ବିଶ୍ୱକୁ ବାଟ ଦେଖାଇବ ଭାରତ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ


ବିଶ୍ୱକୁ ବାଟ ଦେଖାଇବ ଭାରତ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ
ଜେନେଭା: କୋରୋନା ଭାଇରସ୍ ମହାମାରୀକୁ ମୁକାବିଲା କରିବାରେ ଭାରତ ନିକଟରେ ଅତୁଳନୀୟ କ୍ଷମତା ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ  ପକ୍ଷରୁ କୁହାଯାଇଛି। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ବିଶ୍ବରେ କୋରୋନା ଭାଇରସ କାୟା ମେଲାଇ ଚାଲିଥିବା ବେଳେ ଭାରତ ଭଳି ଦେଶ କ'ଣ କରାଯାଇପାରିବ ତାହା ବିଶ୍ୱକୁ ବାଟ ଦେଖାଇବ। କୋଭିଡ - ୧୯ ମହାମାରୀ ଉପରେ ଜେନେଭାରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିୟାନ ଏପରି କହିଛନ୍ତି।

ରିୟାନ କହିଛନ୍ତି ଯେ ଦୁଇ ନିରବ ହତ୍ୟାକାରୀ ସ୍ମଲପକ୍ସ (ବସନ୍ତ ରୋଗ) ଏବଂ ପୋଲିଓକୁ ଦେଶରୁ ନିର୍ମୂଳ କରି ଭାରତ ବିଶ୍ୱକୁ ନୂଆ ରାସ୍ତା ଦେଖାଇଛି। ଜନସାଧାରଣଙ୍କ ସହଯୋଗ ମାଧ୍ୟମରେ ଭାରତ ସ୍ମଲପକ୍ସ ଶେଷକରି ବିଶ୍ୱକୁ ଏକ ମହାନ ଉପହାର ଦେଇଥିଲା। ଭାରତ ପୋଲିଓକୁ ମଧ୍ୟ ବିଲୋପ କରିପାରିଛି ବୋଲି ସେ କହିଛନ୍ତି। ରିୟାନ୍ କହିଛନ୍ତି ଯେ ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତ ପାଖରେ କୋରୋନା ଭାଇରସ ମୁକାବିଲା କରିବାର ଅତୁଳନୀୟ କ୍ଷମତା ରହିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ