ମ୍ୟାଲେରିଆ ଔଷଧ ରପ୍ତାନୀ ଉପରେ କଟକଣା ଲଗାଇଲେ ସରକାର


ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ପରିମାଣ ପ୍ରତିଦିନ ବଢ଼ିଚାଲିଛି। ତେବେ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିଲେ ମଧ୍ୟ ଅନେକ ସୁସ୍ଥତା ଲାଭ କରିସାରିଛନ୍ତି। ଏହି ରୋଗୀମାନଙ୍କୁ ଦିଆଯାଇଥିବା ଔଷଧରେ ମ୍ୟାଲେରିଆର ନିଦାନ ପାଇଁ ଉପଯୋଗ କରାଯାଉଥିବା ହାଇଡ୍ରୋକ୍ଲୋରୋକୁଇନ୍ ଓ ମ୍ୟାଲେରିଆ ସହ ଜଡ଼ିତ କେତେକ ଔଷଧର ମଧ୍ୟ ଉପଯୋଗ କରାଯାଇଛି। ଏହି ଔଷଧ ମଧ୍ୟ କୋରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରିବାରେ ଫଳପ୍ରଦ ସାବସ୍ତ ହୋଇଛି। ତେଣୁ କେନ୍ଦ୍ର ସରକାର ଏହି ମ୍ୟାଲେରିଆ ଔଷଧର ରପ୍ତାନୀ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ଲଗାଇଛନ୍ତି। ସମ୍ପ୍ରତି ସମଗ୍ର ବିଶ୍ବରେ ହାହାକାର ପରିସ୍ଥିତି ଉପୁଜାଇଥିବା କୋରୋନା ଭୂତାଣୁର କୌଣସି ଔଷଧ ଗବେଷକମାନେ ପ୍ରସ୍ତୁତ କରିପାରିନାହାନ୍ତି। ବର୍ତ୍ତମାନ ଯାଏ କେବଳ ଗବେଷକମାନେ ନିଜର ଅବିରତ ଗବେଷଣା ଦ୍ବାରା ଯାହା କିଛି ଔଷଧ ବାହାର କରିଛନ୍ତି, ତାହା କେବଳ କୋରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ନିଃଶ୍ବାସପ୍ରଶ୍ବାସ ନେବାରେ ସହାୟକ ହୋଇଛି।

କିନ୍ତୁ ବିଶ୍ବର ଗବେଷକମାନେ ମ୍ୟାଲେରିଆ ଔଷଧ ହାଇଡ୍ରୋକ୍ଲୋରୋକୁଇନ୍ ସେମାନଙ୍କ ଗବେଷଣାରେ ସାମିଲ୍ କରିଛନ୍ତି ଓ ଏହା କୋରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବା ଦିଗରେ କିଞ୍ଚିତ୍ ପରିମାଣରେ ଫଳପ୍ରଦ ହେଉଛି ବୋଲି ମଧ୍ୟ ମତ ଦେବା ଆରମ୍ଭ କଲେଣି। ନିକଟରେ ଆମେରିକାନ୍ ସୋସାଇଟି ଅଫ୍ ହେଲ୍‌ଥ ସିଷ୍ଟମ୍ ଫାର୍ମାସିଷ୍ଟ୍‌ସ (ଏଏସ୍‌ଏଚ୍‌ପି) ପକ୍ଷରୁ ଅଭାବ ରହିଥିବା ଔଷଧର ଏକ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ସେଥିରେ ହାଇଡ୍ରୋକ୍ଲୋରୋକୁଇନ୍ ମଧ୍ୟ ରହିଥିଲା। ଅର୍ଥାତ୍ ସାମ୍ପ୍ରତିକ ସମୟରେ ଚାରିଆଡ଼େ ହଜାର ହଜାର ପରିମାଣର ରୋଗୀ କୋରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବାରୁ ସେମାନଙ୍କ ଚିକିତ୍ସାରେ ହାଇଡ୍ରୋକ୍ଲୋରୋକୁଇନର ଉପଯୋଗ କରାଯାଉଥିବାର ସଙ୍କେତ ମିଳିଛି। କ୍ଲୋରୋକୁଇନ୍ ଯଦିଓ କୋରୋନା ଆକ୍ରାନ୍ତଙ୍କୁ ନିଃଶ୍ବାସପ୍ରଶ୍ବାସ ନେବାରେ ସାମାନ ସହାୟତା କରୁଛି, ତଥାପି ଏହାର ଉପଯୋଗ ବେଳେ ବିଶେଷ ସତର୍କା ଅବଲମ୍ବନ କରାଯିବା ଉଚିତ ବୋଲି ଭାରତର ସବୁଠାରୁ ବଡ଼ ଜେନେରିକ୍ ଔଷଧଯୋଗାଣକାରୀ ସଂସ୍ଥା ଫାର୍ମାସୁଟିକାଲ୍ସ ଏକ୍ସପୋର୍ଟ ପ୍ରମୋସନ କାଉନ୍ସିଲ୍ ଅଫ୍ ଇଣ୍ଡିଆ ଅଧ୍ୟକ୍ଷ ଦିନେଶ ଦୁଆ କହିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ