ଟ ମୁତାବକ, ମାରିଆ କହିଛନ୍ତି ଯେ ଏବେ ତାଙ୍କ ସ୍ବାସ୍ଥ୍ୟ ଭଲ ଅଛି। ଯଦିଓ ତାଙ୍କ ଶରୀରରେ ହାଲୁକା ଯନ୍ତ୍ରଣା ରହିଛି। ମାରିଆ ୨୦ ବର୍ଷ ଧରି କ୍ୟାଟେଲୋନିଆର ଏକ ନର୍ସିଂହୋମରେ ରହୁଛନ୍ତି। ତାଙ୍କ ଜନ୍ମ ୧୯୦୩ ମସିହାରେ ଆମେରିକାର ସାନ ଫ୍ରାନସିସକୋରେ ହୋଇଥିଲା। ୮ ବର୍ଷ ବୟସରେ ସେ ତାଙ୍କ ବାପା ମାଆଙ୍କ ସହିତ ସ୍ପେନ ଚାଲିଆସିଥିଲେ।

ସବୁଠୁ ବଡ଼କଥା ହେଉଛି, ମାରିଆ ୧୯୧୮ରେ ସ୍ପାନିଶ ଫ୍ଲୁକୁ ମଧ୍ୟ ହରାଇଥିଲେ। ଏହା ବ୍ୟତୀତ ସେ ଦୁଇଟି ବିଶ୍ବଯୁଦ୍ଧ ଓ ସ୍ପେନର ଗ୍‌ହଯୁଦ୍ଧ ସମୟରେ ମଧ୍ୟ ପ୍ରତିକୂଳ ପରିସ୍ଥିତିରୁ ନିଜ ଜୀବନ ବଞ୍ଚାଇଥିଲେ। ଏତେସବୁ ସଙ୍କଟକୁ ହରାଇ ସାରିଥିବା ମାରିଆ ଏବେ କୋଭିଡ-୧୯କୁ ହରାଇ ପ୍ରମାଣ କରିଛନ୍ତି ଯେ ପ୍ରବଳ ଆତ୍ମବିଶ୍ବାସ ସମ୍ମୁଖରେ ଯେକୌଣସି ସଙ୍କଟ ମଧ୍ୟ ହଟିଯିବ। ଏବେ ସେଥିପାଇଁ ସମସ୍ତେ ମାରିଆଙ୍କୁ କହୁଛନ୍ତି, ସାବାସ ମାରିଆ। କୋଭିଡ-୧୯କୁ ହରାଇ ୧୧୩ ବର୍ଷୀୟା ମାରିଆ ଅନ୍ୟମାନଙ୍କ ମନରେ କୋରୋନା ଭାଇରସ ପ୍ରତି ଥିବା ଭୟକୁ କେତେକ ମାତ୍ରାରେ କମାଇ ଆତ୍ମବିଶ୍ବାସ ସ୍‌ଷ୍ଟି କରିଛନ୍ତି। ଏହି ସନ୍ଦେଶ ନିହାତି ଭାବେ କିଛି ମାତ୍ରାରେ ବୟସ୍କ ଲୋକମାନଙ୍କୁ ଆଶ୍ବସ୍ତ କରିବ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ