ଭୁବନେଶ୍ବର ୟୁନିଟ୍‌-୧ ହାଟ ସ୍ଥାନାନ୍ତର


ଭୁବନେଶ୍ବର: ବଦଳିଲା ୟୁନିଟ୍‌-୧ ହାଟର ଠିକଣା। ଏଣିକି ଏଜି ଛକରୁ ରାଜମହଲ ଛକ ମଧ୍ୟରେ ଓ ୟୁନିଟ୍‌-୧ ହାଇସ୍କୁଲ୍‌ ପଡ଼ିଆରେ ବସିବ ହାଟ। ସାମାଜିକ ଦୂରତା ରକ୍ଷା କରିବା ଲାଗି ଭୁବେନେଶ୍ୱରର ସର୍ବବୃହତ ଏକ ନମ୍ୱର ହାଟକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ପରିସ୍ଥିତରେ ୪୫ ଦିନ ପାଇଁ ସ୍ଥାନାନ୍ତରିତ ହୋଇଛି ୟୁନିଟ୍‌-୧ ହାଟ। ୟୁନିଟ୍‌-୧ ହାଟ ଭିତରେ ଗହଳି ହେଉଥିବାରୁ ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ୍‌ (ବିଏମ୍‌ସି) ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏକ ନମ୍ୱର ହାଟ ତୁରନ୍ତ ଖାଲିକରି କେତେକ ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ଛକ ମଧ୍ୟରେ ବସିବାକୁ ନିର୍ଦେଶ ଦିଆଯାଇଛି। ଆଉ କେତେକ ବ୍ୟବସାୟୀ ୟୁନିଟ-୧ ହାଇସ୍କୁଲ୍‌ ପଡ଼ିଆରେ ବସିବେ। ପାରିବା ଦୋକାନ ଗୁଡ଼ିକ ଗାଇଡ଼ଲାଇନ ଅନୁଯାୟୀ ଦୂରତା ରଖିବାକୁ ବିଏମ୍‌ସି ନିର୍ଦେଶ ଦେଇଛି। ସେଠାରେ ଲୋକେ ନିର୍ଦ୍ଧାରିତ ଦୂରତାରେ ରହି କିଣାବିକା କରିବାକୁ ବି କଡ଼ା ନିର୍ଦେଶ ଦିଆଯାଇଛି। ତେବେ ମହାନଗରରେ ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ ଖୋଲା ରହିଥିବା ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ହାଟ ଖୋଲିବା ମାତ୍ରେ ଗହଳି ଦେଖିବାକୁ ମଳିଥିଲା। ଯାହାକୁ ଦେଖି ଏଭଳି ପଦକ୍ଷେପ ବିଏମ୍‌ସି କର୍ତ୍ତୃପକ୍ଷ ନେଇଛନ୍ତି। ଦୋକାନରୁ ଜିନିଷ କିଣାବିକା ସମୟରେ ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ତେବେ ବିଏମ୍‌ସିର ଏଭଳି ପଦକ୍ଷେପ ନେଇ ବ୍ୟବସାୟୀମାନେ ସ୍ୱାଗତ ଜଣାଇଛନ୍ତି। ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ