ଖବରକାଗଜ ନିରାପଦ, ବିତରଣ ବନ୍ଦ ହେବନି: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ


ନୂଆଦିଲ୍ଲୀ: କୋରୋନା ନେଇ ଭାରତବର୍ଷରେ ଭୟର ବାତାବରଣ ଖେଳିଯାଇଛି। ଏହା କିପରି ଭାବେ ଅଧିକରୁ ଅଧିକ ଲୋକଙ୍କୁ ସଂକ୍ରମଣ କରି ନ ପାରିବ, ସେଥିପ୍ରତି ସଜାଜ ରହିବା ଜରୁରୀ ହୋଇପଡ଼ିଛି। ସାମ୍ପ୍ରତିକ ସ୍ଥିତିରେ ସମେସ୍ତ ଘରେ ରହିବା ନିହାତି ଜରୁରୀ ହୋଇଥିଲା ବେଳେ କେତେକ ଲୋକ ବାଧ୍ୟବାଧକତାରେ ଘରୁ ବାହାରୁଛନ୍ତି। ଏହାରି ଭିତରେ ଛାପା ଗଣମାଧ୍ୟମ ଦ୍ବାରା କୋରୋନା ବ୍ୟାପିବା ଆଶଙ୍କା ନେଇ ଖବର ଦ୍ରୁତ ଗତିରେ ପ୍ରଚାରିତ ହେବାରେ ଲାଗିଛି। ଫଳରେ ରାତି ପାହିଲେ ଚା‘ କପେ ସହ ଖବର କାଗଜ ଖଣ୍ଡେ ଧରି ବସି ପଡ଼ୁଥିବା ଲୋକେ ଏହାକୁ ଧରିବା ପାଇଁ ୩ ଥର ଭାବୁଛନ୍ତି। କାଳେ ଖବର କାଗଜରେ କୋରୋନା ଭୂତାଣୁ ରହିଛି କି, ଏହା ମନକୁ ଆନ୍ଦୋଳିତ କରୁଛି।

ମାତ୍ର କୋରୋନା ମୁକାବିଲା ପାଇଁ ଇଲୋକଟ୍ରୋନିକ ମିଡିଆ ସହ ଛପା ଗଣମାଧ୍ୟମର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଆଜି କୋରୋନା ପ୍ରଭାବରେ ଯେଉଁ ସବୁ ରାଷ୍ଟ୍ର ସବୁଠାରୁ ବେଶୀ ପ୍ରଭାବିତ ହୋଇଛି, ସେସବୁ ଦେଶରେ ମଧ୍ୟ ଛାପା ଗଣମାଧ୍ୟମର ବିତରଣ ବନ୍ଦ ହୋଇ ନାହିଁ। ଖବର କାଗଜ ଦ୍ବାରା କୋରୋନା ଜଣଙ୍କ ଠାରୁ  ଅନ୍ୟ ଜଣକୁ ସଂକ୍ରମିତ ହୁଏ ନାହିଁ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତେଣୁ ବର୍ତ୍ତମାନ ସ୍ଥିତିରେ ଲୋକଙ୍କ ପାଖରେ ସମସ୍ତ ବାର୍ତ୍ତା ପହଞ୍ଚାଇବାରେ ଖବର କାଗଜର ଭୂମିକା ରହିଛି। ତେଣୁ କୌଣସି ପରିସ୍ଥିତିରେ ଛାପା ଗଣମାଧ୍ୟମ ତା’ର ବିତରଣ ବନ୍ଦ କରିବା ଅନୁଚିତ ବୋଲି ସୂଚନା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖା ଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ