ୠଣ ପରିଶୋଧ ଅବଧି ବଢ଼ାଇବାକୁ ରାଜନୈତିକ ଦଳର ଦାବି


କୋରୋନା ମାଡ଼ରେ ୠଣ ଗ୍ରହୀତାଙ୍କ ଅଣ୍ଟା ନଇଁ ଯାଇଛି। ଯେଉଁମାନେ ୠଣ ନେଇଥିଲେ ସେମାନେ କିପରି ଭାବେ ସେମାନଙ୍କ ମାସିକ ଦେୟ (ଇଏମ୍‌ଆଇ) ପୈଠ କରିବେ, ତାହା ଦୁର୍ବିସହ ହୋଇ ପଡ଼ିଛି। ଛୋଟ ଠାରୁ ବଡ଼ ଶିଳ୍ପ ସଂସ୍ଥା ମଧ୍ୟ ଉତ୍ପାଦନ ବନ୍ଦ ପାଇଁ ହାତ ଟେକି ଦେଇଛନ୍ତି। ଏହି ପରିସ୍ଥିତିରେ ସେମାନେ କେଉଁଠୁ ଟଙ୍କା ଆଣି ୠଣ ପରିଶୋଧ କରିବେ ବୋଲି ପ୍ରଶ୍ନ କରିଛନ୍ତି।

ତେଣୁ ଦଳମତ ନିର୍ବିଶେଷରେ ସମସ୍ତେ ଆରବିଆଇକୁ ୩ ମାସ ସମୟ କୋହଳ କରିବା ପାଇଁ ଅପିଲ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ସ୍ଥିତିରେ ସେପରି କୌଣସି ପରିବର୍ତ୍ତନ ହେବାର ସମ୍ଭାବନା କ୍ଷୀଣ। ତେଣୁ ୠଣ ଗ୍ରହୀତାଙ୍କୁ ଇଏମ୍‌ଆଇ ଦେବାକୁ ୩ ମାସ ସମୟ ଦେବା ସକାଶେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଦାବି କରିଛନ୍ତି। ବିଜେପି ନେତା କିରିତ ସୋମିୟା, ମହାରାଷ୍ଟ୍ର ପୂର୍ତ୍ତ ମନ୍ତ୍ରୀ ଅଶୋକ ଚଭନ, ପୂର୍ବତନ ମନ୍ତ୍ରୀ କ୍ରିପାଶଙ୍କର ସିଂହ ଆରବିଆଇ ଗଭର୍ଣ୍ଣର ଚିଠି ଲେଖି ଅନୁରୋଧ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ