ପାସ୍‌ର ଆବଶ୍ୟକତା ନାହିଁ, ପରିଚୟ ପତ୍ର ଯଥେଷ୍ଟ: ଡିଜିପି


ଭୁବନେଶ୍ବର: କୋରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟବ୍ୟାପୀ ଲକ୍‌ଡାଉନ୍ ଘୋଷଣା ହୋଇଥିବାବେଳେ ଯାତାୟତ ପାଇଁ ସ୍ୱତନ୍ତ୍ର ପାସ୍ ଜରୁରୀ ଥିବାକୁ ନେଇ ଦ୍ୱନ୍ଦ୍ୱ ଉପୁଜିବା ପରେ ପୋଲିସ୍‌ ଡିଜି ଅଭୟ ଏନେଇ ଚିଠି ଲେଖିଛନ୍ତି। ପାସ୍‌ର କୌଣସି ଆବଶ୍ୟକତା ନାହିଁ। ପରିଚୟ ପତ୍ର ଯଥେଷ୍ଟ। କଟକଣାମୁକ୍ତ ବିଭାଗ କିମ୍ବା ସଂସ୍ଥାର କର୍ମଚାରୀମାନେ ନିଜର ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ। ଏନେଇ ସମସ୍ତ ପୋଲିସ୍‌ ଆଇଜି, ଡିଆଇଜି, ଜିଲ୍ଲା ଏସ୍‌ପି ଓ କମିଶନରେଟ ପୋଲିସ୍‌ ଡିସିପିମାନଙ୍କୁ ନିର୍ଦେଶନାମା ଜାରି କରିଛନ୍ତି। ୨୭ ତାରିଖ ପର୍ଯ୍ୟନ୍ତ ଏଭଳି ପାସ୍ ବ୍ୟବସ୍ଥା ପରିବର୍ତ୍ତେ କୋରୋନା ମୁକାବିଲା ଓ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନେ ନିଜର କେବଳ ନିଜର ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ ବୋଲି ପୋଲିସ୍‌ ଡିଜି କହିଛନ୍ତି।

ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀ ନିଜର ପରିଚୟପତ୍ର ଦେଖାଇ ଲକଡାଉନ୍ ସମୟରେ ଯାତାୟତ କରିପାରିବେ। ଏଥିଲାଗି ରାଜ୍ୟର ସମସ୍ତ ଏସପି ଓ ଅନ୍ୟ ବରିଷ୍ଠ ପୋଲିସ୍‌ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ପୋଲିସ୍‌ ଡିଜି ଅଭୟ। ଏହି ବ୍ୟବସ୍ଥା ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ଲକଡାଉନ୍ ସମୟରେ ଘରୋଇ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଜରୁରୀ ସେବାରେ ଥିବା ବ୍ୟକ୍ତିଙ୍କ ଗାଡ଼ି ଲାଗି ପାସ୍‌ ପ୍ରଦାନ ପାଇଁ ଏକ ୱେବ୍ ଆଧାରିତ ବ୍ୟବସ୍ଥା କରାଯାଉଛି। ମାତ୍ର ସେ ପର୍ଯ୍ୟନ୍ତ ପରିଚୟପତ୍ର ଦର୍ଶାଇ ସ୍ୱାସ୍ଥ୍ୟକର୍ମୀ ସ୍ବଚ୍ଛନ୍ଦରେ ଯାନବାହନ ନେଇ ଯାତାୟାତ କରିପାରିବେ।

ସୂଚନା ମୁତାବକ, ଏବେ ଲୋକଙ୍କୁ ଜରୁରୀକାଳୀନ ପାସ୍‌ ବ୍ୟବସ୍ଥା ଅନ୍‌ଲାଇନ୍‌ ହେବ। ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ନିଜର ଗାଡ଼ିରେ ଯାତାୟତ ପାଇଁ କୌଣସି ପାସ୍‌ର ଆବଶ୍ୟକ ନାହିଁ ବୋଲି କମିଶନରେଟ୍‌ ପୋଲିସ୍‌ ତରଫରୁ ସୂଚନା ମିଳିଛି। କାରଣ ବର୍ତ୍ତମାନ ସ୍ଥିତିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ଅସୁବିଧା ନେଇ ପାସ୍‌ ବ୍ୟବସ୍ଥାରେ ସମାନ୍ୟ ପରିବର୍ତ୍ତନ କରାଯାଇଛି। ପୋଲିସ୍‌ ପାସ୍‌ ଇସ୍ୟୁ କରିବା ପର୍ଯ୍ୟନ୍ତ ନିଜର ପରିଚୟ ପତ୍ର ବା ଆଇଡେଣ୍ଟି କାର୍ଡ ଦେଖାଇ ପାରିବ। ଅତ୍ୟାବ୍ୟଶକୀୟ ସେବା ଦେଉଥିବା ବ୍ୟକ୍ତି ନିଜର ପରିଚୟ ପତ୍ର ଦେଖାଇ ପାରିବେ। ଆମେ କେବଳ ଅନ୍‌ଲାଇନ୍‌ ପାସ୍‌ ବ୍ୟବସ୍ଥା ଲାଗୁ କରିବୁ ବୋଲି କହିଛନ୍ତି ପୋଲିସ୍‌ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ