କୋରୋନା ମୁକାବିଲା ପାଇଁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ନିଯୁକ୍ତି ଦେବେ ସରକାର


ଭୁବନେଶ୍ବର: କୋରୋନାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର। କିଭଳି ଏହି ପ୍ରାଣଘାତୀ ଭୂତାଣୁକୁ ରାଜ୍ୟରେ ମହାମାରୀ ହେବାରୁ ରୋକାଯାଇ ପାରିବ ସେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଥିସହ କୋରୋନା ଆକ୍ରନ୍ତଙ୍କ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌ ଏବଂ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ସେମାନଙ୍କୁ ୪ ମାସର ଅଗ୍ରୀମ ଦରମା ଦେବାକୁ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ କୋରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଡାକ୍ତର, ପାରାମେଡିକାଲ୍‌ ଷ୍ଟାଫ୍‌ ସମେତ ବିଭିନ୍ନ ପଦପଦବୀରେ ଠିକା ନିଯୁକ୍ତି କରିବାକୁ ବିଜ୍ଞାପନ ପ୍ରକାଶ କରିଛନ୍ତି। ଏନେଇ ବୁଧବାର ସ୍ବାସ୍ଥ୍ୟ ବିଭାଗର ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ଏକ ବିଜ୍ଞାପନ ଦିଆଯାଇଛି।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ,  ୩ ମାସ ପର୍ଯ୍ୟନ୍ତ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଏହି ବିଜ୍ଞାପନରେ ଦୈନିକ ପାରିତୋଷିକ ବିଷୟରେ ମଧ୍ୟ ବିବରଣୀ ଦିଆଯାଇଛି। ଯେଉଁଥିରେ ସ୍ପେଶାଲିଷ୍ଟ ଡାକ୍ତର ଦୈନିକ ୫ ହଜାର, ମେଡିକାଲ୍‌ ଅଫିସର୍‌ ୩ ହଜାର, ଷ୍ଟାଫ୍‌ନର୍ସ, ଲ୍ୟାବ୍ ଟେକ୍ନିସିଆନ୍‌, ଫାର୍ମାସିଷ୍ଟ, ରେଡିଓଗ୍ରାଫର୍‌ପାଇଁ ଦୈନିକ ୧୦୦୦ ଟଙ୍କା ଏବଂ ଉଭୟ ମହିଳା ଓ ପୁରୁଷ ସ୍ବାସ୍ଥ୍ୟକର୍ମୀ ଦୈନିକ ୮୫୦ ଟଙ୍କା ପାରିତୋଷିକ ପ୍ରଦାନ କରାଯିବ। ଅବସରପ୍ରାପ୍ତ କର୍ମଚାରୀ ବି ପାରାମେଡିକାଲ ଷ୍ଟାଫ୍‌ ହେବାପାଇଁ ଆବେଦନ କରିପାରିବେ ବୋଲି ଉକ୍ତ ବିଜ୍ଞାପନରେ ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ