୨୧ ଦିନ ପାଇଁ ଦେଶରେ ସବୁ ଠପ୍‌: ସ୍ବରାଷ୍ଟ୍ର ମନ୍ତ୍ରାଳୟର ଗାଇଡଲାଇନ


ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୧ ଦିନ ପାଇଁ ସାରା ଦେଶକୁ ଲକଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକଡାଉନ୍‌ କଟକଣା ୨୫ ମାର୍ଚ୍ଚରୁ ନିରବଚ୍ଛିନ୍ନ ଭାବେ ୨୧ ଦିନ ପାଇଁ ଲାଗୁ ହେବ। ତେଣୁ ଏହି ସମୟରେ ଅତ୍ୟାବଶ୍ୟକ ସମାଗ୍ରୀ କିପରି ଭାବେ ଲୋକମାନଙ୍କ ପାଖରେ ପହଞ୍ଚି ପାରିବ, ସେଥିପାଇଁ ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ଏହି ଗାଇଡ଼ଲାଇନ୍‌ରେ ସ୍ପଷ୍ଟ କରାଯାଇଛି ଯେ ପ୍ରତିରକ୍ଷା, କେନ୍ଦ୍ରୀୟ ସୁରକ୍ଷା ବଳ, ଟ୍ରେଜେରୀ, ସିଏନ୍‌ଜି, ଏଲପିଜି, ପିଏନ୍‌ଜି, ଶକ୍ତି ଓ ପାନୀୟ ଜଳ ପରି ମନ୍ତ୍ରାଳୟ ସମ୍ପୂର୍ଣ୍ଣ ଭାବେ କାମ କରିବ। ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ସବୁଠାରୁ ବେଶୀ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଇଛି। ସେହିପରି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ମାନଙ୍କରେ କେଉଁ କେଉଁ ବିଭାଗ ଦିନ ରାତି କାମ କରିବ, ତାହା ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରାଳୟ ଗାଇଡଲାଇନରେ ସ୍ପଷ୍ଟ କରାଯାଇଛି।

ସମସ୍ତ ପ୍ରକାର ଶିଳ୍ପାନୁଷ୍ଠାନ ବନ୍ଦ ରହିବ। ଗ୍ରୋସରୀ, ଫଳ, ପନିପରିବା, ମାଛ, ମାଂସ, ଅଣ୍ଡା, ପାଉଁରୁଟି, ବିସ୍କୁଟ ଆଦି ଦୋକାନ ଖୋଲା ରହିବ। ବ୍ୟାଙ୍କ, ଇନ୍ସୁରାନ୍ସ, ଏଟିଏମ୍‌ ଖୋଲା ରହିବ। ପ୍ରିଣ୍ଟ ଓ ଇଲୋକଟ୍ରୋନିକ ମିଡିଆ ଖୋଲା ରହିବ। ମେଡିକାଲ, ଘରୋଇ କ୍ଲିନିକ, ପ୍ୟାଥ ଲାବ ଆଦି ମଧ୍ୟ ଖୋଲା ରହିବ ବୋଲି ଗାଇଡଲାଇନରେ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ