ତାଜମହଲରୁ ଏଇଫିଲ ଟାୱାର ଯାଏ, କରନ୍ତୁ ଭର୍ଚୁଆଲ ଟୁର


କୋରୋନା ଭାଇରସ କାରଣରୁ ସାରା ଦେଶରେ ଚାଲିଥିବା ଲକଡାଉନ ପାଇଁ ଲୋକମାନଙ୍କ ବୁଲାବୁଲି ଉପରେ କଟକଣା ଲାଗିଛି। ନୂଆ ନୂଆ ସ୍ଥାନ ବୁଲିବାରେ ରୁଚି ରଖୁଥିବା ଲୋକଙ୍କୁ ଆହୁରି କେତେଦିନ ଘରେ କଏଦ ହୋଇ ରହିବାକୁ ପଡ଼ିବ, ତାହା କେହି ଜାଣନ୍ତି ନାହିଁ। ଏହାକୁ ଦେଖି ଏବେ ଭର୍ଚୁଆଲ ରିଅଲଟି ଜରିଆରେ ଲୋକଙ୍କୁ ଘରେ ବସାଇ ସାରା ବିଶ୍ବ ଭ୍ରମଣ କରାଯାଉଛି।

ସାରା ବିଶ୍ବରେ ଭର୍ଚୁଆଲଟୁର ଜରିଆରେ ଲୋକଙ୍କ ଭିତରେ ଭ୍ରମଣ କରିବାର ସଉକକୁ ଜୀବନ୍ତ ରଖାଯାଉଛି। ଏପରି କରିବା ଦ୍ବାରା ପର୍ଯ୍ୟଟନସ୍ଥଳୀରେ ଭିଡ଼ ଜମିବାର ନାହିଁ କିମ୍ବା କୋରୋନା ଭାଇରସ ବ୍ୟାପିବାର ମଧ୍ୟ ଆଶଙ୍କା ନାହିଁ। 360degreeaccess.comରେ ଲୋକଙ୍କୁ ଏହି ସୁବିଧା ଦିଆଯାଉଛି। ଏହି ଲିଙ୍କରେ କ୍ଲିକ କରିବା ପରେ ଆପଣ ଭର୍ଚୁଆଲ ଦୁନିଆ ଭ୍ରମଣରେ ବାହାରି ପଡ଼ିବେ। ଏହାର ହାଇ କ୍ବାଲିଟି ୩୬୦ ଡିଗ୍ରୀ ଫଟୋଗୁଡ଼ିକ ଏତେ ଜବରଦସ୍ତ ଯେ ଆପଣ ଗୋଟିଏ ଛୋଟ କୋଠରିରେ ବସି ସାରା ବିଶ୍ବର ଭ୍ରମଣର ଅନୁଭବ କରିପାରିବେ।

ଏଠାରେ ଆପଣ ତାଜମମହଲରୁ ଆରମ୍ଭ କରି ଗ୍ରେଟ ୱାଲ ଅଫ ଚାଇନା, ଇଜିପ୍ଟର ପିରାମିଡ, ଆମେରିକାର ଗ୍ରାଣ୍ଡ କ୍ୟାନିଅନ, ଇଂଲଣ୍ଡର ବକିଂହାମ ପ୍ୟାଲେସ, ନ୍ୟୁୟର୍କର ମେଟ୍ରୋପଲିଟାନ ଓପେରା ହାଉସ, ପ୍ୟାରିସର ଏଇଫିଲ ଟାୱାର ଭଳି ସୁନ୍ଦର ସୁନ୍ଦର ସ୍ଥାନ ଦେଖିବାର ମଜା ନେଇପାରିବେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ